ଲାଇଫ୍ ଷ୍ଟାଇଲ୍

ପେଟ୍‌ ଗ୍ୟାସ୍‌କୁ ନେଇ ଆପଣ ଚିନ୍ତିତ କି? ତ ଏହି ୪ଟି ଖାଦ୍ୟ ଜିନିଷ ଅବଶ୍ୟ ଖାଆନ୍ତୁ; ଫଟାଫଟ୍‌ ମିଳିବ ଉପଶମ

ଭାରତର ଅଧିକାଂଶ ଅଞ୍ଚଳରେ ମସଲାଦାର ଏବଂ ଅଧିକ ତେଲରେ ପ୍ରସ୍ତୁତ ଖାଦ୍ୟ ଖିଆ ଯାଇଥାଏ, ଯେଉଁ କାରଣରୁ ଏଠାକାର ଲୋକମାନଙ୍କର ପେଟ ଯନ୍ତ୍ରଣା, ଗ୍ୟାସ୍, ଏସିଡିଟି, ଆମ୍ବିଳା ହାକୁଟି ଭଳି ସମସ୍ୟା ଲାଗି ରହିଥାଏ। ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟ ଏହି ରୋଗର ମୂଳ କାରଣ ପାଲଟୁଛି। ତେଣୁ ଆଜି ଆମେ ଆପଣଙ୍କୁ ପେଟ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କେଉଁ ଖାଦ୍ୟ ଜିନିଷ ଖାଇବା ଦରକାର, ସେ ବିଷୟରେ କହିବୁ। ବୟସ ବଢ଼ିବା ସହିତ ପେଟ ସମ୍ବନ୍ଧୀୟ ରୋଗ ମଧ୍ୟ ବଢ଼ି ଚାଲିଥାଏ। କାହିଁକି ନା, ପାଚନ ତନ୍ତ୍ର ପୂର୍ବ ଅପେକ୍ଷା ଦୁର୍ବଳ ହେବାକୁ ଲାଗିଥାଏ। ବିଶେଷଜ୍ଞଙ୍କ ମୁତାବକ, ଯଦି ଆପଣ ନିଜ ଖାଦ୍ୟରେ ଏହି ୪ ପ୍ରାକୃତିକ ଖାଦ୍ୟକୁ ଅନ୍ତର୍ଭୁକ୍ତ କରିବେ, ତ ଏମିତି ସମସ୍ୟାରୁ ମୁକ୍ତି ପାଇ ପାରିବେ।

ଅଦା: ଥଣ୍ଡା, ସର୍ଦ୍ଦି ହେଲେ ପ୍ରାୟତଃ ଆମେ ଅଦା ଖାଇଥାଉ, କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଏଥିରୁ ମିଳୁଥିବା ଜିଞ୍ଜରୋଲ ଏବଂ ଅନ୍ୟାନ୍ୟ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ପେଟ ଜନିତ ସମସ୍ୟାକୁ ଦୂର କରିପାରେ। ଅଦାକୁ ଗରମ ପାଣିରେ ଫୁଟାଇ ଏହାର ଚା’ ପିଇଲେ, ପେଟ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ।

କମଳା: କମଳା ଏମିତି ଏକ ଫଳ, ଯେଉଁଥିରୁ ଭରପୂର ମାତ୍ରାରେ ଫାଇବର ମିଳିଥାଏ। ତେଣୁ ଏହାର ଜୁସ୍‌ ପିଇବା ପରିବର୍ତ୍ତେ ଏହାକୁ ପୂରା ଖାଆନ୍ତୁ। ଏଥିରେ ଥିବା ଲେକ୍ସେଟିଭ୍ ପେଟ ସଫା କରିବାରେ ସାହାଯ୍ୟ କରିଥାଏ, ଯଦ୍ଦ୍ଵାରା କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇ ଯାଇଥାଏ। ଏମିତିରେ ଏହାର ଜୁସ୍‌ ପିଇଲେ ବି ପେଟ ସମସ୍ୟା ଶୀଘ୍ର ଭଲ ହୋଇଯାଏ।

ସୋରିଷ ମଞ୍ଜି: ସୋରିଷ ମଞ୍ଜିରେ ଫାଇବର ଅଧିକ ମାତ୍ରାରେ ରହିଥାଏ, ଯାହାକୁ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ହୋଇଥାଏ। ଏହା ଗ୍ୟାସ୍ ଏବଂ ପେଟ ଯନ୍ତ୍ରଣାକୁ ମଧ୍ୟ ଭଲ କରିଥାଏ।

ଲେମ୍ବୁ: ଲେମ୍ବୁ ଅନେକ ରୋଗର ଉପଶମ ବୋଲି କୁହାଯାଏ। ଆପଣ ଲେମ୍ବୁ ପାଣି କିମ୍ବା ଏହାର ରସକୁ ସାଲାଡରେ ଚିପୁଡ଼ି ଖାଇ ପାରିବେ। ଏଥିରେ କ୍ୟାଲସିୟମ୍, ଆଇରନ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଫସଫରସ୍ ମିଳିଥାଏ। ଏଥି ସହିତ ପେଟ ସମସ୍ୟାକୁ ଦୂର କଲା ଭଳି ପେକ୍ଟିନ୍‌ ଫାଇବର ମଧ୍ୟ ଏଥିରୁ ମିଳିଥାଏ।

Roshni

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

7 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

10 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

10 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

11 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

13 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

13 hours ago