ଲାଇଫ୍ ଷ୍ଟାଇଲ୍

ବାଥରୁମ ତିଆରି କରିବା ବେଳେ ବାସ୍ତୁ ଅନୁଯାୟୀ ଏହି କଥା ଉପରେ ରଖନ୍ତୁ ଧ୍ୟାନ, ନଚେତ ହେବ ସ୍ୱାସ୍ଥ୍ୟହାନି

ସନାତନ ଧର୍ମରେ ବାସ୍ତୁ ଶାସ୍ତ୍ରକ ଏକ ପ୍ରାଚୀନ ବିଜ୍ଞାନ ଭାବେ ମାନ୍ୟତା ରହିଛି । ଏହା ଆମ ଜୀବନରେ ବହୁତ କିଛି ପ୍ରଭାବ ପକାଇଥାଏ । ବହୁତ ପରିଶ୍ରମ ଓ ପ୍ରଚେଷ୍ଟା ସତ୍ତ୍ୱେ ଯଦି ଆମେ କୌଣସି କାମରେ ସଫଳତା ପାଉନାହାଁନ୍ତି, ତେବେ ଘରେ କିଛି ନା କିଛି ବାସ୍ତୁ ଦୋଷ ରହିଛି । ତେଣୁ ବାସ୍ତୁ ସମ୍ପର୍କରେ ଜାଣିବା ନିହାତି ଜରୁରୀ ହୋଇଥାଏ |

ବାଥରୁମ ସହ ଜଡିତ ବାସ୍ତୁ ଦୋଷ ଘରେ ନକରାତ୍ମକ ଶକ୍ତି ସୃଷ୍ଟି କରିଥାଏ । ଯାହାର ପ୍ରଭାବ ଘରର ସଦସ୍ୟଙ୍କ ଉପରେ ପଡିଥାଏ । ଆସନ୍ତୁ ଜାଣିବା ବାଥରୁମ –ଟଏଲେଟ୍‌ ସହ ଜଡିତ କିଛି ଖାସ ନିୟମ,ଯାହା ଉପରେ ଧ୍ୟାନ ରଖିବା ଜରୁରୀ ।

ବାଥରୁମ ସହ ଜଡିତ ବାସ୍ତୁ ନିୟମ

କିଚେନ ଘର ଆଗରେ କିମ୍ବା ପାଖରେ ବାଥରୁମ ହେବା ଉଚିତ୍‌ ନୁହେଁ । ବାଥରୁମରେ ଟଏଲେଟ ସିଟ୍‌ ସର୍ବଦା ପଶ୍ଚିମ ବା ଉତ୍ତର-ପଶ୍ଚିମ ଦିଗକୁ ହେବା ଉଚିତ୍‌ ।

ବାଥରୁମ କେବେ ବି ଦକ୍ଷିଣ, ଦକ୍ଷିଣ-ପୂର୍ବ ବା ଦକ୍ଷିଣ-ପଶ୍ଚିମ ଦିଗରେ ହେବା କଥା ନୁହେଁ । ଏହାଦ୍ୱାରା ପରିବାର ସଦସ୍ୟଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ଯଦି ପୂର୍ବରୁ ତିଆରି ହୋଇଯାଇଥାଏ ତେବେ ଏହା ପାଖରେ କଳା ବସ୍ତୁ ରଖି ଦିଅନ୍ତୁ । ଏହାଦ୍ୱାରା ଏହାର ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ ।

ବାଥରୁମରେ ସର୍ବଦା ହାଲକା ରଂଗର ପେଣ୍ଟ ଲଗାନ୍ତୁ । ବାଦାମୀ ଓ ଧଳା ରଂଗ ଲଗାଇବା ଭଲ ହୋଇଥାଏ ।

ନୀଳ ରଂଗର ବାଲତି ବା ଟବ୍‌ ବାଥରୁମରେ ରଖିବା ଶୁଭ ହୋଇଥାଏ । କୁହାଯାଏ ଏହାଦ୍ୱାରା ଘରେ ଉନ୍ନତି ହୋଇଥାଏ । କଳା ଓ ଲାଲ ରଂଗର ବାଲଟି ଓ ଟବ କେବେ ବ୍ୟବହାର କରନ୍ତୁ ନାହିଁ ।

ବଥରୁମରେ ମିରର ଏପରି ଲଗାନ୍ତୁ ଯେପରି ଟଏଲେଟ ଦେଖା ନଯିବ ।

ବାଥରୁମର ନଳ ବା ଟ୍ୟାପରୁ ପାଣି ଲିକ ହେବା କଥା ନୁହେଁ । ଏମିତି ହେଲେ ଅର୍ଥହାନି ହୋଇଥାଏ ।

ବାଥରୁମର କବାଟ ଉତ୍ତର କିମ୍ବା ପୂର୍ବ ଦିଗରେ ହେବା ଉଚିତ୍‌ । ଲୁହା ସ୍ଥାନରେ କାଠର କବାଟ ଲଗାନ୍ତୁ । କବାଟ ସର୍ବଦା ବନ୍ଦ ହେବା ଦରକାର ।

ବାଥରୁମରେ ଭେଣ୍ଟିଲେସନ ପାଇଁ ଝରକା ରହିବା ଦରକାର । ଝରକା ପଶ୍ଚିମ,ପୂର୍ବ ଓ ଉତ୍ତର ଦିଗକୁ ଖୋଲିବା ଦରକାର ।

Niharanjan

Recent Posts

ସ୍କୁଲରେ ପାଠ ପଢ଼ାଇବେ ଅବସରପ୍ରାପ୍ତ ଅତିଥି ଶିକ୍ଷକ

ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…

6 mins ago

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

21 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

37 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

50 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

59 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

1 hour ago