ପେଟ୍ରୋଲ ଓ ଡିଜେଲ ବିକ୍ରି ଉପରେ ପ୍ରଭାବ ପକାଇଛି ନୂଆ ମୋଟର ଯାନ ଆଇନ, କ୍ଷତିରେ ଚାଲିଛି ତୈଳ ବ୍ୟବସାୟ

ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଏହାର ପ୍ରଭାବ ପଡ଼ିଛି ତୈଳ ବିକ୍ରି ଉପରେ। ରାଜ୍ୟରେ କମିଛି ପେଟ୍ରୋଲ ଓ ଡିଜେଲ ବିକ୍ରି। ନଜର ପକାନ୍ତୁ ଏସମ୍ପର୍କିତ ତଥ୍ୟ ଉପରେ।  ଆଇନ କାର୍ଯ୍ୟକାରୀ ହେବା ପୂର୍ବରୁ ରାଜ୍ୟରେ ପ୍ରତ୍ୟେକ ଦିନ ୨୭ ଲକ୍ଷ ୨୦ ହଜାର ଲିଟର ପେଟ୍ରୋଲ ବିକ୍ରି ହେଉଥିଲା। ବର୍ତ୍ତମାନ ୪ ଲକ୍ଷ ୮ ହଜାର ଲିଟର କମ୍‌ ବିକ୍ରି ହେଉଛି ପେଟ୍ରୋଲ। ସେହିପରି କମିଛି ଡିଜେଲ ବିକ୍ରି। ରାଜ୍ୟରେ ପ୍ରତିଦିନ ପ୍ରାୟ ୮୩ ଲକ୍ଷ ୫ ହଜାର ଲିଟର ଡିଜେଲ ବିକ୍ରି ହୋଇଥାଏ। ଏବେ ୧୨ ଲକ୍ଷ ୪୫ ହଜାର ଲିଟର କମ୍‌ ଡିଜେଲ ବିକ୍ରି ହେଉଛି। ଖୋର୍ଦ୍ଧା ଜିଲ୍ଲାରେ ଆଗରୁ ୪ ଲକ୍ଷ ୬୭ ହଜାର ଲିଟର ପେଟ୍ରୋଲ ବିକ୍ରି ହେଉଥିବା ବେଳେ ୭୦ ହଜାର ଲିଟର ବିକ୍ରି କମ୍‌ ହେଉଛି। ସେହିପରି ଡିଜେଲ ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ୪ ଲକ୍ଷ ୯୫ ହଜାର ଲିଟର ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ୭୪ ହଜାର ଲିଟର କମ୍‌ ବିକ୍ରି ହେଉଛି। କମ୍‌ ବିକ୍ରି ଯୋଗୁଁ ରାଜ୍ୟ ସରକାର ପେଟ୍ରୋଲରେ ଭ୍ୟାଟ୍‌ ବାବଦକୁ ୫୭ ଲକ୍ଷ ୫୯ ହଜାର ଓ ଡିଜେଲ କ୍ଷେତ୍ରରେ ୧ କୋଟି ୭୮ ଲକ୍ଷ ଟଙ୍କା କ୍ଷତି ସହୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.