ରୋକ ଲଗାଇଲେ ମୁଖ୍ୟମନ୍ତ୍ରୀ, ୩ ମାସ ପର୍ଯ୍ୟନ୍ତ ହେବ ନାହିଁ କଡାକଡ଼ି ଯାଞ୍ଚ ରାଜ୍ୟରେ ଗାଡ଼ି ଚାଳକଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

ରାଜ୍ୟରେ ଗାଡ଼ି ଚାଳକଙ୍କୁ ସାମାନ୍ୟ ଆଶ୍ୱସ୍ତି। ବଳପୂର୍ବକ ଗାଡ଼ିମୋଟର ଯାଞ୍ଚ ଉପରେ ଲାଗିଲା ରୋକ। ଲୋକଙ୍କୁ ମିଳିଲା ୩ ମାସର ମହଲତ। ୩ ମାସ ପର୍ଯ୍ୟନ୍ତ ଯାଞ୍ଚକୁ କଡାକଡ଼ି ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଲୋକଙ୍କୁ ମୋଟର ଯାନ ଆଇନ ସମ୍ପର୍କରେ ସଚେତନ କରିବା ସହ ଏହି ସମୟ ଭିତରେ ଆବଶ୍ୟକ କାଗଜପତ୍ର କରାଇ ନେବାକୁ ବୁଝାଇବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ। ତେଣୁ ବଳପୂର୍ବକ ଜରିମାନା ଉପରେ ଏବେ ୩ ମାସ ପାଇଁ ରୋକ ଲାଗିଛି। ଏହି ସମୟ ଭିତରେ ଗାଡ଼ି ଚାଳକ ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବେ। ଏହାସହ ଗାଡ଼ି ଚାଳକଙ୍କୁ ଟ୍ରାଫିକ ନିୟମକୁ ମାନିବା ଓ ସୁରକ୍ଷିତ ଡ୍ରାଇଭିଂ ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ।