ଲାଇଫ୍ ଷ୍ଟାଇଲ୍

ଅଟାକୁ ଏଭଳି ଭାବେ କରନ୍ତୁ ବ୍ୟବହାର, ନିୟନ୍ତ୍ରିତ ରହିବ କୋଲେଷ୍ଟ୍ରୋଲ

ଏକ୍ସରସାଇଜ୍‌ ବା ବ୍ୟାୟାମ କୋଲେଷ୍ଟ୍ରୋଲ ରୋଗୀଙ୍କ ପାଇଁ ଜରୁରୀ, ଏହା ସମସ୍ତେ ଜାଣନ୍ତି। କିନ୍ତୁ ଏହାସହିତ ବି ଡାଏଟ୍‌ରେ କ’ଣ ନେବା, କିପରି ଏବଂ କେତେ ପରିମାଣରେ ନେବା, ତାହା ଉପରେ ଧ୍ୟାନ ରଖିବା ବହୁତ ଜରୁରୀ ହୋଇଥାଏ। କାରଣ, ଏହା କୋଲେଷ୍ଟ୍ରୋଲକୁ କମ୍‌ କରିବାରେ ସାହାଯ୍ୟ କରିଥାଏ। ଆଜି ଆମେ ଆପଣଙ୍କୁ କେମିତି କୋଲେଷ୍ଟ୍ରୋଲକୁ କମ୍‌ କରାଯାଇପାରିବ, ସେ ବିଷୟରେ କିଛି ଟିପ୍ସ ଦେବାକୁ ଯାଉଛୁ।

୧. ଯେଉଁମାନଙ୍କର କୋଲେଷ୍ଟ୍ରୋଲ ବଢ଼ିଯାଇଥାଏ, ସେମାନେ ଘିଅ, ଲହୁଣୀ ଆଦି ସେବନ କରିବା ଉଚିତ ନୁହେଁ।

୨. ଓଟ୍‌ କୋଲେଷ୍ଟ୍ରୋଲକୁ କମ୍‌ କରିଥାଏ। ଗହମ ଅଟାରେ ଓଟ୍‌ ମିଶାଇ ରୁଟି ପ୍ରସ୍ତୁତ କରନ୍ତୁ। ଏହାଦ୍ୱାରା କୋଲେଷ୍ଟ୍ରୋଲକୁ କମ୍‌ କରାଯାଇପାରିବ।

୩. ସାଧାରଣତଃ ଓଟ୍ ଲୋକେ ବ୍ରେକ୍‌ଫାଷ୍ଟରେ ଖାଇଥାଆନ୍ତି। କିନ୍ତୁ ଓଟ୍‌ର ଅଟା ପ୍ରସ୍ତୁତ କରି ଖାଇଲେ, ଏଥିରେ ଥିବା ସୋଲିବଲ୍‌ ଫାଇବର କୋଲେଷ୍ଟ୍ରୋଲକୁ କମ୍‌ କରିଥାଏ।

୪. ୧ କିଲୋ ଅଟାରେ ଏକ ତୃତୀୟାଂଶ ଓଟ୍‌ର ଅଟା ମିଶାନ୍ତୁ। ଏଥିରେ ରୁଟି ତିଆରି ଖାଇଲେ ଲାଭ ମିଳିଥାଏ।

୫. ୧ ଚାମଚ ଚୋକଡ଼କୁ ଅଟାରେ ମିଶାନ୍ତୁ। ଏଥିରେ ଆପଣ ଦହି କିମ୍ବା କ୍ଷୀର ମଧ୍ୟ ବ୍ୟବହାର କରିପାରିବେ।

୬. ଭୃସଙ୍ଗ ପତ୍ରକୁ ଚୂରି ଅଟାରେ ମିଶାଇ ଖାଇବା ଦ୍ୱାରା କମ୍‌ ହୋଇଥାଏ କୋଲେଷ୍ଟ୍ରୋଲ।

୭. ଗହମ ଅଟାରେ ଚୋକଡ଼, ଭୃସଙ୍ଗ ପତ୍ର ଚୂର୍ଣ୍ଣ, ଓଟ୍ର ଅଟା ମିଶାଇ ମିକ୍ସ କରି ନିଅନ୍ତୁ। ଏହାକୁ କ୍ଷୀର ସହିତ ଭିଜାଇ ରଖନ୍ତୁ। ଏହାଦ୍ୱାରା ରୁଟି ମୁଲାୟମ ହୋଇଥାଏ ଏବଂ କୋଲେଷ୍ଟ୍ରୋଲ ବି ନିୟନ୍ତ୍ରିତ ରହିଥାଏ।

Roshni

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

7 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

8 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

12 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

14 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

19 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

27 mins ago