ଲାଇଫ୍ ଷ୍ଟାଇଲ୍

ଘରକୁ ସ୍ୱର୍ଗ ପରି ଗଢି ତୋଳନ୍ତି ଏହି ଧରଣର ମହିଳାମାନେ

ସାଧାରଣତଃ ଭାରତୀୟ ସଂସ୍କୃତିରେ ମହିଳା ମାନଙ୍କୁ ଘରର ଲକ୍ଷ୍ମୀ ବା ଅନ୍ନପୂର୍ଣ୍ଣାଙ୍କ ଅନୁରୂପ ଭାବେ ଧରା ଯାଇଥାଏ । କାରଣ ମହିଳା ମାନେ ଘରର ଦାୟିତ୍ୱ ସୁରୁଖୁରୁରେ ତୁଲାଇବା ସହ ପରିବାରର ଛୋଟ ବଡ ସମସ୍ତଙ୍କ ଦାୟିତ୍ୱ ଖୁବ ଭଲ ଭାବେ ତୁଲାଇ ପାରନ୍ତି । ବର୍ତ୍ତମାନର ଆଧୁନିକ ସମୟରେ ଏମିତି ବି ମହିଳା  ଅଛନ୍ତି, ଯେଉଁ ମାନଙ୍କ ପାଇଁ ଅନ୍ୟ କୌଣସିଟି ସେମାନଙ୍କ ଘର, ପରିବାର ଅଧିକ ଗୁରୁତ୍ୱ ବହନ କରିଥାଏ । ନିଜ ଘରକୁ ସ୍ୱର୍ଗ ସଦୃଶ ସଜାଇ ରଖନ୍ତି ଏହି ଧରଣର ମହିଳା ମାନେ । ଏମାନଙ୍କ ଉପସ୍ଥିତି ହିଁ ଘରର ମାହୋଲକୁ ଯେମିତି ବଦଳାଇ ଦେଇଥାଏ । ତେବେ ଜଣେ ମହିଳାଙ୍କ ଠାରେ କେଉଁ କେଉଁ ଗୁଣ ରହିଲେ ସେମାନଙ୍କୁ ଗୃହଲକ୍ଷ୍ମୀର ଦରଜା ଦିଆଯାଇ ପାରିବ ଆସନ୍ତୁ ସେଉପରେ ଏକ ନଜର ପକାଇବା:

୧. ଘରକୁ ପ୍ରେମ ଓ ଭଲପାଇବାରେ ହିଁ ଯୋଡି ରଖନ୍ତି:   

ଏହି ଧରଣର ମହିଳା ମାନେ ନିଜ ଘର ପରିବାରକୁ ଯୋଡି ରଖିବା ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥାନ୍ତି । କୌଣସି କଥାକୁ ନେଇ ଝଗଡା କରିବା ଅପେକ୍ଷା ଶାନ୍ତି ତଥା ପ୍ରେମରେ ସମାଧାନ କରିବାକୁ ଅଧିକ ପ୍ରଶୟ ଦିଅନ୍ତି । ଏହି କାରଣରୁ ପରିବାରର ଛୋଟ ବଡ ସମସ୍ତେ ତାଙ୍କ ସହ ପ୍ରତିଟି କଥା ସେୟାର କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ ।

୨. ତରତର ହୁଅନ୍ତି ନାହିଁ : 

ଏହି ଧରଣର ମହିଳା ମାନେ ନିଜର ତଥା ପରିବାର ସଦସ୍ୟଙ୍କ ଜୀବନ ସହ ଜଡିତ କୌଣସି ଫଇସଲା ନେବାରେ ତରତର ନ ହୋଇ ବୁଝି ବିଚାରି ନେଇଥାନ୍ତି । ନିଜ ପରିବାରର ସମ୍ମାନକୁ ଅଧିକ ଶ୍ରେୟ ଦେଇଥାନ୍ତି । ନିଜ ପରିବାରର ଇଚ୍ଛାକୁ ଆଗରେ ରଖିବା ସହ ସେମାନଙ୍କ ଭଲ ଉଦ୍ଦେଶ୍ୟରେ ହିଁ ସବୁ ନିଷ୍ପତ୍ତି ନେଇଥାନ୍ତି ।

୩. ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତି:

ସୁଗୁଣ ଧାରୀ ମହିଳା ମାନେ ନିଜ ବଚନ ଉପରେ ନିୟନ୍ତ୍ରଣ ରଖିଥାନ୍ତି । ନିଜ ଘରକୁ ହିଁ ସ୍ୱର୍ଗର ଦରଜା ଦେଉଥିବାରୁ ଜଗି ରଖି କଥାବାର୍ତ୍ତା କରିଥାନ୍ତି । ପରିବାରର ବରିଷ୍ଠ ସଦସ୍ୟଙ୍କୁ ଆଦର ସତ୍କାର କରିବା ସହ ଛୋଟ ମାନଙ୍କର ଇଚ୍ଛା ଅନିଚ୍ଛା ପ୍ରତି ବି ବିଶେଷ ଯତ୍ନ ନିଅନ୍ତି ।ପରିବାର ଭିତରେ ଯେମିତି ଝଗଡା ଝାଂଟି ନହୁଏ ସେପ୍ରତି ଧ୍ୟାନ ଦେବା ହସ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ସହ ଶାନ୍ତ ମନରେ ପ୍ରତିଟି କଥା ଭାବିଥାନ୍ତି ।

୪. ସମସ୍ତଙ୍କ ମନର କଥା ବୁଝି ପାରନ୍ତି:

ଜଣେ ସୁଗୃହିଣୀଙ୍କର ଆଉ ଏକ ବିଶେଷ ଗୁଣ ହେଉଛିକି, ସେମାନେ ଅନ୍ୟ ମାନଙ୍କ ମନର କଥା ଖୁବ ସହଜରେ ବୁଝିପାରନ୍ତି । କିଛି ପ୍ରକାଶ ନ କଲେ ବି ଅନ୍ୟମାନଙ୍କ ମନର କଥା ଖୁବ ସହଜରେ ଜାଣି ନିଅନ୍ତି ଏହି ଧରଣର ମହିଳା ମାନେ । ଜଣେ ସୁଗୃହିଣୀ, ଜଣେ ସୁମାତା, ଭଲ କୂଳବଧୁ ହେବାର ପ୍ରତିଟି ଗୁଣ ଏମାନଙ୍କ ଠାରେ ଭରି ରହିଥାଏ ।

 ୫. ସମସ୍ତଙ୍କ ଖୁସିର ଧ୍ୟାନ ରଖନ୍ତି:

ସମସ୍ତେ କେମିତି ଖୁସିରେ ରୁହନ୍ତୁ, ତାହା ହିଁ ଏହି ଧରଣର ମହିଳାଙ୍କ ମୂଳ ଉଦ୍ଦେଶ୍ୟ । ନିଜ ଘରର ମାହୋଲ ସବୁବେଳେ ସକାରାତ୍ମକ ଓ ଖୁସି ଭରି ରହିଥାଏ । ଘରକୁ ଆସୁଥିବା କୌଣସି ପ୍ରକାର ଦୁଃସ୍ଥିତିକୁ ଏକୁଟିଆ ହିଁ ସମ୍ଭାଳି ନିଅନ୍ତି ।

୬. ସହନଶୀଳତା ଭରି ରହିଥାଏ:

କୁହାଯାଏ ଯେଉଁ ମାନଙ୍କଠାରେ ସହନଶୀଳତା ଥାଏ, ସେମାନେ ପ୍ରତିଟି ପରିସ୍ଥିତିକୁ ବୁଝି ବିଚାରି ନିଷ୍ପତ୍ତି ନିଅନ୍ତି ।କୌଣସି ଘଟଣାକୁ ନେଇ ବ୍ୟସ୍ତ ବିବ୍ରତ ହେବା ସହ ଧର୍ଯ୍ୟର ସହ ସାମ୍ନା କରନ୍ତି । ପ୍ରତି ପରିସ୍ଥିତିର ସମାଧାନ ନିଜେ ବାହାର କରିବା ସହ ପ୍ରତ୍ୟକ ବିଷୟ ପ୍ରତି ଧ୍ୟାନ ଦେଇଥାନ୍ତି ।

KNews Bureau

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

4 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

35 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

37 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

40 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

47 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago