Below header

୧୦୦୦ ଲିଟର ମଦ ପିଇଦେଲା ମୂଷା ! ବରେଲିର ଥାନା ହେଡକ୍ଳର୍କ ଦେଲେ ରିପୋର୍ଟ

ବରେଲି: ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର‌୍ୟ୍ୟ ଚକିତ କରିଦବ । ବିପୁଳ ପରିମାଣରେ ପ୍ଲାଷ୍ଟିକ୍‌ ଡବାରେ ଜବତ ହୋଇ ରହିଥିବା ପ୍ରାୟ ୧୦୦୦ଲିଟର ମଦ ବରେଲିର ଏକ ପୋଲିସ୍ ଷ୍ଟେସନ୍ ଭିତରୁ ଗାୟବ ହୋଇଯାଇଛି । କିନ୍ତୁ ଆଶ୍ଚର‌୍ୟ୍ୟର କଥା ପୋଲିସ୍ ଷ୍ଟେସନର ଅଧିକାରୀ କହିଛନ୍ତି, ଏହି ମଦକୁ ସେଠାରେ ଥିବା ମୂଷାମାନେ ପିଇ ଦେଇଛନ୍ତି । ପୋଲିସ୍ ଅଧିକାରୀ ଅଭିନନ୍ଦନ ସିଂ କହିଛନ୍ତି କି, ମାମଲାର ଯାଞ୍ଚ କରାଯିବ। ଏହା ସହ ସବୁ ମୂଷାମାନଙ୍କୁ ଯନ୍ତା ପକାଇ ଧରାଯିବ । ଯେପରି ଭବିଷ୍ୟତରେ ଷ୍ଟୋର ରୁମରେ ଆଉ କେବେ ମୂଷାମାନେ ପ୍ରବେଶ କରି ନପାରିବେ, ସେଥିପ୍ରତି ଧ୍ୟାନ ଦିଆଯିବ ।

a1ଏହି ଘଟଣା ବୁଧବାର ଦିନ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ପୋଲିସ୍ ଷ୍ଟେସନର ହେଡ୍ କ୍ଳର୍କ ଗୋଦାନର ନିରୀକ୍ଷଣ କରିବା ପାଇଁ ଯାଇଥିଲେ ଏବଂ ସେଠାରେ ମଦ ଥିବା ଡବାରେ କଣା ଥିବା ଦେଖିବାକୁ ପାଇଥିଲେ । ଯାହାଫଳରେ ସେ ସବୁ ମଦ ଡବାକୁ ପରଖିଥିଲେ ଏବଂ ଜାଣିବାକୁ ପାଇଥିଲେ କି ସେହି ଡବା ମଧ୍ୟରୁ ପ୍ରାୟତଃ ଡବାରେ ମଦ ନଥିବା ବେଳେ ଆଉ କିଛି ଡବା ପଡିରହିଛି । ସେ ସେଠାରେ ମଧ୍ୟ ମୂଷାମାନଙ୍କର ଏକ ବଡ ଦଳକୁ ଉପଦ୍ରବ କରୁଥିବାର ଦେଖିବାକୁ ପାଇଥିଲେ ।

592ତେବେ ପ୍ରୋଟୋକଲ ଅନୁସାରେ ଏହି ଜବତ କରାଯାଇଥିବା ମଦକୁ କିଛି ଦିନ ରଖାଯିବା ପରେ ନଷ୍ଟ କରିଦିଆଯିବାର ନିୟମ ରହିଛି । ହେଲେ ଏହି ଥାନାରେ ୧୦ ବର୍ଷ ରଖାଯିବା ପରେ ମଧ୍ୟ ମଦକୁ ନଷ୍ଟ କରାଯାଇନଥିଲା । ଏ ନେଇ ହେଡକ୍ଲକର୍କ କହିଛନ୍ତି ଯେ ଘଟଣା ସମ୍ପର୍କରେ ସେ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଇଥିଲେ । ତେବେ ଏଭଳି ଜବତ ହୋଇଥିବା ବେଆଇନ୍‌ ମଦକୁ ଥାନାରେ ନଷ୍ଟ କରିବାର କୌଣସି ନିୟମ ନାହିଁ ବୋଲି ମଧ୍ୟ କହିଥିଲେ । କିନ୍ତୁ ସେମାନଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳି ନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.