ଲାଇଫ୍ ଷ୍ଟାଇଲ୍

ଶାକାହାରୀ ଲୋକମାନେ ଏହି ଭିଟାମିନ୍‌ର ଅଭାବରୁ ଅଧିକ ରୋଗର ଶିକାର ହୁଅନ୍ତିି, ପ୍ରତିଦିନ ଖାଆନ୍ତୁ ଏହି ଜିନିଷ ପୂରା ହେବ ଭିଟାମିନ୍‌ର ଅଭାବ

ଯଦି ଆପଣ ନିଜ ଶରୀରକୁ ଫିଟ୍ ରଖିବାକୁ ଚାହୁଁଛନ୍ତି, ତେବେ ବ୍ୟାୟାମ ସହିତ ଉପଯୁକ୍ତ ଖାଦ୍ୟ ଖାଇବା ମଧ୍ୟ ବହୁତ ଜରୁରୀ । ଖାଦ୍ୟ କେବଳ ପେଟକୁ ପୂରା କରେ ନାହିଁ ବରଂ ଆମ ଶରୀରକୁ ହେଲଦି ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ଯେପରି ଆପଣ ଯାହା ଖାଆନ୍ତି ତାହା ଶରୀର ଚଳାଇବା ପାଇଁ ଇନ୍ଧନ ଭଳି କାର୍ଯ୍ୟ କରିଥାଏ । ଯଦି ଆପଣ ହେଲଦି ଖାଦ୍ୟ ଖାଆନ୍ତି ତେବେ ଆପଣଙ୍କ ଶରୀର ମଧ୍ୟ ହେଲଦି ରହିଥାଏ । ତେବେ ଖାଦ୍ୟରେ ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ଖାଦ୍ୟ ଅନ୍ତର୍ଭୁକ୍ତ କରିବା ଜରୁରୀ ହୋଇଥାଏ । ଏହା ସହିତ ଆପଣଙ୍କ ଶରୀର ସହଜରେ ପୁଷ୍ଟିକର ଖାଦ୍ୟ ପାଇଥାଏ । ତଥାପି ବେଳେବେଳେ ଶାକାହାରୀ ଲୋକଙ୍କ ଶରୀରରେ ଭିଟାମିନ୍ ଅଭାବ ଦେଖାଯାଏ । କାରଣ ଶାକାହାରୀ ଲୋକଙ୍କଠାରେ ଭିଟାମିନ୍ B 12 ବହୁତ କମ୍ ମିଳିଥାଏ । ଏପରି ପରିସ୍ଥିତିରେ ଏହି ଭିଟାମିନ୍ ର ଅଭାବକୁ ଅଣଦେଖା କରାଯିବା ଉଚିତ୍ ନୁହେଁ । ତାହେଲେ ଆସନ୍ତୁ ଜାଣିବା ଯେ କିପରି ଭାବେ ଆପଣ ନିଜ ଶରୀରରେ ଏହି ଭିଟାମିନ୍‌ର ଅଭାବ ପୂରା କରିବେ ।

ଶରୀର ପାଇଁ ଭିଟାମିନ୍ B12 ଅନ୍ୟତମ ଜରୁରୀ ଭିଟାମିନ୍ ହୋଇଥାଏ । ଭିଟାମିନ୍ B12 ର କାର୍ଯ୍ୟ ହେଉଛି ଶରୀରରେ DNA ସ୍ନାୟୁ ପ୍ରଣାଳୀକୁ ହେଲଦି ରଖିଥାଏ । ଭିଟାମିନ୍ B12 ଶରୀରକୁ ଶକ୍ତି ଦେଇଥାଏ । ଆମ ଶରୀର ନିଜେ ଭିଟାମିନ୍ B12 ତିଆରି କରେ ନାହିଁ । ଏଥିପାଇଁ ଭିଟାମିନ୍ B12 ରେ ଭରପୂର ଖାଦ୍ୟ ଗ୍ରହଣ କରିବା ଆମ ପାଇଁ ଜରୁରୀ ହୋଇଥାଏ । ଭିଟାମିନ୍ B12 ପ୍ରାୟତଃ ନନ୍‌ ଭେଜ୍‌ ଖାଦ୍ୟରେ ମିଳିଥାଏ । ଏପରି ପରିସ୍ଥିତିରେ ଯେଉଁମାନେ ଶାକାହାରୀ ଖାଦ୍ୟ ଖାଉଛନ୍ତି, ସେମାନଙ୍କ ଶରୀରରେ ଭିଟାମିନ୍ B12 ଅଭାବ ହୋଇଥାଏ ।

