ଦେଶ ବିଦେଶ

କରୋନା ଭୟରେ ଶବକୁ ଛୁଇଁଲେନି ପରିବାର ଲୋକ, ସେମିତି ବାହାରେ ପଡ଼ିରହିଲା ଦୁଇ ଦୁଇଟି ମୃତଦେହ

କରୋନା ଭାଇରସ୍‌ର ସଂକ୍ରମଣ ଭୟ ଲୋକଙ୍କ ମନରେ ଏତେ ବଢ଼ିଯାଇଛି ଯେ ଲୋକମାନେ ନିଜ ପରିଜନଙ୍କୁ ଅନ୍ତିମ ସଂସ୍କାର କରିବାକୁ ବି ଡରୁଛନ୍ତି। ଏଭଳି ଏକ ମାମଲା ଦେଖିବାକୁ ମିଳିଛି ତେଲେଙ୍ଗାନାରେ। ତେଲେଙ୍ଗାନାର ସଙ୍ଗାରେଡ୍ଡିରେ ଗୋଟିଏ ପରିବାରର ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକ ଉଭୟ ଶବକୁ ଘର ବାହାରେ ରଖିଥିଲେ। କିନ୍ତୁ ଅନ୍ତିମ ସଂସ୍କାର କରିବାକୁ ମନା କରିଦେଇଥିଲେ। ପରେ ପୋଲିସ ଓ ମ୍ୟୁନିସିପାଲଟିର କର୍ମକର୍ତ୍ତା ମିଶି ଉଭୟଙ୍କର ଅନ୍ତିମ ସଂସ୍କାର କରିଥିଲେ।

ଏନେଇ ପୋଲିସ କହିଛି ଯେ ଏକ ବଡ଼ ପରିବାରର ୭ ଜଣଙ୍କୁ କରୋନା ହୋଇଥିଲା। ସେମାନଙ୍କ ମଧ୍ୟରୁ ବୁଧବାର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ଆଉ ଜଣେ ଆରପାରିକୁ ଚାଲିଯାଇଥିଲେ। ତେବେ ପରିବାରର ଦୁଇ ଜଣ କରୋନା ଯୋଗୁ ମୃତ୍ୟୁବରଣ କରିଥିବାରୁ ଅନ୍ୟ ସଦସ୍ୟମାନେ ଭୟରେ ସେମାନଙ୍କ ଶବ ସଂସ୍କାର କରିନଥିଲେ। ଏମିତିକି ଶବକୁ ଛୁଇଁବାକୁ ବି ମନା କରି ଦେଇଥିଲେ।

ପରିଜନଙ୍କୁ ଭୟ ଥିଲା ଯେ ଯଦି ସେ କରୋନା ଆକ୍ରାନ୍ତଙ୍କ ଶବ ଛୁଇଁବେ ସେ ବି ସଂକ୍ରମିତ ହୋଇଯିବେ। ଏହା ପରେ ପରିବାର ଲୋକେ କୌଣସି ପ୍ରକାରେ ଶବକୁ ବାହାରକୁ ବାହାର କରିଥିଲେ ଓ ରାସ୍ତା ଉପରେ ସେଭଳି ଛାଡ଼ି ଦେଇଚାଲିଯାଇଥିଲେ। ଦୀର୍ଘ ସମୟ ଧରି ଶବଟି ଏଭଳି ପଡ଼ି ରହିବା ପରେ ପଡ଼ୋଶୀମାନେ ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ତାଙ୍କ ଘରେ ପହଞ୍ଚି ଅନ୍ତିମ ସଂସ୍କାର କରିବାକୁ କହିଥିଲା। ମାତ୍ର ସେମାନେ ମନା କରିବାରୁ ବାଧ୍ୟ ହୋଇ ପୋଲିସ, ନଗର ନିଗମ ଓ ଅନ୍ୟ ଅଧିକାରୀମାନେ ଶବର ଅନ୍ତିମ ସଂସ୍କାର କରିଥିଲେ।

WCW 11

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

7 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

38 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

41 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

44 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

50 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago