ଜାଣନ୍ତୁ ଏହି ଡାଏଟ୍‌ ଟିପ୍ସ, ଖୁବ୍‌ ଶୀଘ୍ର କମିବ ଆପଣଙ୍କ ଓଜନ

ବ୍ୟସ୍ତ ବହୁଳ ଜୀବନରେ ପ୍ରାୟତଃ ଲୋକ ନିଜର ଖାଦ୍ୟ ପାନୀୟର ସଠିକ୍‌ ଦାୟତ୍ୱ ନେଇପାରନ୍ତି ନାହିଁ। ଯାହା କାରଣରୁ ଓଜନ ବଢିବା,ବ୍ଳଡ୍‌ ପ୍ରେସର ଆଦି ସମସ୍ୟା ଦେଖାଦେଇଥାଏ । ଯଦି ଆପଣ ଏହି ସବୁ ଅସୁବିଧା ଦେଇ ଗତି କରୁଛନ୍ତି ତେବେ ଆପଣଙ୍କୁ ନିଜର ଦୈନନ୍ଦିନ ଜୀବନରେ କିଛି ପରିବର୍ତ୍ତନ ଆଣିବାକୁ ପଡିବ ।

ଅଧିକ ମାତ୍ରାରେ କେଫିନ୍‌ ସେବନ କରିବା ଦ୍ୱାରା ଚିଡିଚିଡା ସ୍ୱଭାବ, ଚିନ୍ତା ଏବଂ ବ୍ଳଡ୍‌ ପ୍ରେସର ଆଦି ସମସ୍ୟା ଦେଖାଦେଇଥାଏ । ଏହାବ୍ୟତିତ ଶରୀରରେ ଆଇରନ୍‌ ଏବଂ କ୍ୟାଲସିୟମକୁ ନେବାରେ ମଧ୍ୟ ସମସ୍ୟା ସ୍ରୁଷ୍ଟି କରିପାରେ । କେଫିନ୍‌ ଅଧିକ ମାତ୍ରାରେ ଆହରଣ କରିବା ଦ୍ୱାରା ହାଇପରଟେଂସନ୍‌ ଏବଂ ନିଦ ନଆସିବା ଭଳି ସମସ୍ୟା ଦେଖାଯାଇଥାଏ । କେଫିନର ଅଧିକ ସେବନ ଦ୍ୱାରା ଧମନି ସଙ୍କୁଚିତ ହୋଇଯାଇଥାଏ । ଯାହାଦ୍ୱାରା ରକ୍ତ ପ୍ରବାହିତ ସମୟରେ ବାଧା ଉପୁଯିଥାଏ । ଏହି କାରଣରୁ ବ୍ଳଡ୍‌ ପ୍ରେସର ସମସ୍ୟା ଦେଖାଦେଇଥାଏ । ଏହାଛଡା ମୁଣ୍ଡବିନ୍ଧା, ପେଟ ସମ୍ବନ୍ଧୀୟ ସମସ୍ୟା,ମନ ଅସ୍ଥିର ହେବା ଭଳି ବିଭିନ୍ନ ଅସୁବିଧା କେଫିନ୍‌ ର ସାଇଡ୍‌ ଇଫେକ୍ଟ ।

ଯେତେବେଳେ ଓଜନ କଥା ସାମ୍ନାକୁ ଆସିଥାଏ ତେବେ ଚିନ୍ତା ଏକ ବଡ କାରଣ ହୋଇପାରେ । ଯାହାଦ୍ୱାରା ଖୁବ୍‌ ଶିଘ୍ର ଓଜନ ବଢିବାରେ ସାହାଯ୍ୟ କରିଥାଏ । ଚିନ୍ତା କମ୍‌ କରିବା ପାଇଁ ଆପଣ ଜୀବନରେ କିଛି ପରିବର୍ତ୍ତନ କରିବା ନିହାତୀ ଜରୁରୀ । ପ୍ରାୟତଃ ଆମେ ଖାଇବାରେ ଏମିତି ଜଙ୍କ ଫୁଡ୍‌ ର ବ୍ୟବହାର କରିଥାନ୍ତି, ଯାହାଦ୍ୱାରା ସ୍ୱାସ୍ଥ୍ୟରେ ଏହାର ଖରାପ ପ୍ରଭାବ ପଡିଥାଏ । ଏହାସହିତ ଆପଣଙ୍କ ଓଜନ ଏବଂ ଚିନ୍ତାକୁ ଏହା ବଢାଇଥାଏ । ଓଜନ କମିବା ପାଇଁ ଭଲ ନିଦ, ଏକ୍ସରସାଇଜ୍‌ ଏବଂ ଖାଦ୍ୟ ପାନୀୟରେ କିଛି ଆବଶ୍ୟକୀୟ ପରିବର୍ତ୍ତନ ଆଣିବାକୁ ପଡିବ ।

ନାଇଟ୍‌ ସିଫ୍ଟରେ କାମ କରୁଥିବା ଲୋକଙ୍କର ପ୍ରତିଦିନ ଖାଇବାରେ କୌଣସି ସଠିକ୍‌ ସମୟ ରହେନାହିଁ । ଯାହାଦ୍ୱାରା ସେମାନଙ୍କ ପାଚନ ପ୍ରକ୍ରିୟାରେ ଏହାର ବିଶେଷ ପ୍ରଭାବ ପଡିଥାଏ । ଯଦି ଆପଣ କୌଣସି ସମୟରେ ନିଜ ଖାଦ୍ୟକୁ ସ୍କିପ୍‌ କରୁଛନ୍ତି, ତେବେ ଆପଣଙ୍କ ଖାଦ୍ୟ ପ୍ରକ୍ରିୟାରେ ଏପଟସେପଟ ହୋଇଯାଇଥାଏ । ଯାହାଦ୍ୱାରା ଆପଣଙ୍କ ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପଡିଥାଏ ଏବଂ ଆପଣଙ୍କ ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେବା ସହିତ ଓଜନ ମଧ୍ୟ ବଢିଥାଏ ।

Pritiparna

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

24 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

56 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

58 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

1 hour ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

1 hour ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago