Below header

ପ୍ରବଳ ଥଣ୍ଡାରେ ଥରୁଛି ସାରା ଓଡ଼ିଶା : ଆଜିଠୁ ଆହୁରି ବଢିବ ଜାଡ , ତିନି ଦିନ ଯାଏ କରିବ କଲବଲ

ଭୁବନେଶ୍ବର(କେନ୍ୟୁଜ୍): ଜାଡ଼ରେ ଥରୁଛି ସାରା ଓଡ଼ିଶା । ଗାଁରୁ ସହର, ଉପକୂଳରୁ ଉପାନ୍ତ ସବୁଠି ଶୀତର ପ୍ରକୋପ । କିଛି ସ୍ଥାନରେ ବରଫପାତ ହେଉଛି । ଗାଡ଼ି ଗୁଡ଼ିକ ଉପରେ ବରଫ ଜମି ରହିଥିବା ଦେଖିବାକୁ ମିଳିଛି । ଲଗାତାର ୬ଦିନ ଧରି ରାଜ୍ୟରେ ଲାଗି ରହିଛି ଏଭଳି ସ୍ଥିତି । ରାତିରେ ପାରଦ ୩ରୁ ୪ ଡିଗ୍ରୀ ହ୍ରାସ ପାଉଥିବା ବେଳେ ସକାଳୁ କୁହୁଡି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଲୋକେ ନାହିଁ ନଥିବା ଅସୁବଧା ଭୋଗୁଛନ୍ତି ।

wintପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜିଠୁ ଶୀତର ପ୍ରକୋପ ଆହୁରି ବଢିବ । ତିନି ଦିନ ଯାଏ ପ୍ରବଳ ଶୀତ ଅନୁଭୂତ ହେବ । କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ଅଧିକ ଶୀତ ଅନୁଭୂତ ହେବ । ଜିଲ୍ଲାର ଆଭ୍ୟନ୍ତରୀଣ ଓ ପାହାଡିଆରେ ଅଞ୍ଚଳରେ ସ୍ଥିତି ଅଧିକ ସଂଗୀନ ହେବ । ପ୍ରବଳ ଶୀତରୁ ରକ୍ଷା ପାଇବା ପାଇବା ପାଇଁ ଲୋକେ ନିଆ ପୁଉଁଛନ୍ତି । ଥଣ୍ଡା ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.