ମେଘାଳୟରେ ଓଡ଼ିଶା ଅଗ୍ନିଶମ ଟିମ୍‌ , କୋଇଲା ଖଣିରେ ଫସି ରହିଥିବା ଶ୍ରମିକଙ୍କୁ କରୁଛନ୍ତି ଉଦ୍ଧାର

ମେଘାଳୟ(କେନ୍ୟୁଜ୍) : ମେଘାଳୟ ଜୟନ୍ତିଆ କୋଇଲା ଖଣିରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଜାରି ରହିଛି ଉଦ୍ୟମ । ଆଜିଠୁ ଉଦ୍ଧାର କାର‌୍ୟ୍ୟରେ ସାମିଲ ହେବେ ଓଡିଶା ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ଟିମ୍‌ । ଓଡିଶା ଅଗ୍ନିଶମ ବିଭାଗର ବଛାବଛା ୨୧ଜଣ କର୍ମଚାରୀ ଏଥିରେ ସାମିଲ ହେବେ । ଏଥିପାଇଁ ଏକ ଟିମ୍‌ ମେଘାଳୟ ଯାଇଛି । ଖଣିରେ ଫସି ରହିଥିବା ୧୫ଜଣ ଶ୍ରମିକକୁ ଉଦ୍ଧାର ପାଇଁ ଚାଲିଛି ଅପରେସନ ।

odrଅତ୍ୟାଧୁନିକ ଜ୍ଞାନକୌଶଳ ଓ ଯନ୍ତ୍ରାଂଶରେ ଉଦ୍ଧାର କାମ କରଯାଉଛି । ଗତ ୧୩ ତାରିଖରେ ମେଘାଳୟ ଜୟନ୍ତିଆ କୋଇଲା ଖଣିରେ କାମ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । କାମ କରୁଥିବା ବେଳେ ହଠାତ ପାଣି ପସିଯାଇଥିଲା । ଶ୍ରମିକଙ୍କ ମଧ୍ୟରୁ କିଛି ଜଣ ଉଦ୍ଧାର ହୋଇଥିବା ବେଳେ ଏବେ ବି ୧୫ ଜଣ ଫସି ରହିଛନ୍ତି । ଖଣିରେ ବନ୍ୟା ପାଣି ରହିଥିବାରୁ ଉଦ୍ଧାର କାର୍ଯ୍ଯରେ ଅସୁବିଧା ହେଉଛି । ଉଦ୍ଧାର କାର‌୍ୟ୍ୟରେ ଏନଡିଆରଏଫ ମଧ୍ୟ ସାମିଲ ହୋଇଛି ।

 

 

Leave A Reply

Your email address will not be published.