ଭିଟାମିନ୍ B12 ଅଭାବକୁ ଦୂର କରିବା ପାଇଁ କ’ଣ ଖାଇବା ଉଚିତ୍ :
କ୍ଷୀର ଓ ଦହି : ଶାକାହାରୀ ଲୋକମାନେ ଶରୀରରେ ଭିଟାମିନ୍ B12 ର ଅଭାବକୁ ଦୂର କରିବା ପାଇଁ ପ୍ରତିଦିନ କ୍ଷୀର ଏବଂ ଦହି ଖାଇବା ଉଚିତ୍ । ଭିଟାମିନ୍ B2, B1 ଏବଂ B12 ଦହିରେ ମିଳିଥାଏ । ଏହା ବ୍ୟତୀତ ପ୍ରତିଦିନ ଆପଣଙ୍କ ଖାଦ୍ୟରେ ୧ ରୁ ୨ ଗ୍ଲାସ୍ କ୍ଷୀର ଅନ୍ତର୍ଭୁକ୍ତ କରବା ଉଚିତ ।

ପନିର : ଭିଟାମିନ୍ B12 ଦୁଗ୍ଧଜାତ ଦ୍ରବ୍ୟରେ ମିଳିଥାଏ । ସେଥିପାଇଁ ଖାଦ୍ୟରେ ପନିର ଅନ୍ତର୍ଭୂକ୍ତ କରିବା ଜରୁରୀ । ପ୍ରୋଟିନ୍ ଯୁକ୍ତ ପନିର ମଧ୍ୟ ଭିଟାମିନ୍ B12 ର ଏକ ଉତ୍ସ ହୋଇଥାଏ । ସେଥିପାଇଁ ଶାକାହାରୀ ଲୋକମାନେ ନିଜ ଖାଦ୍ୟରେ ପନିର ସାମିଲ କରିପାରିବେ ।

ସୋୟାବିନ୍ : ଶାକାହାରୀ ଲୋକମାନଙ୍କ ପାଇଁ ସୋୟାବିନ୍ ଭିଟାମିନ୍ B12 ର ଏକ ଭଲ ଉତ୍ସ ହୋଇଥାଏ । ସୋୟାବିନ୍ ଖାଇବା ଦ୍ୱାରା ଶରୀରରେ ଭିଟାମିନ୍ B12 ଅଭାବ ପୂରା ହୋଇପାରେ । ସେଥିପାଇଁ ଆପଣ ନିଜ ଖାଦ୍ୟରେ ଟୋଫୁ କିମ୍ବା ସୋୟାବିନ୍ ଭଳି ଖାଦ୍ୟ ଅନ୍ତର୍ଭୁକ୍ତ କରିପାରିବେ ।

ଓଟ୍ସ : ଓଟ୍ସ ଖାଇବା ଦ୍ୱାରା ଶରୀରକୁ ଅନେକ ପୁଷ୍ଟିକର ଖାଦ୍ୟ ମିଳିଥାଏ । ଫାଇବର ଏବଂ ଭିଟାମିନ୍‌ରେ ଭରପୂର, ଓଟ୍ସ ଶରୀରରେ ଭିଟାମିନ୍ B12 ର ଅଭାବକୁ ଦୂର କରିବାରେ ସାହାଯ୍ୟ କରିଥାଏ । ତେଣୁ ଶାକାହାରୀ ଲୋକମାନେ ସେମାନଙ୍କ ଖାଦ୍ୟରେ ଓଟ୍ସ ଅନ୍ତର୍ଭୁକ୍ତ କରିବା ଜରୁରୀ ।

