Categories: ସ୍ପେଶାଲ

ସୂର୍ଯ୍ୟଦେବଙ୍କର ଏହି ଚମତ୍କାରୀ ମନ୍ଦିର ଯିଏ ରାତାରାତି ପରିବର୍ତ୍ତନ କରିଥିଲା ନିଜର ଦିଗ, ଜାଣନ୍ତୁ ରହସ୍ୟ

ଆମ ଦେଶରେ ଭଗବାନଙ୍କର ଅନେକ ଚମତ୍କାରୀ ମନ୍ଦିର ରହିଛି ଯେଉଁଠାରେ ସବୁବେଳେ ଭକ୍ତ ମାନଙ୍କର ଭିଡ଼ ଯମିଥାଏ । ଭଗବାନଙ୍କ ରହସ୍ୟମୟ ମନ୍ଦିର ଦର୍ଶନ କରିବା ପାଇଁ କେବଳ ଦେଶରୁ ନୁହେଁ ବରଂ ଅନ୍ୟ ଦେଶରୁ ମଧ୍ୟ ଭକ୍ତ ମାନଙ୍କର ଭିଡ଼ ଦେଖିବାକୁ ମିଳିଥାଏ । ଆମେ ଆଜି ଆପଣଙ୍କୁ ଏପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯାହା ଅତ୍ୟନ୍ତ ରହସ୍ୟମୟ ଅଟେ । ତାହେଲେ ଆସନ୍ତୁ ଜାଣିବା ଏପରି ଏକ ମନ୍ଦିର ବିଷୟରେ ।

ଔରଙ୍ଗାବାଦରେ ଦେବ ନାମକ ଏକ ସ୍ଥାନରେ ସୂର୍ଯ୍ୟ ଦେବତାଙ୍କର ଏକ ମନ୍ଦିର ରହିଛି । ଏହା ଦେବ ସ୍ଥାନରେ ହୋଇଥିବାରୁ ଏହାକୁ ଦେବ ସୂର୍ଯ୍ୟ ମନ୍ଦିର ବୋଲି କୁହାଯାଇଥାଏ । ମନ୍ଦିର ବିଷୟରେ କହିବାକୁ ଗଲେ ଏହା ଷଷ୍ଠ ବା ସପ୍ତମ ଶତାବ୍ଦୀର ମଧ୍ୟ  ଭାଗରେ ସ୍ଥାପିତ ହୋଇଥିଲା । ଏହି ମନ୍ଦିର ଏପରି ଭାବେ ଖୋଦିତ ହୋଇଛି ଯେ ସେଠାକାର ଲୋକ ଏହାକୁ ତ୍ରେତୟା କିମ୍ବା ଦ୍ୱାପର ଯୁଗର ମନ୍ଦିର ବୋଲି ମାନିଥାନ୍ତି ।

ସୂଚନା ଅନୁଯାୟୀ ଥରେ ଔରଙ୍ଗଜେବ ଏହି ମନ୍ଦିରକୁ ଆକ୍ରମଣ କରିବା ପାଇଁ ଔରଙ୍ଗାବାଦରେ ପହଂଚିଥିଲେ । ସେ ମନ୍ଦିରକୁ ଆକ୍ରମଣ କରିବାକୁ ଯିବା ସମୟରେ ମନ୍ଦିରର ପୂଜାରୀ ତାଙ୍କୁ ମନ୍ଦିର ନ ଭାଙ୍ଗିବାକୁ ବହୁତ ଅନୁରୋଧ କରିଥିଲେ । କୁହାଯାଏ କି ପ୍ରଥମେ ଔରଙ୍ଗଜେବ ଏହି କଥାରେ କୌଣସି ମତେ ରାଜି ହୋଇନଥିଲେ କିନ୍ତୁ ବାରମ୍ବାର ଲୋକ ମାନଙ୍କର ଅନୁରୋଧକୁ ଶୁଣିବା ପରେ ସେ କହିଥିଲେ କି ଯଦି ସତରେ ତୁମ ଭଗବାନ ଅଛନ୍ତି ଏବଂ ତାଙ୍କର କୌଣସି ଶକ୍ତି ରହିଛି ତାହେଲେ ମନ୍ଦିରର ପ୍ରବେଶ ଦ୍ୱାର ପଶ୍ଚିମ ଦିଗରେ ହୋଇଯାଉ । ଯଦି ଏପରି ହୁଏ ତାହେଲେ ମୁଁ ମନ୍ଦିର ଭାଙ୍ଗିବି ନାହିଁ ।

ଏହାସହ ପଢନ୍ତୁ ଏବେ ମନ୍ଦିରରେ ପ୍ରସାଦ ପ୍ରସ୍ତୁତ କରିବା ପୂର୍ବରୁ ନେବାକୁ ପଡିବ ତାଲିମ

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ଔରଙ୍ଗଜେବ ପୂଜାରୀଙ୍କୁ ପ୍ରବେଶ ଦ୍ଵାରର ଦିଗ ପରିବର୍ତ୍ତନ କରିବା ପାଇଁ କହି ପରବର୍ତ୍ତୀ ସକାଳ ପର୍ଯ୍ୟନ୍ତ ସମୟ ଦେଇ ଚାଲି ଯାଇଥିଲେ । ଏହାପରେ ପୂଜାରୀ ବହୁତ ବ୍ୟସ୍ତ ହୋଇପଡିଥିଲେ ଓ ସାରା ରାତି ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କରିଥିଲେ । କୁହାଯାଏ ଯେ ଯେତେବେଳେ ପୂଜାରୀ ତା ପରଦିନ ପ୍ରାତଃ ପୁଜା ନିମନ୍ତେ ମନ୍ଦିରକୁ ଯାଆନ୍ତି ତାପରେ ଯାହା ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । ସେ ଦେଖିଲେ ଯେ ମନ୍ଦିରର ପ୍ରବେଶ ଦ୍ୱାର ସତକୁସତ ପଶ୍ଚିମ ଦିଗକୁ ହୋଇଯାଇଛି । ସେହିଦିନ ଠାରୁ ମନ୍ଦିରର ମୁଖ୍ୟ ଦ୍ୱାର ପଶ୍ଚିମ ଦିଗ ହୋଇ ରହିଛି ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago