Below header

ଜାଣନ୍ତୁ ରକ୍ତଚାପ କଣ ଏବଂ ଏହାର ଲକ୍ଷଣ !

ସହରୀ ଜୀବନଶୈଳୀ ନୁହେଁ ବରଂ ଗାଁ ମାନଙ୍କରେ ମଧ୍ୟ ରକ୍ତଚାପ ଏକ ବହୁତ ବଡ ସମସ୍ୟା ପାଲଟିଛି। ଯେତେବେଳେ ରକ୍ତର ଧମନୀଗୁଡିକର ପ୍ରେସର ୧୪୦/୯୦ ପର‌୍ୟ୍ୟନ୍ତ ବୃଦ୍ଧି ପାଇଯାଏ ସେତେବେଳେ ଏହାକୁ ହାଇ-ବ୍ଲଡପ୍ରେସର ବୋଲି କୁହାଯାଇଥାଏ । ଏହାଦ୍ୱାରା ବ୍ରେନ ଷ୍ଟ୍ରୋକ, ହାର୍ଟ , କିଡନୀ ଏବଂ ମୋତିଆବିନ୍ଦୁ ଜନିତ ରୋଗ ହେବାର ସମ୍ଭାବନା ଅଧିକ ବଢିଯାଇଥାଏ । କାରଣ ହାଇ ବ୍ଲଡପ୍ରେସର ହେବା ଦ୍ୱାରା ବ୍ଲଡ ସନ୍ତୁଳନ ହରାଇବସିଥାଏ । ଏବଂ ତାହା ସଙ୍କୁଚିତ ହୋଇଯାଇଥାଏ । ଏହାଦ୍ୱାରା ପାକସ୍ଥଳୀକୁ ବ୍ଲଡ ପହଂଚିବାକୁ ଅନେକ ଅସୁବିଧା ହୋଇଥାଏ । ଏହାକୁ silent killer ମଧ୍ୟ କୁହାଯାଏ। ଅଧିକାଂଶ ଲୋକ ବ୍ଲଡପ୍ରେସରକୁ ରୋଗ ବୋଲି ମାନିବାକୁ ନାରାଜ ହୁଅନ୍ତି । ଏହି ରକ୍ତଚାପ ଏବେ ଛୋଟ ପିଲାଙ୍କ ମଧ୍ୟରେ ଦେଖିବାକୁ ମିଳୁଛି। କିନ୍ତୁ ଏହି ସମସ୍ୟା କୌଣସି ଗମ୍ଭୀର ରୋଗର ମୂଳ ସ୍ତର ବୋଲି କହିପାରିବା ।

Healthy_Habits_Of_Managing_High_Blood_Pressure

ବ୍ଲଡ ପ୍ରେସର ହେବାର ମୁଖ୍ୟ କାରଣ

ଶରୀରର ଓଜନ ଅହେତୂକ ଭାବରେ ବୃ୍ଦ୍ଧି ପାଇବା, ନିୟମିତ ଭାବରେ ବ୍ୟାୟାମ ନ କରିବା, ପୂର୍ବରୁ ପରିବାରରେ କେହି ଏହାର ଶିକାର ହୋଇଥିଲେ, ସବୁବେଳେ ଚିନ୍ତାରେ ରହିବା , ଧୂମ୍ରପାନ କରିବା, ଥାଇରଏଡ ଏବଂ ଟ୍ୟୁମର ଭଳି ଅନେକ ରୋଗ ହୋଇଥିଲେ ।

ଏହା ସହ ପଢ଼ନ୍ତୁ : ଥଣ୍ଡା କାଶକୁ ଚୁଟକିରେ ଦୂର କରିବ ମସଲା ଚା’

କେତେ ରହିବା ଆବଶ୍ୟକ

6-ways-to-prevent-high-blood-pressure-136394480735703901-141119115412ନର୍ମାଲ ବିପି ୧୨୦/୮୦ରୁ କମ ରହିବା ଆବଶ୍ୟକ । ଏହା ଉପର ସ୍ତରକୁ ଗଲେ ଏହାକୁ ପ୍ରି-ହାଇପରଂଟେସନ ବୋଲି କୁହାଯାଏ । ଯଦି ବିପି ୧୨୦ରୁ ୧୩୯, ୮୦ରୁ ୮୯ ମଧ୍ୟରେ ରୁହେ ତେବେ ଏଭଳି ପରିସ୍ଥିତିରେ ମଧ୍ୟ ଷ୍ଟ୍ରୋକ, କିଡନୀ, ହାର୍ଟ ଆଟାକ, ଡାଇବେଟିସ ଏବଂ ମୋତିଆବିନ୍ଦୁ ଭଳି ଅନେକ ମାରାତ୍ମକ ରୋଗ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ୧୪୦/୯୦ର ସ୍ଥିତିରେ ଥିଲେ ତାହାକୁ ହାଇବ୍ଲଡପ୍ରେସର କୁହାଯାଏ, ଯାହାକୁ ସବୁଠାରୁ ଅଧିକ ଭୟଙ୍କର ସ୍ତର ବୋଲି କୁହାଯାଇଥାଏ ।

ବିପି ପରୀକ୍ଷାର କରିବାର ଉଚିତ ସମୟ

ବିଶେଷଜ୍ଞଙ୍କ ମତାନୁସାରେ, ୪୦ ବର୍ଷ ବୟସରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ବ୍ଲଡ ପ୍ରେସର ଯାଂଚ କରିନେବା ଉଚିତ । ଯଦି ବିପି ସାମାନ୍ୟ ରହିଛି ତେବେ ପ୍ରତି ୬ମାସରେ ଥରେ ଲେଖାଏଁ ବ୍ଲଡ ପ୍ରେସର ପରୀକ୍ଷା କରିବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.