Below header

ଆୟୁଷ୍ମାନଙ୍କ ରାସ୍ତାରେ ଉର୍ବଶୀ, ‘ଭର୍ଜିନ ଭାନୁପ୍ରିୟା’ ଏପରି ଭୂମିକାରେ ଆସିବେ ନଜର

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ସବୁବେଳେ ନିଜର ବୋଲ୍ଡ ଅନ୍ଦାଜକୁ ନେଇ ଚର୍ଚ୍ଚିତ। ଫିଲ୍ମରେ ନିଜର ଅଭିନୟ ଛଡା ହଟ୍‌ ଡ୍ୟାନ୍ସ ପାଇଁ ମଧ୍ୟ ଜଣାଶୁଣା। ଏବେ ଉର୍ବଶୀଙ୍କ ଅଭିନୀତ ବହୁ ଚର୍ଚ୍ଚିତ ଫିଲ୍ମ ‘ଭର୍ଜିନ ଭାନୁପ୍ରିୟା’ ରିଲିଜ୍‌ ଅପେକ୍ଷାରେ ରହିଛି। ଫିଲ୍ମର କାହାଣୀ ଏପରି ଜଣେ ଝିଅର ରହିଛି ଯାହାକୁ କୁମାରୀ ରହିବା ପାଇଁ ଭବିଷ୍ୟବାଣୀ ହେଉଛି। ଏହାକୁ ନେଇ ସେ ଚିନ୍ତାରେ ପଡ଼ିଯାଉଛନ୍ତି।

ayushman

ଫିଲ୍ମରେ ଏପରି ଏକ ଚରିତ୍ରକୁ ନେଇ ଉର୍ବଶୀ ବହୁତ ଉତ୍ସାହିତ ଅଛନ୍ତି। ଅନ୍ୟ ପ୍ରମୁଖ ଚରିତ୍ରରେ ଅଭିନୟ କରିଛନ୍ତି ଗୌତମ ଗୁଲାଟି, ଅର୍ଚ୍ଚନା ପୂରନ ସିଂହ, ଡେଲନାଜ ଇରାନୀ, ରାଜୀବ ଗୁପ୍ତା ଏବଂ ବିଜେନ୍ଦ୍ର କାଲା। ୨ ବର୍ଷ ପୂର୍ବରୁ ଏହାର ଶୁଟିଂ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଗାମୀ ଜୁନ୍‌ ୧୨ରେ ଏହା ପିଲ୍ମ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି। ଫିଲ୍ମକୁ ଜଣାଶୁଣା ନିର୍ମାତା ମହେନ୍ଦ୍ର ଧରିଓ୍ଵାଲା ନିର୍ମାଣ କରୁଛନ୍ତି। ଏହି ଫିଲ୍ମ ଟିସିରିଜର ଫିଲ୍ମ ହେଟ ଷ୍ଟୋରୀ ୪ର ରିଲିଜ ହେବା ପରେ ହିଁ ଆରମ୍ଭ ହୋଇଥିଲା। ନିକଟରେ ଉର୍ବଶୀ ଫିଲ୍ମ ପାଗଳପନ୍ଥୀରେ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.