ଅର୍ଥ ଅଭାବକୁ ନେଇ ଚିନ୍ତିତ ରହୁଛନ୍ତି କି ? ଚୁପଚାପ୍‌ କର୍ପୂରରେ କରନ୍ତୁ ଏହି କାମ, ଜଲଦି ମିଳିବ ଫାଇଦା

କର୍ପୂରରେ ରହିଛି ଅନେକ ଚମତ୍କାରୀ ଫାଇଦା। ହିନ୍ଦୁ ଧର୍ମରେ ପୂଜାରେ ଯଦି କର୍ପୂରକୁ ସାମିଲ କରା ନ ଯାଏ ତେବେ ପୂଜାକୁ ଅସମ୍ପୂର୍ଣ୍ଣ ବୋଲି ଧରା ଯାଇଥାଏ। ଘରେ ହେଉ ବା ମନ୍ଦିରରେ ସର୍ବଦା ଆମେ କର୍ପୂର ଜଳାଇ ଆଳତି କରିଥାଉ। ବାସ୍ତୁଶାସ୍ତ୍ର ଅନୁସାରେ, କର୍ପୂର ଜଳାଇ ଆଳତି କରିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇ ସକାରାତ୍ମକ ପ୍ରଭାବ ପକାଇଥାଏ।

– ପ୍ରତିଦିନ ସନ୍ଧ୍ୟା ସମୟରେ କର୍ପୂରକୁ ଘିଅରେ ବୁଢାଇ ଜଳାନ୍ତୁ। ଏପରି କରିବା ଦ୍ୱାରା ଘରେ ଥିବା ପିତୃଦୋଷ ଏବଂ କାଳସର୍ପଦୋଷ ଦୂର ହୋଇଥାଏ।

– ମଙ୍ଗଳବାର ଦିନ କର୍ପୂରରେ ହୁନମାନଙ୍କ ଆରତୀ କରିବା ଦ୍ୱାରା ପରିବାରର ସମସ୍ତ ସଦସ୍ୟଙ୍କ ଉପରେ ବଜରଙ୍ଗବାଲୀଙ୍କ କୃପା ରହିବା ସହ ଦୁର୍ଘଟଣାରୁ ରକ୍ଷା ମିଳିବ।

– ବିବାହ ଜନିତ ଉପୁଜୁଥିବା ବାଧାକୁ ନଷ୍ଟ କରିବା ପାଇଁ ମା ଦୁର୍ଗାଙ୍କ ନିକଟରେ ୫ଟି ଲବଙ୍ଗ ସହିତ କର୍ପୂରକୁ ଜଳାନ୍ତୁ ଏବଂ ହଳଦୀ ମିଶା ଚାଉଳ ଆହୁତୀ ଦିଅନ୍ତୁ।

– ଏହାଛଡା ବୈଜ୍ଞାନିକ କାରଣ ଅନୁଯାୟୀ, ଏହାର ଧୂଆଁ ଜୀବାଣୁ ଏବଂ ରୋଗ ସକଂମ୍ରଣ କରୁଥିବା ଜୀବକୁ ନଷ୍ଟ କରିଥାଏ।

– ଗୋଲାପ ଫୁଲର ପାଖୁଡାରେ କର୍ପୂର ରଖି ଜଳାଇବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ସମ୍ମୁଖରେ ରଖିଦିଅନ୍ତୁ। ଏପରି ୨୧ ଦିନ ପର୍ଯ୍ୟନ୍ତ ଲଗାତାର କରିବା ଦ୍ୱାରା ନିଶ୍ଚିତ ଭାବେ ଲାଭ ମିଳିବ।

– ବାସ୍ତୁଦୋଷ ଦୂର କରିବା ପାଇଁ କର୍ପୂର ଖଣ୍ଡକୁ ନାଲି କପଡାରେ ବାନ୍ଧି ଘରର ମୁଖ୍ୟ ଦ୍ୱାରରେ ଟଙ୍ଗାଇଦିଅନ୍ତୁ। ଏହି ଉପାୟ ଆପଣଙ୍କ ଘରର ଦୋଷ ଜଲଦି ଦୂର କରିବ।

– ପାଣିରେ କର୍ପୂର ପକାଇ ସ୍ନାନ କରିବା ଦ୍ୱାରା ବହୁତ ଫାଇଦା ମିଳିଥାଏ। ଏହା କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଉଜ୍ୱଳ ହେବା ସହ ରାହୁ, କେତୁ ଏବଂ ଶନି ଦଶା ଦୂର ହୁଏ।

ଏହାସହ ପଢ଼ନ୍ତୁ ; କ’ଣ ଆପଣଙ୍କ ଘରେ ରହିଛି କି ନକାରାତ୍ମକ ଶକ୍ତି ? ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

– ଅର୍ଥାଭାବ ଦୂର କରିବା ପାଇଁ ରାତିରେ ଶୋଇବା ପୂର୍ବରୁ ତମ୍ବା କିମ୍ବା ପିତ୍ତଳ ପାତ୍ରରେ କର୍ପୂର ଏବଂ ଲବଙ୍ଗ ଏକାଠି ଜଳାନ୍ତୁ। ଏହା କରିବା ଫଳରେ ଘରେ ଧନଧାନ୍ୟରେ ପରିପୂର୍ଣ୍ଣ ହୁଏ।

– ବ୍ୟବସାୟ ଏବଂ ଚାକିରୀରେ ସଫଳତା ପାଇବା ପାଇଁ ଅଷ୍ଟମୀ ତିଥି ଦିନ କର୍ପୂର ଯଅ ପକାଇ ଜାଳନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଫାଇଦା ମିଳିବ।

Swagatika

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

8 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

13 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago