ସୂର୍ଯ୍ୟଦେବଙ୍କର ଏହି ଚମତ୍କାରୀ ମନ୍ଦିର ଯିଏ ରାତାରାତି ପରିବର୍ତ୍ତନ କରିଥିଲା ନିଜର ଦିଗ, ଜାଣନ୍ତୁ ରହସ୍ୟ
ଆମ ଦେଶରେ ଭଗବାନଙ୍କର ଅନେକ ଚମତ୍କାରୀ ମନ୍ଦିର ରହିଛି ଯେଉଁଠାରେ ସବୁବେଳେ ଭକ୍ତ ମାନଙ୍କର ଭିଡ଼ ଯମିଥାଏ । ଭଗବାନଙ୍କ ରହସ୍ୟମୟ ମନ୍ଦିର ଦର୍ଶନ କରିବା ପାଇଁ କେବଳ ଦେଶରୁ ନୁହେଁ ବରଂ ଅନ୍ୟ ଦେଶରୁ ମଧ୍ୟ ଭକ୍ତ ମାନଙ୍କର ଭିଡ଼ ଦେଖିବାକୁ ମିଳିଥାଏ । ଆମେ ଆଜି ଆପଣଙ୍କୁ ଏପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯାହା ଅତ୍ୟନ୍ତ ରହସ୍ୟମୟ ଅଟେ । ତାହେଲେ ଆସନ୍ତୁ ଜାଣିବା ଏପରି ଏକ ମନ୍ଦିର ବିଷୟରେ ।
ଔରଙ୍ଗାବାଦରେ ଦେବ ନାମକ ଏକ ସ୍ଥାନରେ ସୂର୍ଯ୍ୟ ଦେବତାଙ୍କର ଏକ ମନ୍ଦିର ରହିଛି । ଏହା ଦେବ ସ୍ଥାନରେ ହୋଇଥିବାରୁ ଏହାକୁ ଦେବ ସୂର୍ଯ୍ୟ ମନ୍ଦିର ବୋଲି କୁହାଯାଇଥାଏ । ମନ୍ଦିର ବିଷୟରେ କହିବାକୁ ଗଲେ ଏହା ଷଷ୍ଠ ବା ସପ୍ତମ ଶତାବ୍ଦୀର ମଧ୍ୟ ଭାଗରେ ସ୍ଥାପିତ ହୋଇଥିଲା । ଏହି ମନ୍ଦିର ଏପରି ଭାବେ ଖୋଦିତ ହୋଇଛି ଯେ ସେଠାକାର ଲୋକ ଏହାକୁ ତ୍ରେତୟା କିମ୍ବା ଦ୍ୱାପର ଯୁଗର ମନ୍ଦିର ବୋଲି ମାନିଥାନ୍ତି ।
ସୂଚନା ଅନୁଯାୟୀ ଥରେ ଔରଙ୍ଗଜେବ ଏହି ମନ୍ଦିରକୁ ଆକ୍ରମଣ କରିବା ପାଇଁ ଔରଙ୍ଗାବାଦରେ ପହଂଚିଥିଲେ । ସେ ମନ୍ଦିରକୁ ଆକ୍ରମଣ କରିବାକୁ ଯିବା ସମୟରେ ମନ୍ଦିରର ପୂଜାରୀ ତାଙ୍କୁ ମନ୍ଦିର ନ ଭାଙ୍ଗିବାକୁ ବହୁତ ଅନୁରୋଧ କରିଥିଲେ । କୁହାଯାଏ କି ପ୍ରଥମେ ଔରଙ୍ଗଜେବ ଏହି କଥାରେ କୌଣସି ମତେ ରାଜି ହୋଇନଥିଲେ କିନ୍ତୁ ବାରମ୍ବାର ଲୋକ ମାନଙ୍କର ଅନୁରୋଧକୁ ଶୁଣିବା ପରେ ସେ କହିଥିଲେ କି ଯଦି ସତରେ ତୁମ ଭଗବାନ ଅଛନ୍ତି ଏବଂ ତାଙ୍କର କୌଣସି ଶକ୍ତି ରହିଛି ତାହେଲେ ମନ୍ଦିରର ପ୍ରବେଶ ଦ୍ୱାର ପଶ୍ଚିମ ଦିଗରେ ହୋଇଯାଉ । ଯଦି ଏପରି ହୁଏ ତାହେଲେ ମୁଁ ମନ୍ଦିର ଭାଙ୍ଗିବି ନାହିଁ ।
ଏହାସହ ପଢନ୍ତୁ ଏବେ ମନ୍ଦିରରେ ପ୍ରସାଦ ପ୍ରସ୍ତୁତ କରିବା ପୂର୍ବରୁ ନେବାକୁ ପଡିବ ତାଲିମ
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ଔରଙ୍ଗଜେବ ପୂଜାରୀଙ୍କୁ ପ୍ରବେଶ ଦ୍ଵାରର ଦିଗ ପରିବର୍ତ୍ତନ କରିବା ପାଇଁ କହି ପରବର୍ତ୍ତୀ ସକାଳ ପର୍ଯ୍ୟନ୍ତ ସମୟ ଦେଇ ଚାଲି ଯାଇଥିଲେ । ଏହାପରେ ପୂଜାରୀ ବହୁତ ବ୍ୟସ୍ତ ହୋଇପଡିଥିଲେ ଓ ସାରା ରାତି ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କରିଥିଲେ । କୁହାଯାଏ ଯେ ଯେତେବେଳେ ପୂଜାରୀ ତା ପରଦିନ ପ୍ରାତଃ ପୁଜା ନିମନ୍ତେ ମନ୍ଦିରକୁ ଯାଆନ୍ତି ତାପରେ ଯାହା ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । ସେ ଦେଖିଲେ ଯେ ମନ୍ଦିରର ପ୍ରବେଶ ଦ୍ୱାର ସତକୁସତ ପଶ୍ଚିମ ଦିଗକୁ ହୋଇଯାଇଛି । ସେହିଦିନ ଠାରୁ ମନ୍ଦିରର ମୁଖ୍ୟ ଦ୍ୱାର ପଶ୍ଚିମ ଦିଗ ହୋଇ ରହିଛି ।