ଓଡ଼ିଆ ଯୁବକଙ୍କ ପ୍ରେମରେ ପାଗଳ ପୋଲାଣ୍ଡ ଯୁବତୀ , ଫେସ୍‌ବୁକ୍‌ରେ କଲେ ଭିଡିଓ ପୋଷ୍ଟ

କେନ୍ୟୁଜ୍ : କୁହାଯାଏ ପ୍ରେମ ଅନ୍ଧ । ହେଲେ ଏପରି ଅନ୍ଧ, ଆପଣ ଶୁଣିଲେ ବି ବିଶ୍ୱାସ କରିପାରିବେନି । ପ୍ରେମିକା ହେଉଛନ୍ତି ପୋଲାଣ୍ଡର ଓ ପ୍ରେମିକ ଭୁବନେଶ୍ୱରର । ଫେସ୍‌ବୁକ୍‌ରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ସଂପର୍କ । ପ୍ରଥମେ ଫ୍ରେଣ୍ଡସିପ୍‌, ତା ପରେ ଚାଟିଙ୍ଗ, ଆଉ ତା ପରେ ଧୀରେ ଧୀରେ ଆରମ୍ଭ ହୋଇଥିଲା ପ୍ରେମ । ପ୍ରଥମେ ଯୁବକ ଜଣଙ୍କ ଯୁବତୀଙ୍କୁ ପ୍ରପୋଜ କରିଥିଲେ । ଏହା ଦେଖି ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ ଯୁବତୀ ଜଣଙ୍କ । କ’ଣ ଉତ୍ତର ଦେବେ କିଛି ଭାବି ପାରିନଥିଲେ । ଦୁଇ ଦିନ ବିତିଗଲା, ଯୁବତୀଙ୍କ ଠାରୁ କୌଣସି ଉତ୍ତର ମିଳିଲାନି । ଶେଷରେ ଫେସ୍‌ବୁକ୍‌ ଆକାଉଣ୍ଟକୁ ଡିଲିଟ୍‌ କରିଦେଲେ ଯୁବକ ଜଣଙ୍କ । ଯୁବକଙ୍କ ଅନୁପସ୍ଥିତିକୁ ଅନୁଭବ କରିପାରିଲେ ଯୁବତୀ । ଓଡ଼ିଆ ପୁଅର କଥାବାର୍ତ୍ତା ଓ କୌତୁହଳିଆ ପ୍ରକୃତି ଯୁବତୀଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା । ଯେମିତି ବି ହେଉ, ନିଜ ପ୍ରେମକୁ ପାଇବାକୁ ଆଶା ବାନ୍ଧି ବସିଲେ । ଏବେ ବିଦେଶିନୀ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଓଡ଼ିଆରେ କହିଛନ୍ତି, ମୁଁ ତୁମକୁ ଭଲ ପାଏ । ଆଇ ଆମ୍‌ କମିଂ ଟୁ ଭୁବନେଶ୍ୱର ।

ଦେଖନ୍ତୁ ଭିଡିଓ :

Leave A Reply

Your email address will not be published.