ପ୍ରଥମ ଥର ଯୋଗ କରିବା ପୂର୍ବରୁ ଜାଣିନିଅନ୍ତୁ ଏହି ଗୁରୁତ୍ବପୂର୍ଣ୍ଣ କଥା, ନଚେତ୍ ଛୋଟ ଭୁଲ୍ ପଡିପାରେ ଭାରି

ଧୀରେ ଧୀରେ ବଢିଚାଲିଛି ଯୋଗର ଚାହିଦା । ଲୋକମାନେ ନିଜକୁ ଯୋଗ ମାଧ୍ୟମରେ ଆଧ୍ୟାତ୍ମ ସହ ଯୋଡି ହେବା ପାଇଁ ମାର୍ଗ ଖୋଜୁଛନ୍ତି । ବଲିଉଡଠଉ ଆରମ୍ଭ କରି ହଲିଉଡ୍ ସେଲିବ୍ରିଟି ସମସ୍ତେ ମାନସିକ ଏକ ଶାରୀରିକ ସ୍ତରରେ ଫିଟ୍ ରହିବା ପାଇଁ ଯୋଗର ସାହାରା ନେଉଛନ୍ତି । ତେବେ ପ୍ରଥମ ଥର ଯୋଗ କରିବା ସମୟରେ କିଛି ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ତେଣୁ ପ୍ରଥମ ଥର ଯୋଗ କରିବା ସମୟରେ ଏହି ସବୁ ସାବଧାନତା ଅବଲମ୍ବନ କରିବା ଉଚିତ୍ ।

ଢିଲା କପଡା ପିନ୍ଧି କରନ୍ତୁ ଯୋଗ :

ଯୋଗ କରିବା ସମୟରେ କିପରି କପଡା ପିନ୍ଧିବା ଉଚିତ୍ ଏହା ଜାଣିବା ନିହାତି ଉଚିତ୍ । ଯେ କୌଣସି କପଡା ପିନ୍ଧି ଯୋଗ କରିହୁଏନି । ତେଣୁ ଯୋଗ କରିବା ସମୟରେ ଏମିତି କିଛି କପଡା ପିନ୍ଧିବା ଉଚିତ୍ ଯେଉଁଥରେ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ମୁଭ୍ କରିପାରିବେ । ଯୋଗ ସମୟରେ ଝାଳ ବାହାରିଥାଏ । ତେଣୁ ପତଳା ଏବଂ ଢିଲା କପଡା ପିନ୍ଧିବା ଉଚିତ୍ ।

ସଠିକ୍ ଆସନ ଏବଂ ମୁଦ୍ରା ବିଷୟରେ ଜାଣିବା ଉଚିତ୍ :

ଜାଣିବା ଉଚିତ୍ ଯୋଗର କେଉଁ ମୁଦ୍ରାକୁ କେତେ ସମୟ ଯାଏ କରିବା ଉଚିତ୍ । ଏକଥା ନିର୍ଭର କରେ ଆପଣ କେମିତି ଯୋଗ କରୁଛନ୍ତି । ଯୋଗକୁ କେବେ ବି ତରତର ହୋଇ କରନ୍ତୁ ନାହିଁ । ଯୋଗ ସମୟରେ ନିଶ୍ବାସ ପ୍ରଶ୍ବାସର ଖୁବ୍ ମହତ୍ବ ଥାଏ । କୁହାଯାଏ ଆପଣ ଯେଉଁ ନିଶ୍ବାସ ନେଉଛନ୍ତି ତାହା ହେଉଛି ଯୋଗର ଚାବି । ତେଣୁ ଆପଣ ଯଦି ନୂଆ ନୂଆ ଯୋଗ କରୁଛନ୍ତି ତେବେ ଏହାର ପ୍ରଶିକ୍ଷଣ ନିଶ୍ଚୟ ନିଅନ୍ତୁ ।

ଖାଦ୍ୟ ଖାଇ କରନ୍ତୁ ନାହିଁ ଯୋଗ :

ଯୋଗ କୌଣସି ଜିମ୍ ନୁହେଁ । ତେଣୁ ଧ୍ୟାନରେ ରଖନ୍ତୁ ଯୋଗର ସବୁ କ୍ରିୟାକୁ ଆରାମରେ କରିବା ଉଚିତ୍ । ଏଥିପାଇଁ ସର୍ବପ୍ରଥମେ ଶରୀରକୁ ପ୍ରସ୍ତୁତ କରିବା ଉଚିତ୍ । ପେଟ ଫୁଲ୍ ଖାଦ୍ୟ ଖାଇ କେବେ ଯୋଗ କରନ୍ତୁ ନାହିଁ । ସେହିପରି ଯୋଗ ସାରି ତୁରନ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ମହିଳା ମାନେ ପିରିୟଡ୍ ସମୟରେ ଯୋଗ କରିବା ଅନୁଚିତ୍ ବୋଲି କୁହନ୍ତି ଅଧିକାଂଶ ଯୋଗାଚାର‌୍ୟ୍ୟ ।

ସଠିକ୍ ପ୍ରଶିକ୍ଷକ ବାଛନ୍ତୁ :

ଯଦି ପ୍ରଥମ ଥର ଯୋଗ କରୁଛନ୍ତି ତେବେ ସଠିକ୍ ଯୋଗ କ୍ଲାସର ଚୟନ କରନ୍ତୁ । ଯଦି କେବେ ବି ଯୋଗ କରିନାହାଁନ୍ତି ଭଲ ହେବ ଜଣେ ଉତ୍ତମ ଯୋଗ ପ୍ରଶିକ୍ଷକ ଚୟନ କରିବା । କୌଣସି ଯୋଗ କ୍ଲାସ୍ ଜଏନ୍ କରିବା ପୂର୍ବରୁ ଟ୍ରାଏଲ୍ କ୍ଲାସ୍ ନିଶ୍ଚୟ ନିଅନ୍ତୁ ।

 

KNews Bureau

Recent Posts

ଆଜିର ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ନିଜକୁ ଶକ୍ତିବାନ୍‌ ଅନୁଭବ କରିବେ । ପାରିବାରିକ ସୁଖ, ଶାନ୍ତି ରହିବ । ସମ୍ପତ୍ତି ବିବାଦରେ ବିଜୟ…

2 hours ago

ନିଜ ସ୍ଥାନ ବଜାୟ ରଖିଛନ୍ତି ତିନି ମନ୍ତ୍ରୀ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): ମୋଦି ସରକାରର ନିଜ ସ୍ଥାନ ବଜାୟ ରଖିଛନ୍ତି ଓଡ଼ିଶାର ତିନି ମନ୍ତ୍ରୀ । ଅପରିବର୍ତ୍ତିତ ରହିଛି ଧର୍ମେନ୍ଦ୍ର ପ୍ରଧାନ,…

5 hours ago

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅବଦାନ ଅତୁଳନୀୟ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି । କେଵଳ କନ୍ଧମାଳ କାହିଁକି ଭୁବନେଶ୍ୱରର ମର୍ଯ୍ୟାଦା…

5 hours ago

ଚୋରା ଚାଲାଣ ବେଳେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ମାଫିଆ ଗିରଫ

ଲମତାପୁଟ: ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ ।…

5 hours ago

ପାରିବାରିକ ବିବାଦ ନେଲା ଉଗ୍ରରୂପ, ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ

ବାସୁଦେବପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଘରେ ଲଗାଇଦେଲେ ନିଆଁ । ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ…

6 hours ago

ମୋଦିଙ୍କ ୩-୦ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ: ମୋଦିଙ୍କ ତୃତୀୟ ଇନିଂସରେ ମନ୍ତ୍ରୀମାନେ ଶପଥ ନେବା ପରେ ଆଜି ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ଆସନ୍ତୁ…

6 hours ago