ବ୍ରୋକୋଲି : ସବୁଜ କୋବି ଯାହାକୁ ଲୋକମାନେ ବ୍ରୋକୋଲି ଭାବରେ ଜାଣନ୍ତି ଭିଟାମିନ୍ B12 ର ଏକ ଭଲ ଉତ୍ସ ହୋଇଥାଏ । ଖାଦ୍ୟରେ ବ୍ରୋକୋଲି ଅନ୍ତର୍ଭୁକ୍ତ କରି ଭିଟାମିନ୍ B12 ଅଭାବକୁ ଦୂର କରିପାରିବେ । ବ୍ରୋକୋଲିରେ ଫୋଲେଟ୍ ଯଥା ଫୋଲିକ୍ ଏସିଡ୍ ମଧ୍ୟ ଥାଏ । ଯେଉଁ କାରଣରୁ ଶରୀରରେ ହିମୋଗ୍ଲୋବିନ୍ ବଢିବାରେ ସାହାଯ୍ୟ କରିଥାଏ ।

KNews Bureau

Recent Posts

ଦୁଇ ବର୍ଷ ତଳୁ ପାସ୍‌ଆଉଟ୍‌, ସାଙ୍ଗଙ୍କ ସହ ରାତିରେ ପାର୍ଟି…କାନପୁର ମେଡିକାଲ କଲେଜ ବିଲ୍ଡିଂରୁ ଖସି ଡାକ୍ତରାଣୀଙ୍କ ମୃତ୍ୟୁ

ଉତ୍ତରପ୍ରଦେଶର କାନପୁର ମେଡିକାଲ କଲେଜ (ଜିଏସ୍‌ଭିଏମ୍‌ ମେଡିକାଲ କଲେଜ) ବିଲ୍ଡିଂରୁ ଖସି ଜଣେ ଏମ୍‌ବିବିଏସ୍‌ ଡାକ୍ତରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି…

6 mins ago

କେତେ ଖୁସିରେ ଡ୍ୟାମ୍‌ ବୁଲି ଆସିଥିଲେ ସାତ ଜଣ ସାଙ୍ଗ, କିନ୍ତୁ ଖୁସି ମଉଳିଗଲା ପାଣି ଭିତରେ

ଆନନ୍ଦପୁର (କେନ୍ୟୁଜ) : ସାତ ଜଣ ସାଙ୍ଗ ମିଶି ପ୍ଲାନ୍‌ କଲେ ଚାଲ ଆଜି ହଦଗଡ ଆଡେ ଟିକେ ବୁଲି…

15 mins ago

ନାଗପୁର: ବିସ୍ଫୋରକ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ; ୫ ଶ୍ରମିକ ମୃତ, ୫ ଗୁରୁତର

ମହାରାଷ୍ଟ୍ରର ନାଗପୁର ନିକଟ ଏକ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

18 mins ago

୨୩ ବର୍ଷ ଧରି ବିଛଣାରେ ରାକେଶ, ଆପଣ ବି ତାଙ୍କ ଅବସ୍ଥା ଦେଖିଲେ କାନ୍ଦି ପକାଇବେ

ବୌଦ୍ଧ (କେନ୍ୟୁଜ) : ଯନ୍ତ୍ରଣା, କଷ୍ଟ । ନାଁ ଶୁଣିଲେ ସୁସ୍ଥ ମଣିଷ ବି ଛାନିଆ ହୋଇଯାଏ । ଏସବୁକୁ…

23 mins ago

ଦୁନିଆର ସବୁଠାରୁ ବଡ଼ ଫୁଲ, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଦୁନିଆରେ ଅନେକ ଗଛ ଏବଂ ଉଦ୍ଭିଦ ଅଛି । ଏହି ଉଦ୍ଭିଦଗୁଡିକ ମଧ୍ୟରୁ ଅନେକ ସେମାନଙ୍କର ସୁଗନ୍ଧ ପାଇଁ ଜଣାଶୁଣା…

36 mins ago

ବାବା ମୁକ୍ତେଶ୍ଵର ଓ ମାତା ପାର୍ବତୀଙ୍କ ମନ୍ଦିର ପ୍ରବେଶ ସହିତ ଝୋଳନ ଯାତ୍ରା

କୁଚିଣ୍ଡା: ଭାବ ଆଉ ଭକ୍ତିରେ ବନ୍ଧା ମହାଦେବ । ବାବା ମୁକ୍ତେଶ୍ଵର ସମସ୍ତ ଦୁଃଖ ହରନ୍ତି । ଦୁଃଖ ଜଣାଇବା…

47 mins ago