କନ୍ନାଡାର ରାଜଧାନୀ ଆଣ୍ଟୋରିୟାରେ ବାସ କରୁଥିବା ଜନ ମ୍ୟାକଡୋନାଲଡ ନାମ୍ନୀ ଜଣେ ୭୩ ବର୍ଷୀୟା ମହିଳା ଆଜି ସୋସିଆଲ ମିଡିଆରେ ସେଲିବ୍ରିଟି ହୋଇଯାଇଛନ୍ତି । ତାଙ୍କ ଇନଷ୍ଟାଗ୍ରାମ ପେଜରେ ବର୍ତ୍ତମାନ ତାଙ୍କୁ ପ୍ରାୟ ୫ ଲକ୍ଷ ଲୋକ ଫଲୋ କରନ୍ତି । ତେବେ ମାତ୍ର ତିନି ବର୍ଷ ପୂର୍ବରୁ ସେ ବୟସ ସମ୍ବନ୍ଧୀୟ ରୋଗ ସମେତ ଓଭରୱେଟ ଏବଂ ହାଇ ବ୍ଲଡ଼ ପ୍ରେସର ଯୋଗୁଁ ଚିନ୍ତିତ ଥିଲେ ।
୫ ଫୁଟ ୩ ଇଞ୍ଚ ଲମ୍ବା ଜନଙ୍କର ଓଜନ ଥିଲା ୯୦ କିଲୋଗ୍ରାମ । ଏହାପରେ ଜନ୍ ଜିମ ଯିବା ଆରମ୍ଭ କରିଦେଇଥିଲେ । ତେବେ ବର୍ତ୍ତମାନ ତାଙ୍କର ଓଜନ ପ୍ରାୟ ୨୨ କିଲୋ କମିଯାଇଛି । ଶରୀରର ମସଲ୍ସଗୁଡିକ ମଧ୍ୟ ଷ୍ଟ୍ରଙ୍ଗ ହୋଇଯାଇଛି । ସୂଚନା ଅନୁଯାୟୀ ଜନ ନିଜ ଶରୀରରେ ପରିବର୍ତ୍ତନ ଆଣିବା ପାଇଁ ୱେଟ ଲିଫଟିଙ୍ଗ ସହିତ ଡାଏଟ ପ୍ଲାନ ଆରମ୍ଭ କରିଦେଇଥିଲେ ଏବଂ ଖାଦ୍ୟରେ ପ୍ରୋଟିନର ମାତ୍ରା ବଢ଼ାଇ ଦେଇଥିଲେ । ଯାହାଦ୍ୱାରା ସେ ବନି ଯାଇଥିଲେ ଜଣେ ବାଡ଼ି ବିଲ୍ଡର ।