ଜାଣନ୍ତୁ ଏହି ଡାଏଟ୍ ଟିପ୍ସ, ଖୁବ୍ ଶୀଘ୍ର କମିବ ଆପଣଙ୍କ ଓଜନ
ବ୍ୟସ୍ତ ବହୁଳ ଜୀବନରେ ପ୍ରାୟତଃ ଲୋକ ନିଜର ଖାଦ୍ୟ ପାନୀୟର ସଠିକ୍ ଦାୟତ୍ୱ ନେଇପାରନ୍ତି ନାହିଁ। ଯାହା କାରଣରୁ ଓଜନ ବଢିବା,ବ୍ଳଡ୍ ପ୍ରେସର ଆଦି ସମସ୍ୟା ଦେଖାଦେଇଥାଏ । ଯଦି ଆପଣ ଏହି ସବୁ ଅସୁବିଧା ଦେଇ ଗତି କରୁଛନ୍ତି ତେବେ ଆପଣଙ୍କୁ ନିଜର ଦୈନନ୍ଦିନ ଜୀବନରେ କିଛି ପରିବର୍ତ୍ତନ ଆଣିବାକୁ ପଡିବ ।
ଅଧିକ ମାତ୍ରାରେ କେଫିନ୍ ସେବନ କରିବା ଦ୍ୱାରା ଚିଡିଚିଡା ସ୍ୱଭାବ, ଚିନ୍ତା ଏବଂ ବ୍ଳଡ୍ ପ୍ରେସର ଆଦି ସମସ୍ୟା ଦେଖାଦେଇଥାଏ । ଏହାବ୍ୟତିତ ଶରୀରରେ ଆଇରନ୍ ଏବଂ କ୍ୟାଲସିୟମକୁ ନେବାରେ ମଧ୍ୟ ସମସ୍ୟା ସ୍ରୁଷ୍ଟି କରିପାରେ । କେଫିନ୍ ଅଧିକ ମାତ୍ରାରେ ଆହରଣ କରିବା ଦ୍ୱାରା ହାଇପରଟେଂସନ୍ ଏବଂ ନିଦ ନଆସିବା ଭଳି ସମସ୍ୟା ଦେଖାଯାଇଥାଏ । କେଫିନର ଅଧିକ ସେବନ ଦ୍ୱାରା ଧମନି ସଙ୍କୁଚିତ ହୋଇଯାଇଥାଏ । ଯାହାଦ୍ୱାରା ରକ୍ତ ପ୍ରବାହିତ ସମୟରେ ବାଧା ଉପୁଯିଥାଏ । ଏହି କାରଣରୁ ବ୍ଳଡ୍ ପ୍ରେସର ସମସ୍ୟା ଦେଖାଦେଇଥାଏ । ଏହାଛଡା ମୁଣ୍ଡବିନ୍ଧା, ପେଟ ସମ୍ବନ୍ଧୀୟ ସମସ୍ୟା,ମନ ଅସ୍ଥିର ହେବା ଭଳି ବିଭିନ୍ନ ଅସୁବିଧା କେଫିନ୍ ର ସାଇଡ୍ ଇଫେକ୍ଟ ।
ଯେତେବେଳେ ଓଜନ କଥା ସାମ୍ନାକୁ ଆସିଥାଏ ତେବେ ଚିନ୍ତା ଏକ ବଡ କାରଣ ହୋଇପାରେ । ଯାହାଦ୍ୱାରା ଖୁବ୍ ଶିଘ୍ର ଓଜନ ବଢିବାରେ ସାହାଯ୍ୟ କରିଥାଏ । ଚିନ୍ତା କମ୍ କରିବା ପାଇଁ ଆପଣ ଜୀବନରେ କିଛି ପରିବର୍ତ୍ତନ କରିବା ନିହାତୀ ଜରୁରୀ । ପ୍ରାୟତଃ ଆମେ ଖାଇବାରେ ଏମିତି ଜଙ୍କ ଫୁଡ୍ ର ବ୍ୟବହାର କରିଥାନ୍ତି, ଯାହାଦ୍ୱାରା ସ୍ୱାସ୍ଥ୍ୟରେ ଏହାର ଖରାପ ପ୍ରଭାବ ପଡିଥାଏ । ଏହାସହିତ ଆପଣଙ୍କ ଓଜନ ଏବଂ ଚିନ୍ତାକୁ ଏହା ବଢାଇଥାଏ । ଓଜନ କମିବା ପାଇଁ ଭଲ ନିଦ, ଏକ୍ସରସାଇଜ୍ ଏବଂ ଖାଦ୍ୟ ପାନୀୟରେ କିଛି ଆବଶ୍ୟକୀୟ ପରିବର୍ତ୍ତନ ଆଣିବାକୁ ପଡିବ ।
ନାଇଟ୍ ସିଫ୍ଟରେ କାମ କରୁଥିବା ଲୋକଙ୍କର ପ୍ରତିଦିନ ଖାଇବାରେ କୌଣସି ସଠିକ୍ ସମୟ ରହେନାହିଁ । ଯାହାଦ୍ୱାରା ସେମାନଙ୍କ ପାଚନ ପ୍ରକ୍ରିୟାରେ ଏହାର ବିଶେଷ ପ୍ରଭାବ ପଡିଥାଏ । ଯଦି ଆପଣ କୌଣସି ସମୟରେ ନିଜ ଖାଦ୍ୟକୁ ସ୍କିପ୍ କରୁଛନ୍ତି, ତେବେ ଆପଣଙ୍କ ଖାଦ୍ୟ ପ୍ରକ୍ରିୟାରେ ଏପଟସେପଟ ହୋଇଯାଇଥାଏ । ଯାହାଦ୍ୱାରା ଆପଣଙ୍କ ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପଡିଥାଏ ଏବଂ ଆପଣଙ୍କ ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେବା ସହିତ ଓଜନ ମଧ୍ୟ ବଢିଥାଏ ।