ଲାଇଫ୍ ଷ୍ଟାଇଲ୍

ଟ୍ୟାନ ଫ୍ରି ଓ ଉଜ୍ଜ୍ୱଳ ତ୍ୱଚା ଚାହୁଁଛନ୍ତି କି? ତା’ହେଲେ ଅଟା ସହିତ ଏହି ସବୁ ଜିନିଷକୁ ମିଶାଇ ପ୍ରସ୍ତୁତ କରନ୍ତୁ ଖାସ ଫେସ ପ୍ୟାକ

ଖରାଦିନେ ଶରୀରରୁ ଅଧିକ ମାତ୍ରାରେ ଝାଳ ବାହାରିବା ଦ୍ୱାରା ସ୍କିନ ଅଠାଳିଆ ହୋଇଯାଏ। ଏଥିରୁ ମୁହଁରେ ବ୍ରଣ ବାହାରେ। ଏଥିପାଇଁ ଜରୁରୀ କି, ଆପଣ ତ୍ୱଚାକୁ ହାଇଡ୍ରେଟ ରଖନ୍ତୁ। ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକି ବହୁତ ଶସ୍ତା ତଥା ରୋଷେଇ ଘରେ ସହଜରେ ମିଳିଯିବ। ଆମେ କଥା ହେଉଛେ ଗହମ ଅଟା ବିଷୟରେ। ଖରାଦିନେ ଆପଣ ଗହମ ଅଟାର ଫେସ ପ୍ୟାକ ଲଗାଇ ତ୍ଵଚାକୁ ଉଜ୍ଜ୍ୱଳ କରିପାରିବେ। ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବା ଅଟା ଫେସ ପ୍ୟାକ।

୧. ଅଟା ଓ କ୍ଷୀର: ଗୋଟିଏ ପାତ୍ରରେ ଅଟା ଓ କ୍ଷୀର ନିଅନ୍ତୁ ଏବଂ ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ଫେସ ପ୍ୟାକକୁ ଚେହେରା ଉପରେ ଲଗାନ୍ତୁ ଏବଂ ୧୫ ମିନିଟ ପାଇଁ ଛାଡ଼ିବାକୁ ଦିଅନ୍ତୁ। ଏହାପରେ ଚେହେରା ଧୋଇ ଦିଅନ୍ତୁ। ଏହାଦ୍ୱାରା ବ୍ରଣ ସମସ୍ୟା ଦୂର ହୋଇଯିବ।

୨. ଅଟା, ଗୋଲାପ ଜଳ ଓ କ୍ଷୀର: ଚେହେରାକୁ ମୁଲାୟମ ଏବଂ ଗ୍ଲୋଇଂ କରିବା ପାଇଁ ଅଟା, ଗୋଲାପ ଜଳ ଓ କ୍ଷୀରର ଫେସ ପ୍ୟାକ ଲଗାନ୍ତୁ। ପ୍ରଥମେ ଏହି ୩ଟି ଜିନିଷକୁ ମିକ୍ସ କରି ନିଅନ୍ତୁ। ଏହାପରେ ଏହି ମିକ୍ସଚରକୁ କିଛି ସମୟ ପାଇଁ ଫ୍ରିଜରେ ରଖି ଦିଅନ୍ତୁ। ଥଣ୍ଡା ହୋଇଗଲା ପରେ ଏହାକୁ ଚେହେରାରେ ଲଗାନ୍ତୁ ଏବଂ ୧୫ ମିନିଟ ପାଇଁ ଛାଡ଼ି ଦିଅନ୍ତୁ। ଶେଷରେ ମୁହଁକୁ ପାଣିରେ ଧୋଇ ନିଅନ୍ତୁ।

୩. ଅଟା, ମହୁ ଓ ଦହି: ସ୍କିନକୁ ହାଇଡ୍ରେଟ କରିବା ପାଇଁ ଏହି ଫେସ ପ୍ୟାକ ବହୁତ ଲାଭଦାୟକ ହୋଇଥାଏ। ଅଟା, ମହୁ ଓ ଦହିକୁ ଭଲ ଭାବେ ମିକ୍ସ କରି ନିଅନ୍ତୁ। ଏହାକୁ ଚେହେରାରେ ଲଗାଇବାର ୨୦ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

25 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago