ଲାଇଫ୍ ଷ୍ଟାଇଲ୍

କାମ କରୁ କରୁ ଦୂରେଇ ନ ଯାଉ ପ୍ରେମ! ଜାଣନ୍ତୁ, ଅଫିସ୍‌ ଓ ଜୀବନସାଥୀଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଟିପ୍ସ

କାମ ଓ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ନିହାତି ଆବଶ୍ୟକ । ଉଭୟ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିରେ କେହି ଆପଣଙ୍କୁ ସାହାଯ୍ୟ କରିପାରିବେ ନାହିଁ । କେବଳ ଆପଣ ନିଜେ ହିଁ କାମ ଓ ପରିବାର ମଧ୍ୟରେ ସନ୍ତୁଳନ ରକ୍ଷା କରିପାରିବେ । ତେବେ ଆସନ୍ତୁ ଜାଣିବା କ୍ୟାରିୟର ଓ ପ୍ରେମକୁ ଏକା ସାଙ୍ଗେ ସନ୍ତୁଳିତ କରିବାର କିଛି ଟିପ୍ସ…

  • ପ୍ରେମ ଓ କ୍ୟାରିୟର ମଧ୍ୟରେ ସନ୍ତୁଳନ ବଜାୟ ରଖିବା କଷ୍ଟକର । କିନ୍ତୁ ତାହା ଜରୁରୀ । ବର୍ତ୍ତମାନର ଆଧୁନିକ ଜୀବନଶୈଳୀରେ ଏକ ଭଲ କ୍ୟାରିୟର ଓ ମଜଭୁତ ପ୍ରେମ ସମ୍ପର୍କ ମଧ୍ୟରେ ସନ୍ତୁଳନ ରଖିବା ଭାରି କଷ୍ଟସାଧ୍ୟ । ଏଣୁ ପାର୍ଟନର ପରସ୍ପରକୁ ପ୍ରଥମେ ବୁଝିବା ନିହାତି ଆବଶ୍ୟକ ।
  • ସମ୍ପର୍କ ଆରମ୍ଭରୁ ହିଁ କାମ ଓ ସମ୍ପର୍କ ମଝିରେ ଏକ ସୀମା ନିର୍ଦ୍ଧାରଣ କରନ୍ତୁ । ସାଥୀଙ୍କୁ ଜଣାନ୍ତୁ ଯେ ଦିନର ୮-୯ ଘଣ୍ଟା କେବଳ ଅଫିସ୍‌ର । ସେହି ସମୟରେ ବ୍ୟକ୍ତିଗତ ବ୍ୟାପାର ଚର୍ଚ୍ଚା କରିବା ଅସମ୍ଭବ । ସାଥୀଙ୍କୁ ଥରେ ଏନେଇ ନିହାତି ବୁଝାନ୍ତୁ ।
  • ଅଫିସ୍‌ର କିଛି କଥା ଘରେ ବି କଥା ହୁଅନ୍ତୁ । ଫଳରେ ସାଥୀ ଆପଣଙ୍କ କାମର ସିଡ୍ୟୁଲ ଆପେ ବୁଝିପାରିବେ । ଏଥିସହ କାମର ଗୁରୁତ୍ୱ ବି ସେ ଜାଣିବେ । ଫଳରେ ଦାମ୍ପତ୍ୟ ଜୀବନରେ ସମସ୍ୟା ଉପୁଜିବ ନାହିଁ ।
  • ବର୍ତ୍ତମାନର କମ୍ପିଟେସନ୍‌ ଯୁଗରେ ସବୁ ବେଳେ ପ୍ରେମିକ କିମ୍ବା ପ୍ରେମିକା ପରସ୍ପରକୁ ଭେଟି ପାରନ୍ତି ନାହିଁ । ଯଦି ଆପଣଙ୍କ କ୍ଷେତ୍ରରେ ବି ସମାନ ଜିନିଷ ହେଉଛି, ତେବେ ଯେତେବେଳେ ବି ସାଥୀଙ୍କ ସହ କିଛି ସମୟ ମିଳୁଛି, ତାହାକୁ ଖୁବ୍‌ ଭଲ ଭାବେ କାଟନ୍ତୁ । ସେତେବେଳେ ଝଗଡ଼ା କରନ୍ତୁ ନାହିଁ କି ଅଫିସ୍‌ର ଅଯଥା କଥା କହି ସାଥୀଙ୍କ ମନ ଦୁଃଖ କରାନ୍ତୁ ନାହିଁ ।
  • ସବୁ ପରେ ବି ଯଦି ଅଫିସ୍‌ ଓ ପ୍ରେମ ଜୀବନରେ ସନ୍ତୁଳନ ରଖିପାରୁ ନାହାନ୍ତି, ତେବେ ସାଥୀଙ୍କୁ ଆପଣଙ୍କ ଭବିଷ୍ୟତ ଯୋଜନା ବିଷୟରେ କୁହନ୍ତୁ । ଏଥିସହ କେତେ ପରିଶ୍ରମ କରିବାକୁ ପଡ଼ିବ ତାହା ବି ଜଣାନ୍ତୁ । ସେ ନିଶ୍ଚୟ ବୁଝିବେ ।
WCW 11

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

9 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

12 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

16 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

29 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

46 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago