କେବୁଲ ଓ ଡିଟିଏଚ୍‌ ଉପଭୋକ୍ତାଙ୍କ ଚ୍ୟାନେଲ ଚୟନ ସୀମା ବୃଦ୍ଧି, ଫେବୃଆରୀ ୧ରୁ ଦେଖିପାରିବେ ନିଜ ପସନ୍ଦର ଚ୍ୟାନେଲ

କେନ୍ୟୁଜ୍ : ବଢିଲା କେବୁଲ ଓ ଡିଟିଏଚ୍‌ ଉପଭୋକ୍ତାଙ୍କ ଚ୍ୟାନେଲ ଚୟନ ସମୟ ସୀମା । ଆଜି ନୁହେଁ ବରଂ ଫେବୃଆରୀ ୧ରୁ ନିଜ ପସନ୍ଦର ଚ୍ୟାନେଲ ଦେଖିପାରିବେ ଉପଭୋକ୍ତା । ସେହି ଚ୍ୟାନେଲ ଗୁଡ଼ିକ ପାଇଁ ଅର୍ଥ ଦେବାକୁ ପଡ଼ିବ । ପୂର୍ବରୁ ଚ୍ୟାନେଲ ଚୟନ ପାଇଁ ଡିସେମ୍ବର ୨୯ ତାରିଖ ଶେଷ ତାରିଖ ରଖାଯାଇଥିଲା । ଏହାକୁ ଜାନୁଆରୀ ୩୧ ତାରିଖ ପର‌୍ୟ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଚ୍ୟାନେଲ ଦର ନିର୍ଦ୍ଧାରଣ ପ୍ରକ୍ରିୟାରେ ସ୍ୱଚ୍ଛତା ପାଇଁ ଏପରି ବ୍ୟବସ୍ଥା ଲାଗୁ କରାଯାଇଛି । ଏହା ଦ୍ୱାରା କେବୁଲ ଓ ଡିଟିଏଚ୍‌ ଅପରେଟରଙ୍କ ସହ ଉପଭୋକ୍ତା ମଧ୍ୟ ଉପକୃତ ହେବେ ବୋଲି ଟ୍ରାଇ ପକ୍ଷରୁ କୁହାଯାଇଛି । ପ୍ରତି ଚ୍ୟାନେଲ ଦର ୧ରୁ ୧୯ ଟଙ୍କା ମଧ୍ୟରେ ନିର୍ଦ୍ଧାରଣ କରାଯାଇଛି । ପେ-ଚ୍ୟାନେଲ କ୍ଷେତ୍ରରେ ଉପଭୋକ୍ତା ଯେଉଁ ଚ୍ୟାନେଲ ଦେଖିବେ, କେବଳ ସେହି ଚ୍ୟାନେଲ ପାଇଁ ପଇସା ଦେବେ । ଅପରେଟର ମାନେ ଗ୍ରାହକଙ୍କ ସୁବିଧା ପାଇଁ ପ୍ରତି ଚ୍ୟାନେଲର ଦର ପ୍ରଦର୍ଶିତ କରିବେ ।

Leave A Reply

Your email address will not be published.