ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଏହାର ପ୍ରଭାବ ପଡ଼ିଛି ତୈଳ ବିକ୍ରି ଉପରେ। ରାଜ୍ୟରେ କମିଛି ପେଟ୍ରୋଲ ଓ ଡିଜେଲ ବିକ୍ରି। ନଜର ପକାନ୍ତୁ ଏସମ୍ପର୍କିତ ତଥ୍ୟ ଉପରେ। ଆଇନ କାର୍ଯ୍ୟକାରୀ ହେବା ପୂର୍ବରୁ ରାଜ୍ୟରେ ପ୍ରତ୍ୟେକ ଦିନ ୨୭ ଲକ୍ଷ ୨୦ ହଜାର ଲିଟର ପେଟ୍ରୋଲ ବିକ୍ରି ହେଉଥିଲା। ବର୍ତ୍ତମାନ ୪ ଲକ୍ଷ ୮ ହଜାର ଲିଟର କମ୍ ବିକ୍ରି ହେଉଛି ପେଟ୍ରୋଲ। ସେହିପରି କମିଛି ଡିଜେଲ ବିକ୍ରି। ରାଜ୍ୟରେ ପ୍ରତିଦିନ ପ୍ରାୟ ୮୩ ଲକ୍ଷ ୫ ହଜାର ଲିଟର ଡିଜେଲ ବିକ୍ରି ହୋଇଥାଏ। ଏବେ ୧୨ ଲକ୍ଷ ୪୫ ହଜାର ଲିଟର କମ୍ ଡିଜେଲ ବିକ୍ରି ହେଉଛି। ଖୋର୍ଦ୍ଧା ଜିଲ୍ଲାରେ ଆଗରୁ ୪ ଲକ୍ଷ ୬୭ ହଜାର ଲିଟର ପେଟ୍ରୋଲ ବିକ୍ରି ହେଉଥିବା ବେଳେ ୭୦ ହଜାର ଲିଟର ବିକ୍ରି କମ୍ ହେଉଛି। ସେହିପରି ଡିଜେଲ ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ୪ ଲକ୍ଷ ୯୫ ହଜାର ଲିଟର ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ୭୪ ହଜାର ଲିଟର କମ୍ ବିକ୍ରି ହେଉଛି। କମ୍ ବିକ୍ରି ଯୋଗୁଁ ରାଜ୍ୟ ସରକାର ପେଟ୍ରୋଲରେ ଭ୍ୟାଟ୍ ବାବଦକୁ ୫୭ ଲକ୍ଷ ୫୯ ହଜାର ଓ ଡିଜେଲ କ୍ଷେତ୍ରରେ ୧ କୋଟି ୭୮ ଲକ୍ଷ ଟଙ୍କା କ୍ଷତି ସହୁଛନ୍ତି।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…