ଜାଣନ୍ତୁ ରକ୍ତଚାପ କଣ ଏବଂ ଏହାର ଲକ୍ଷଣ !

ସହରୀ ଜୀବନଶୈଳୀ ନୁହେଁ ବରଂ ଗାଁ ମାନଙ୍କରେ ମଧ୍ୟ ରକ୍ତଚାପ ଏକ ବହୁତ ବଡ ସମସ୍ୟା ପାଲଟିଛି। ଯେତେବେଳେ ରକ୍ତର ଧମନୀଗୁଡିକର ପ୍ରେସର ୧୪୦/୯୦ ପର‌୍ୟ୍ୟନ୍ତ ବୃଦ୍ଧି ପାଇଯାଏ ସେତେବେଳେ ଏହାକୁ ହାଇ-ବ୍ଲଡପ୍ରେସର ବୋଲି କୁହାଯାଇଥାଏ । ଏହାଦ୍ୱାରା ବ୍ରେନ ଷ୍ଟ୍ରୋକ, ହାର୍ଟ , କିଡନୀ ଏବଂ ମୋତିଆବିନ୍ଦୁ ଜନିତ ରୋଗ ହେବାର ସମ୍ଭାବନା ଅଧିକ ବଢିଯାଇଥାଏ । କାରଣ ହାଇ ବ୍ଲଡପ୍ରେସର ହେବା ଦ୍ୱାରା ବ୍ଲଡ ସନ୍ତୁଳନ ହରାଇବସିଥାଏ । ଏବଂ ତାହା ସଙ୍କୁଚିତ ହୋଇଯାଇଥାଏ । ଏହାଦ୍ୱାରା ପାକସ୍ଥଳୀକୁ ବ୍ଲଡ ପହଂଚିବାକୁ ଅନେକ ଅସୁବିଧା ହୋଇଥାଏ । ଏହାକୁ silent killer ମଧ୍ୟ କୁହାଯାଏ। ଅଧିକାଂଶ ଲୋକ ବ୍ଲଡପ୍ରେସରକୁ ରୋଗ ବୋଲି ମାନିବାକୁ ନାରାଜ ହୁଅନ୍ତି । ଏହି ରକ୍ତଚାପ ଏବେ ଛୋଟ ପିଲାଙ୍କ ମଧ୍ୟରେ ଦେଖିବାକୁ ମିଳୁଛି। କିନ୍ତୁ ଏହି ସମସ୍ୟା କୌଣସି ଗମ୍ଭୀର ରୋଗର ମୂଳ ସ୍ତର ବୋଲି କହିପାରିବା ।

ବ୍ଲଡ ପ୍ରେସର ହେବାର ମୁଖ୍ୟ କାରଣ

ଶରୀରର ଓଜନ ଅହେତୂକ ଭାବରେ ବୃ୍ଦ୍ଧି ପାଇବା, ନିୟମିତ ଭାବରେ ବ୍ୟାୟାମ ନ କରିବା, ପୂର୍ବରୁ ପରିବାରରେ କେହି ଏହାର ଶିକାର ହୋଇଥିଲେ, ସବୁବେଳେ ଚିନ୍ତାରେ ରହିବା , ଧୂମ୍ରପାନ କରିବା, ଥାଇରଏଡ ଏବଂ ଟ୍ୟୁମର ଭଳି ଅନେକ ରୋଗ ହୋଇଥିଲେ ।

ଏହା ସହ ପଢ଼ନ୍ତୁ : ଥଣ୍ଡା କାଶକୁ ଚୁଟକିରେ ଦୂର କରିବ ମସଲା ଚା’

କେତେ ରହିବା ଆବଶ୍ୟକ

ନର୍ମାଲ ବିପି ୧୨୦/୮୦ରୁ କମ ରହିବା ଆବଶ୍ୟକ । ଏହା ଉପର ସ୍ତରକୁ ଗଲେ ଏହାକୁ ପ୍ରି-ହାଇପରଂଟେସନ ବୋଲି କୁହାଯାଏ । ଯଦି ବିପି ୧୨୦ରୁ ୧୩୯, ୮୦ରୁ ୮୯ ମଧ୍ୟରେ ରୁହେ ତେବେ ଏଭଳି ପରିସ୍ଥିତିରେ ମଧ୍ୟ ଷ୍ଟ୍ରୋକ, କିଡନୀ, ହାର୍ଟ ଆଟାକ, ଡାଇବେଟିସ ଏବଂ ମୋତିଆବିନ୍ଦୁ ଭଳି ଅନେକ ମାରାତ୍ମକ ରୋଗ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ୧୪୦/୯୦ର ସ୍ଥିତିରେ ଥିଲେ ତାହାକୁ ହାଇବ୍ଲଡପ୍ରେସର କୁହାଯାଏ, ଯାହାକୁ ସବୁଠାରୁ ଅଧିକ ଭୟଙ୍କର ସ୍ତର ବୋଲି କୁହାଯାଇଥାଏ ।

ବିପି ପରୀକ୍ଷାର କରିବାର ଉଚିତ ସମୟ

ବିଶେଷଜ୍ଞଙ୍କ ମତାନୁସାରେ, ୪୦ ବର୍ଷ ବୟସରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ବ୍ଲଡ ପ୍ରେସର ଯାଂଚ କରିନେବା ଉଚିତ । ଯଦି ବିପି ସାମାନ୍ୟ ରହିଛି ତେବେ ପ୍ରତି ୬ମାସରେ ଥରେ ଲେଖାଏଁ ବ୍ଲଡ ପ୍ରେସର ପରୀକ୍ଷା କରିବା ଆବଶ୍ୟକ।

Pritiparna

Recent Posts

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

34 mins ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

48 mins ago

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

1 hour ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

1 hour ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

2 hours ago

କରମଣ୍ଡଳ ରେଳ ଦୁର୍ଘଟଣା: ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଯାଉଛି ଲୋମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩  ଜୁନ୍ ୨ ଶୁକ୍ରବାର, ସମୟ…

2 hours ago