ତୁଳସୀରେ ରହିଛି ଏହି ଚତ୍ମକାରୀ ଗୁଣ, ଯାହା ଆପଣଙ୍କ ଶରୀର ପାଇଁ ରାମବାଣ

ହିନ୍ଦୁଧର୍ମରେ ତୁଳସୀ ଗଛକୁ ବହୁତ ପବିତ୍ର ବୋଲି ଧରାଯାଏ । ପ୍ରାୟତଃ ସମସ୍ତଙ୍କ ଘରେ ତୁଳସୀ ଗଛ ରହିଛି। ତୁଳସୀ ଯେତିକି ପବିତ୍ର ସେତିକି ଗୁଣକାରୀ ମଧ୍ୟ। ତୁଳସୀ ଗଛ ଅନେକ ପ୍ରକାରର ରହିଛି। ଶ୍ୟାମା ତୁଳସୀ, ରାମ ତୁଳସୀ, ବିଷ୍ଣୁ  ତୁଳସୀ, ବଣ ତୁଳସୀ, ଲେମ୍ବୁ ତୁଳସୀ। ଏହି ସବୁ ତୁଳସୀ ଗଛର ଭିନ୍ନ ଭିନ୍ନ ଫାଇଦା ରହିଛି। କ’ଣ ରହିଛି ଏହାର ଫାଇଦା ଆସନ୍ତୁ ଜାଣିବା :

– ତୁଳସୀରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଭରି ରହିଛି। ତୁଳସୀ ପତ୍ରକୁ କିଛି ସମୟ ପାଣିରେ ପକାଇ ପାଣିକୁ ପିଇବା ଦ୍ୱାରା ଇମ୍ୟୁନିଟି ବଢିଥାଏ।

– ଗୁଣକାରୀ ତୁଳସୀ ଜ୍ୱର, ସ୍ୱାଇନ ଫ୍ଲୁ , ଡେଙ୍ଗୁ, ଥଣ୍ଡା, ଖାସ, ମେଲେରିଆ, ପ୍ଲେଗ ଭଳି ରୋଗ ଭଲ କରିଥାଏ।

– ମହୁ ସହିତ ତୁଳସୀ ସେବନ କରିବା ଦ୍ୱାରା ଥଣ୍ଡା, ଏବଂ ତଣ୍ଟି ଦରଜ ଭଲ ହୋଇଥାଏ।

– ତୁଳସୀ ଆଣ୍ଟି ବାୟୋଟିକ ଭାବେ ମଧ୍ୟ କାମ କରିଥାଏ। ପ୍ରତିଦିନ ଏହାର ବ୍ୟବହାର କରିବା ଦ୍ୱାରା ଶରୀରରୁ ବିଷାକ୍ତ ତତ୍ତ୍ୱ ବାହାରିଯାଇଥାଏ।

– ତୁଳସୀରେ ଆଣ୍ଟି ଇମ୍ଫ୍ଲାମେଣ୍ଟାରୀ ଗୁଣ ଭରି ରହିଛି। ଏହାର ଲଗାତାର ସେବନ କରିବା ଦ୍ୱାରା ରେଡ ବ୍ଲଡ ସେଲସ ଶରୀରରେ ବୃଦ୍ଧି ପାଇଥାଏ।

– ଗର୍ଭବତୀ ମହିଳାଙ୍କୁ ହେଉଥିବା ବାନ୍ତି ସମୟରେ ତୁଳସୀ ବେଶ ଲାଭଦାୟକ ହୋଇଥାଏ।

– ମୁହଁରୁ ବାହାରୁଥିବା ଦୁର୍ଗନ୍ଧ ଦୂର କରିବାରେ ତୁଳସୀ ସହାୟକ ହୋଇଥାଏ। ଏହାସହିତ ଦାନ୍ତ ଦରଜ ଏବଂ ମାଢିରୁ ରକ୍ତ ବାହାରିବା ସମସ୍ୟା ମଧ୍ୟ ଦୂର ହୋଇଥାଏ।

– ମଶା ଦାଉରୁ ରକ୍ଷା ପାଇବା ପାଇଁ ତୁଳସୀ ପତ୍ରକୁ ଶରୀରରେ ଭଲଭାବେ ଘଷିଦିଅନ୍ତୁ। ଏପରି କଲେ ମଶା ଆଉ କାମୁଡିବେ ନାହିଁ  ।

– କୌଣସି ଘା’ ହୋଇଥିଲେ ସେହି ସ୍ଥାନରେ ତୁଳସୀ ରସ ପକାଇବା ଦ୍ୱାରା ସଂକ୍ରମଣ ହୋଇନଥାଏ।

– କାନରେ ଯନ୍ତ୍ରଣା ହେବା ପରେ ତୁଳସୀ ରସକୁ ଗରମ କରି କାନରେ ପକାଇବା ଦ୍ୱାରା ଯନ୍ତ୍ରଣା କମ୍‌ ହୋଇଥାଏ।

Swagatika

Recent Posts

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷା କର୍ମି

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

5 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

1 hour ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

1 hour ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

1 hour ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

1 hour ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

2 hours ago