ଲାଇଫ୍ ଷ୍ଟାଇଲ୍

ଶୀତ ଦିନେ ସାବୁନ୍ ବ୍ୟବହାର ଦ୍ୱାରା ତ୍ୱଚା ଅଧିକ ଶୁଷ୍କ ହୋଇଯାଉଛି କି? ତେବେ ଲଗାନ୍ତୁ ଏହି ଘରୋଇ ପ୍ୟାକ୍

ଶୀତ ଦିନେ ଅଧିକାଂଶ ତ୍ୱଚାରେ ଶୁଷ୍କତା ଦେଖାଯାଇଥାଏ। ଏଥିସହ ପାଦ, ହାତ ମଧ୍ୟ ଶୁଷ୍କ ହୋଇଯାଏ, ଯାହା ଦେଖିବାକୁ ଖୁବ୍ ଖରାପ ଲାଗିଥାଏ। ଏହିକାରଣରୁ ଶୀତ ଦିନେ ତ୍ୱଚା ପ୍ରତି ଅଧିକ ଯତ୍ନ ନେବା ଆବଶ୍ୟକ। କିନ୍ତୁ ପ୍ରତ୍ୟେକ ଦିନ ଗାଧୋଇବା ସମୟରେ ସାବୁନ ବ୍ୟବହାର କରିବା ଦ୍ୱାରା ତ୍ୱଚା ଅଧିକ ରୁକ୍ଷ ହୋଇଯାଇଥାଏ। ଯଦି ଆପଣ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣ ସାବୁନ ପରିବର୍ତ୍ତେ ଘରେ ଏହି ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ବ୍ୟବହାର କରନ୍ତୁ। ଏହାକୁ ଆପଣ ତ୍ୱଚା ବ୍ୟତୀତ ଶରୀରର ବିଭିନ୍ନ ସ୍ଥାନରେ ମଧ୍ୟ ଲଗାଇପାରିବେ। ଏହା ଆପଣଙ୍କ ତ୍ୱଚାକୁ ନରମ ଏବଂ ମୁଲାୟମ ରଖିଥାଏ। ତେବେ ଜାଣନ୍ତୁ କ’ଣ ସେହି ଘରୋଇ ଫେସ୍ ପ୍ୟାକ୍ ଯାହାକୁ ଆପଣ ସାବୁନ ପରିବର୍ତ୍ତେ ବ୍ୟବହାର କରିପାରିବେ।

-ଚନ୍ଦନ ପାଉଡର ଏବଂ ହଳଦୀକୁ ଏକ ପାତ୍ରରେ ମିକ୍ସ କରି ସେଥିରେ ଅଳ୍ପ କଞ୍ଚା କ୍ଷୀର ପକାଇ ଭଲଭାବେ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହି ମିଶ୍ରଣକୁ ତ୍ୱଚାରେ ଲଗାଇ ହାଲୁକା ଭାବେ ମସାଜ୍ କରନ୍ତୁ। ଏହି ମିଶ୍ରଣକୁ ଲଗାଇ ୧୦ ମିନିଟ୍ ରଖିବା ପରେ ଭଲଭାବେ ଧୋଇ ଦିଅନ୍ତୁ। ଏହି ପ୍ୟାକ୍ ବ୍ୟବହାର କରିବା ଦ୍ୱାରା କିଛି ଦିନ ଭିତରେ ଆପଣ ତ୍ୱଚାରେ ଫରକ୍ ଅନୁଭବ କରିପାରିବେ।

-ବେସନ ଏବଂ ଦହିକୁ ନେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହି ମିଶ୍ରଣକୁ ମୁହଁ ଏବଂ ଶରୀରରେ ଲଗାଇ ୫ ମିନିଟ୍ ରଖିବା ପରେ ଭଲଭାବେ ଧୋଇ ଦିଅନ୍ତୁ। ତ୍ୱଚାକୁ କୋମଳ ରଖିବାରେ ଏହା ଏକ ଉତ୍ତମ ଘରୋଇ ଫେସ୍ ପ୍ୟାକ୍।

-ମସୁର ଡାଲିକୁ ଗୁଣ୍ଡ କରି ରଖନ୍ତୁ। ଏଥିରେ ଆପଣ ଅଳ୍ପ ଦହି ଏବଂ ଘିକୁଆଁରୀ ଜେଲ୍ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଏହି ମିଶ୍ରଣକୁ ଲଗାଇ ୧୦ ମିନିଟ୍ ଛାଡ଼ି ଦିଅନ୍ତୁ। ଏହାପରେ ଭଲ ଭାବେ ଧୋଇ ଦିଅନ୍ତୁ। ଶୀତ ଦିନେ ଏହିସବୁ ଫେସ୍ ପ୍ୟାକ୍ ବ୍ୟବହାର କରିବା ଦ୍ୱାରା ତ୍ୱଚା କୋମଳ ରହିବା ସହ ଏଥିରେ ଉଜ୍ଜ୍ୱଳତା ଆସିଥାଏ।

KNews Bureau

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

5 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

38 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

40 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

46 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

55 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

55 mins ago