ଲାଇଫ୍ ଷ୍ଟାଇଲ୍

ଆଜି ହିଁ ଚେଷ୍ଟା କରନ୍ତୁ ଓଲଟା ଚାଲିବା! ଆଖିର ଉଜ୍ଜ୍ୱଳତା ବଢ଼ିବା ସହିତ ମିଳିଥାଏ ଏହି ୫ଟି ବଡ଼ ଫାଇଦା

ସକାଳେ ଏବଂ ସନ୍ଧ୍ୟାରେ ଚାଲିବା ଦ୍ୱାରା ଆମ ଶରୀରକୁ ବହୁତ ଫାଇଦା ମିଳିଥାଏ। ଡାକ୍ତର ଏବଂ ବିଶେଷଜ୍ଞମାନେ ମଧ୍ୟ ଅନେକ ସମୟରେ ଏହି ପରାମର୍ଶ ଦେଇ ଥାଆନ୍ତି। କିନ୍ତୁ କ’ଣ ଆପଣ ପଛୁଆ ବା ଓଲଟା ଚାଲିବା ବିଷୟରେ କେବେ ଭାବିଛନ୍ତି କି? କିଛି ଲୋକ ମଜାଳିଆ ଢଙ୍ଗରେ ପଛୁଆ ଚାଲି ଥାଆନ୍ତି ବା ରିଭର୍ସ ଓ୍ଵାକିଙ୍ଗ୍‌ କରି ଥାଆନ୍ତି। କିନ୍ତୁ ଆପଣ ଏହି ଉପାୟରେ ଆପଣଙ୍କ ଶରୀରକୁ ମଧ୍ୟ ଲାଭ ପହଞ୍ଚାଇ ପାରିବେ। ବିଶେଷଜ୍ଞ କୁହନ୍ତି, ଓଲଟା ଚାଲିବା ଆମ ହାର୍ଟ, ମସ୍ତିଷ୍କ ଏବଂ ମେଟାବୋଲିଜିମ୍ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ସାଧାରଣ ଚାଲି ତୁଳନାରେ ବହୁତ ଜଲ୍‌ଦି କ୍ୟାଲୋରୀ ହ୍ରାସ କରିଥାଏ।

୧୦ ଗୁଣା ଅଧିକ ଲାଭଦାୟକ ହୋଇଥାଏ ଓଲଟା ଚାଲିବା

ତେବେ ଜଣେ ପ୍ରସିଦ୍ଧ ଲେଖକ ତଥା ସ୍ୱାସ୍ଥ୍ୟ ବିଶେଷଜ୍ଞ ଲୋରୀ ଶେମେକଙ୍କ ଅନୁସାରେ, ୧୦୦ ପାଦ ଓଲଟା ଚାଲିବା ନର୍ମାଲ ଓ୍ଵାକିଙ୍ଗ୍‌ର ୧୦୦୦ ପାଦ ବରାବର ହୋଇଥାଏ। ତାଙ୍କ କହିବା ହେଲା, ଓଲଟା ଚାଲିବା ଦ୍ୱାରା ମଣିଷର ହାର୍ଟ ଜୋର୍‌ରେ ସ୍ପନ୍ଦନ ହୋଇଥାଏ, ଯଦ୍ଦ୍ଵାରା ଶରୀରର ଅନ୍ୟାନ୍ୟ ଅଙ୍ଗକୁ ରକ୍ତ ଏବଂ ଅମ୍ଳଜାନ ଶୀଘ୍ର ସପ୍ଲାଇ ହୋଇଥାଏ।

ଜାଣନ୍ତୁ ୫ଟି ଫାଇଦା

-ମାଂସପେଶୀ ପାଇଁ ଲାଭଦାୟକ: ଓଲଟା ଚାଲିବା ଦ୍ୱାରା ଆମର କାଫ୍‌ ମାଂସପେଶୀ, କ୍ୱାଡ୍ରିସେପ୍ସ, ଗ୍ଲୁଟୁସ୍‌ ଉପରେ ଭଲ ପ୍ରଭାବ ପଡିଥାଏ ଏବଂ ଏହା ମସ୍ତିଷ୍କକୁ ଭିନ୍ନ ଭାବରେ ସଞ୍ଚାଳନ କରିବାରେ ସାହାଯ୍ୟ କରିଥାଏ।

-ଷ୍ଟ୍ରୋକ ରୋଗୀମାନେ ନିଶ୍ଚୟ ଚେଷ୍ଟା କରନ୍ତୁ: University of Cincinnati Gardner Neuroscience Instituteର ଜଣେ ବିଶେଷଜ୍ଞ କହିଛନ୍ତି, ଓଲଟା ଚାଲିବାର ଅଭ୍ୟାସ ଷ୍ଟ୍ରୋକ୍ ରୋଗୀଙ୍କୁ ପୁଣିଥରେ ଚାଲିବା ଶିଖାଇ ପାରେ।

-ହାର୍ଟ ପାଇଁ ଭଲ ହୋଇଥାଏ ରିଭର୍ସ ଓ୍ଵାକିଙ୍ଗ୍‌: ରିଭର୍ସ ଓ୍ଵାକିଙ୍ଗ୍‌ ଦ୍ୱାରା ଶରୀରର ଅଙ୍ଗଗୁଡ଼ିକର ସନ୍ତୁଳନରେ ସୁଧାର ଆସିଥାଏ। ତଳ ଅଙ୍ଗର ପ୍ରୋପ୍ରିଓସେପ୍ସନ ଏବଂ ଚାଲିରେ ସମଗୁରୁତ୍ୱ ବଜାୟ ରହିଥାଏ। ରିଭର୍ସ ଓ୍ଵାକିଙ୍ଗ୍‌ ହୃଦୟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ବୋଲି କୁହାଯାଇଛି। ଏହାଦ୍ୱାରା ଆଣ୍ଠୁରେ ଆର୍ଥ୍ରାଇଟିସର ଲକ୍ଷଣରୁ ମୁକ୍ତି ମିଳିପାରେ।

-ମେଟାବୋଲିଜିମ୍ ବୁଷ୍ଟ ହୋଇଥାଏ: ଓଲଟା ଚାଲିବା ଦ୍ୱାରା ଜୋର୍‌ରେ ହୃଦ୍‌ ସ୍ପନ୍ଦନ ହୋଇଥାଏ। ଏହାଦ୍ୱାରା ମେଟାବୋଲିଜିମ୍ ବୁଷ୍ଟ ହେବା ସହିତ ଆପଣ କମ୍ ସମୟ ମଧ୍ୟରେ ଅଧିକ କ୍ୟାଲୋରୀ ହ୍ରାସ କରେଇ ନିଅନ୍ତି। ଏହା ଶରୀରର ବାଲାନ୍ସ ପାଇଁ ମଧ୍ୟ ଏକ ଭଲ ବ୍ୟାୟାମ ହୋଇଥାଏ।

-ଆଖିର ଉଜ୍ଜ୍ୱଳତା ବଜାୟ ରହିବ: ଓଲଟା ଚାଲି ଆମ ଶରୀରର ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହାଦ୍ୱାରା ଆଖିର ଉଜ୍ଜ୍ୱଳତା ଭଲ ରହିଥାଏ।

Roshni

Recent Posts

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

3 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

20 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

53 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

55 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago