ଲାଇଫ୍ ଷ୍ଟାଇଲ୍

ଅଳେଇଚର ଏହି ୩ ନୁସ୍କା କରିବ ଡାଇବେଟିସ୍‌ କଣ୍ଟ୍ରୋଲ, ଜାଣନ୍ତୁ ଅଳେଇର ସମ୍ପର୍କରେ କିଛି ଜରୁରୀ କଥା

ସବୁଜ ଅଳେଇଚ ଦେଖିବାକୁ ଛୋଟ । ହେଲେ ଏଥିରେ ରହିଛି ଅନେକ ଔଷଧୀୟ ଗୁଣ । ଏଥିରେ ଭିଟାମିନ୍‌, କ୍ୟାଲ୍‌ସିୟମ, ଆଇରନ୍‌, ଫାଇବର, ଏଣ୍ଟି ଅକ୍ସିଡାଣ୍ଟ, ଏଣ୍ଟି ଭାଇରାଲ, ଏଣ୍ଟି ଇନ୍‌ଫ୍ଲାମେଟରୀ ଗୁଣ ରହିଛି । ଏହାକୁ ସବୁଦିନ ଖାଇବା ଦ୍ୱାରା ଋତୁ ପରିବର୍ତ୍ତନ ଯୋଗୁ ହେଉଥିବା ଅନେକ ରୋଗ ଭଲ ହେବା ସହ ଡାଇବେଟିସ୍‌ ମଧ୍ୟ ନିୟନ୍ତ୍ରିତ ହୋଇଥାଏ । ଏମିତିରେ ଡାଇବେଟିସ୍‌ ରୋଗୀଙ୍କୁ ନିଜ ଚା’ରେ ଦୈନିକ ଅଳେଇଚ ବ୍ୟବହାର କରିବା ଆବଶ୍ୟକ । ଏହାଦ୍ୱାରା ସୁଗାର ମାତ୍ରା ଓ ଓଜନ ନିୟନ୍ତ୍ରଣରେ ରହିଥାଏ । ଆସନ୍ତୁ ଜାଣିବା ଅଳେଇଚର ଅନ୍ୟ କିଛି ଗୁଣ ସମ୍ପର୍କରେ ।

କ୍ଷୀର ଚା’ରେ ଅଳେଇଚ : ଅଧିକାଂଶ ଲୋକ ସକାଳ ଓ ସନ୍ଧ୍ୟାରେ କ୍ଷୀର ଚା’ ପିଇଥାନ୍ତି । ଏଥିରେ ୧/୨ଟା ଅଳେଇଚ ଓ ଅଦା ଟିକିଏ ମିଶାଇ ପିଇବା ବହୁତ ଫାଇଦା ମିଳିଥାଏ । ଏହାଦ୍ୱାରା ଶରୀରର ଦୁର୍ବଳତା ଓ ଥକ୍କାପଣ ଦୂର ହୋଇଥାଏ । ଡାଇବେଟିସ୍‌ ନିୟନ୍ତ୍ରଣରେ ରହିବା ସହ ହଜମ ପ୍ରକ୍ରିୟା ମଧ୍ୟ ମଜଭୁତ ହୋଇଥାଏ ।

ଲେମ୍ବୁ ଚା’ ସହ ଅଳେଇଚ : ଖାଇବାରେ ଅନିୟନ୍ତ୍ରଣ ଯୋଗୁ ଶରୀରର ଓଜନ ବଢ଼ିଥାଏ । ବେଳେ ବେଳେ ଡାଇବେଟିସ୍‌ ଓ ଅନ୍ୟ ରୋଗ କାରଣରୁ ମୋଟାପଣ ଆସିଥାଏ । ମୋଟାପଣ କମାଇବାକୁ ଲୋକେ ଲେମ୍ବୁ ଚା’ ପିଇଥାନ୍ତି । ବହୁତ ଲୋକଙ୍କୁ ଲେମ୍ବୁ ଚା’ ଭଲ ଲାଗିନଥାଏ । ତେଣୁ ଏଥିରେ ଅଳେଇଚ ମିଶାଇ ପିଇଲେ ବହୁତ ଫାଇଦା ମିଳିଥାଏ । ଏହା ଆପଣଙ୍କ ସ୍ୱାଦ ବଢ଼ାଇବା ସହ ଓଜନ ମଧ୍ୟ କମ୍‌ କରିଥାଏ ।

ଗ୍ରୀନ୍‌ ଚା’ ସହ ଅଳେଇଚ : ସବୁଦିନ ୧/୨ କପ୍‌ ଗ୍ରୀନ୍‌ ଚା’ ପିଇବା ଦ୍ୱାରା ଶରୀରରୁ ଟକ୍ସିକ୍‌ ଦ୍ରବ୍ୟ ବାହାରି ଯାଇଥାଏ । ଯଦି ଏଥିରେ ଗୋଟିଏ ଅଳେଇଚ ମିଶାଇ ପିଆଯାଏ ତେବେ ଚା’ର ସ୍ୱାଦ ବଢ଼ିବା ସହ ଶୁଗାର ମାତ୍ରା ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।

ଆସନ୍ତୁ ଜାଣିବା ଅଳେଇଚରେ ଥିବା ଅନ୍ୟ ଲାଭକାରୀ ଗୁଣ :

– ଭୋଜନ ପରେ ଗୋଟିଏ ଅଳେଇଚ ଖାଇବା ଦ୍ୱାରା ପାଟିର ଦୁର୍ଗନ୍ଧ ଦୂର ହୋଇଥାଏ । ଏହାଦ୍ୱାରା ଭଲ ହଜମ ହେବା ସହ ଗ୍ୟାସ ଓ କୋଷ୍ଠ କାଠିନ୍ୟରୁ ମୁକ୍ତି ମିଳିଥାଏ ।

– ଅଳେଇଚ ମିଶା ଚା’ ପିଇବା ଦ୍ୱାରା କାଶ,ଥଣ୍ଡା ଓ ଋତୁ ପରିବର୍ତ୍ତନକାଳୀନ ରୋଗରୁ ମୁକ୍ତି ମିଳିଥାଏ ।

– ଏଥିରେ ଏଣ୍ଟି ଅକ୍ସିଡାଣ୍ଟ, ଏଣ୍ଟି ଭାଇରାଲ୍‌, ଏଣ୍ଟି ଇନ୍‌ଫ୍ଲେମେଟରୀ ଗୁଣ ଥିବାରୁ ପାଟି ଗହ୍ଵର ଓ ଚର୍ମ କ୍ୟାନ୍‌ସର ରୋଗ ସହ ଲଢ଼ିବାର କ୍ଷମତା ରଖିଥାଏ ।

– ଦୈନିକ ଅଳେଇଚ ଖାଇବା ଦ୍ୱାରା ଫୁସ୍‌ଫୁସ୍‌ ସୁସ୍ଥ ରହିଥାଏ । ମାଂସପେଶୀ ସମ୍ପର୍କିତ ସମସ୍ୟାରୁ ମୁକ୍ତି ମିଳିଥାଏ ।

– ଏଥିରେ ମ୍ୟାଗ୍ନେସିୟମ୍‌ ଓ ପଟାସିୟମ ମାତ୍ରା ଥିବାରୁ ଭଲ ବ୍ଲଡ୍‌ ସର୍କୁଲେସନ୍‌ ସହ ବ୍ଲଡ୍‌ ପ୍ରେସର କଣ୍ଟ୍ରୋଲ ରଖିଥାଏ ।

Niharanjan

Recent Posts

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

22 seconds ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

7 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

16 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

16 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

33 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

34 mins ago