କ’ଣ ଆପଣ ସବୁବେଳେ କଥା ଭୁଲି ଯାଉଛନ୍ତି କି, ତେବେ ଆସନ୍ତୁ ଜାଣିବା କିପରି ବଢାଇବେ ସ୍ମରଣ ଶକ୍ତି

ଜୀବନରେ ସବୁକିଛି ପାଇଯିବା ଆଶାରେ ଅନେକ ଲୋକ ଦିନରାତି କାମ କରିବାକୁ ପଛାଉନାହାନ୍ତି। ଦରକାର ଠାରୁ ଅଧିକ କାମ କରିବା ଏବଂ ଚିନ୍ତାରେ ରହିବା ଯୋଗୁଁ ମନୁଷ୍ୟ ମସ୍ତିଷ୍କ ଉପରେ ପ୍ରଭାବ ପଡିଥାଏ। କାମ ପ୍ରେସର ଏବଂ ଚିନ୍ତା ଯୋଗୁଁ ମନୁଷ୍ୟ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ ଏବଂ ମଣିଷ ଭୁଲିବାକୁ ଲାଗିଥାଏ। ଯଦି ଆପଣଙ୍କୁ କୌଣସି ଜିନିଷ ମନେ ରଖିବା ପାଇଁ ଏପରି ସମସ୍ୟାର ସାମ୍ନା କରିବାକୁ ପଡୁଛି ତେବେ ଏହା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

ମେହେନ୍ଦୀ ଲଗାନ୍ତୁ:

ଯଦି ଆପଣ ବହୁତ କିଛି କଥା ଭୁଲି ଯାଉଛନ୍ତି ତେବେ ଆପଣ ମୁଣ୍ଡରେ ମେହେନ୍ଦୀ ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କୁ ଫାଇଦା ମିଳିବ। ପ୍ରାକୃତିକ ଭାବେ ମେହେନ୍ଦୀରେ କରନୋସିକ ତତ୍ତ୍ୱ ମିଳିଥାଏ। ଯାହା ମଣିଷର ମସ୍ତିଷ୍କ ମାଂସପେଶୀକୁ ସକ୍ରିୟ କରିଥାଏ ଏବଂ ଏହାର ପ୍ରଭାବ ଖୁବଶୀଘ୍ର ମସ୍ତିଷ୍କ ଉପରେ ପଡିଥାଏ।

ପ୍ରାତଃ ଭ୍ରମଣରେ ଯାଆନ୍ତୁ:

ଯଦି ଆପଣ ପ୍ରତିଦିନ ମସ୍ତିଷ୍କକୁ ସୁସ୍ଥ ଏବଂ ଶାନ୍ତ ରଖିବାକୁ ଚାହୁଁଚନ୍ତି, ତେବେ ସବୁଦିନ ସକାଳୁ ଉଠି ଭ୍ରମଣରେ ଯାଆନ୍ତୁ। ନିୟମିତ ଭାବେ ଏହି କାମ କରିବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ। ଯଦି ଆପଣଙ୍କ ପାଖେ ସମ୍ଭବ ତେବେ ଖାଲି ପାଦରେ କିଛି ସମୟ ଚାଲିବା ଦ୍ୱାରା ମଧ୍ୟ ଏହାର ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ।

ଫଳ ଖାଆନ୍ତୁ:

ଫଳରେ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ରହିଥାଏ, ଯାହା ମସ୍ତିଷ୍କକୁ ବେଶ ସକ୍ରିୟ ରଖିଥାଏ। ତେବେ ଆପଣ ପ୍ରତିଦିନ ସେଓ ଏବଂ ଡାଳିମ୍ବ ରସ ପିଇବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ସୁସ୍ଥ ରହିଥାଏ।

ଅଖରୋଟ ଖାଆନ୍ତୁ:

ସବୁ କଥାକୁ ମନେ ରଖିବା ପାଇଁ ମସ୍ତିଷ୍କ ସୁସ୍ଥ ହେବା ଦରକାର। ଏଥିପାଇଁ ଆପଣ ପ୍ରତିଦିନ ଅଖରୋଟ ଖାଇପାରିବେ। ଅଖରୋଟରେ ଭିଟାମିନ ଏ ରହିଥାଏ, ଯାହା ସ୍ମରଣ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ଏହା ସହିତ ଚା ଏବଂ ଗ୍ରୀନ ଟି ମଧ୍ୟ ଆପଣ ପିଇପାରିବେ।
ଏ ସମସ୍ତ ଖାଦ୍ୟପଦାର୍ଥ ଆପଣଙ୍କ ଚିନ୍ତାକୁ ଦୂର କରିବା ସହ ମସ୍ତିଷ୍କର ସ୍ମରଣ ଶକ୍ତି ବଢାଇଥାଏ। ଏହାକୁ ଖାଇବା ଦ୍ୱାରା ଆପଣଙ୍କ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ।

Swagatika

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

6 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

12 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

42 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

49 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago