ଉତ୍ପନ୍ନା ଏକାଦଶୀ : ଭଗବାନ ବିଷ୍ଣୁଙ୍କ ଶରୀରରୁ ହୋଇଥିଲା ଏକାଦଶୀଙ୍କର ଜନ୍ମ, ଜାଣନ୍ତୁ ବ୍ରତର ବିଧି ଏବଂ ମହତ୍ୱ

ସନାତନ ପରାମ୍ପରାରେ ଏକାଦଶୀ ବ୍ରତର ବହୁତ ମହତ୍ତ୍ବ ରହିଛି। ପ୍ରତ୍ୟେକ ମାସରେ କ୍ରୁଷ୍ଣ ପକ୍ଷ ଏବଂ ଶୁକ୍ଳ ପକ୍ଷକୁ ମିଶାଇ ଦୁଇଟି ଏକାଦଶୀ ଆସିଥାଏ। ଏହି ଭଳି ଭାବେ ପୂରା ବର୍ଷରେ ୨୪ଟି ଏକାଦଶୀ ଆସିଥାଏ। ମାର୍ଗଶିର ମାସ କ୍ରୁଷ୍ଣ ପକ୍ଷରେ ଯେଉଁ ଏକାଦଶୀ ଆସିଥାଏ ତାହାକୁ ଉତ୍ପନ୍ନା ଏକାଦଶୀ କୁହାଯାଏ। କୁହାଯାଏ ଯେ ଏହେି ଦିନରେ ଦେବୀ ଏକାଦଶୀଙ୍କର ଜନ୍ମ ହୋଇଥିଲା। ଉତ୍ପନ୍ନା ଏକାଦଶୀରେ ଭଗବାନ ବିଷ୍ଣୁଙ୍କର ପୂଜା କରାଯାଇଥାଏ। ଏହି ବ୍ରତକୁ କରୁଥିବା ସାଧକ ଦିବ୍ୟ ଫଳ ପ୍ରାପ୍ତ କରିଥାନ୍ତି।

ଉତ୍ପନ୍ନା ଏକାଦଶୀ ବ୍ରତର ମହତ୍ତ୍ବ :

ଏହି ଏକାଦଶୀରେ ଭଗବାନ ବିଷ୍ଣୁ ଏବଂ ତାଙ୍କ ଅବତାରକୁ ବିଶେଷ ରୂପରେ ପୂଜା କରାଯାଇଥାଏ। ଲୋକମାନେ ବାଳଗୋପାଳଙ୍କ ପୂଜା କରିଥାନ୍ତି। ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଶ୍ରଦ୍ଧାଭାବରେ ଭଗବାନ ବିଷ୍ଣୁଙ୍କ ସହିତ ଦେବୀ ଏକାଦଶୀଙ୍କର ପୂଜା କରିଥାନ୍ତି, ସେମାନଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ଏବଂ ସମସ୍ତ ସୁଖ ଲାଭ କରିଥାଏ। ଶେଷରେ ମୋକ୍ଷ ପ୍ରାପ୍ତି ହୋଇଥାଏ।

ଏହା ସହ ପଢ଼ନ୍ତୁ : ଯେଉଁମାନଙ୍କ ପୂଜା ଘରେ ରହିଥାଏ ଏହି ୩ଟି ଜିନିଷ, ସେଠାରେ କେବେବି ହୋଇନଥାଏ ଧନର ଅଭାବ

ପୂଜା କରିବାର ବିଦ୍ଧି :

ଉତ୍ପନ୍ନା ଏକାଦଶୀ ବ୍ରତ ଦିନରେ ସକାଳୁ ନିତ୍ୟକର୍ମ ସାରିବା ପରେ ଭଗବାନଙ୍କ ପୂଜା କରନ୍ତୁ ଏବଂ ବ୍ରତ କଥାକୁ ଶୁଣନ୍ତୁ। ଆଠ ପ୍ରହର ଉପାସ ରହି ଭଗବାନ ବିଷ୍ଣୁଙ୍କ ନାମ ଏବଂ ଜପ କରନ୍ତୁ। ଏହି ପବିତ୍ର ଦିନରେ ଭଗବାନ ବିଷ୍ଣୁଙ୍କର ସହସ୍ର ନାମକୁ ବିଶେଷ ଭାବରେ ପାଠ କରନ୍ତୁ। ଶ୍ରଦ୍ଧା ଭାବ ସହିତ ଏହି ବ୍ରତକୁ କରି ଦ୍ବାଦଶୀ ଦିନ ସକାଳୁ କୌଣସି ବ୍ରାହ୍ମଣ କିମ୍ବା ଗରିବ ଲୋକକୁ ଭୋଜନ କରାଇ ଉଚିତ ଦାନ ଦକ୍ଷିଣା ଦେଇ ଏହି ବ୍ରତକୁ ପାଳନ କରିବା ଉଚିତ। କୁହାଯାଏ ଯେ ଯେଉଁ ପୂଣ୍ୟ ସୁନା, ଭୂମି, ଗାଈ, କନ୍ୟାଦାନ ଆଦିରୁ ମିଳିଥାଏ ସେହି ପୂଣ୍ୟ ଠାରୁ ଅଧିକ ପୂଣ୍ୟ ଏହି ଏକାଦଶୀ ବ୍ରତ ରଖିବାରେ ମିଳିଥାଏ।

ପୂଜାର ମନ୍ତ୍ର :

॥ॐ मुरा-रातये नमः॥

ଶାସ୍ତ୍ର ଅନୁସାରେ, ଯେଉଁ ବ୍ୟକ୍ତି ଶ୍ରଦ୍ଧାଭାବରେ ଉତ୍ପନ୍ନା ଏକାଦଶୀ ବ୍ରତ ରଖିଥାନ୍ତି,ସେ ମୋହମାୟା ପ୍ରଭାବରୁ ମୁକ୍ତି ପାଇଥାଏ। ଛଳ କପଟ ଭାବନା ତାଙ୍କ ମଧ୍ୟରେ କମ୍ ହୋଇଯାଇଥାଏ ଏବଂ ନିଜ ପୂଣ୍ୟ ପ୍ରଭାବରେ ବ୍ୟକ୍ତି ବିଷ୍ଣୁ ଲୋକରେ ସ୍ଥାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାଏ।

 

Pritiparna

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

1 hour ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

4 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

4 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

5 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

7 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

7 hours ago