ମେଲବୋର୍ଣ୍ଣ ଟେଷ୍ଟରେ ଡ୍ରାଇଭର ସିଟ୍ରେ ଭାରତ , ୩୯୯ ରନ୍ର ବିଜୟ ଲକ୍ଷ୍ୟ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ
ମେଲବୋର୍ଣ୍ଣ(କେନ୍ୟୁଜ୍) : ଅଷ୍ଟ୍ରେଲିଆକୁ ୩୯୯ ରନ୍ର ବିଜୟ ଲକ୍ଷ ଦେଇଛି ଟିମ୍ ଇଣ୍ଡିଆ । ୮ ଓ୍ଵିକେଟ୍ରେ ୧୦୬ ରନ୍ କରିବା ପରେ ଦଳ ପାଳି ଘୋଷଣା କରିଥିଲା । ପ୍ରଥମ ଇନିଂସରେ ଭାରତ ୪୪୩ ରନ୍ କରିଥିଲା । ସେହିପରି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୫୧ ରନ୍ କରି ଅଲ୍ଆଉଟ୍ ହୋଇଛି । କେବଳ ମୟଙ୍କ ଅଗ୍ରଓ୍ଵାଲ ୪୨ ରନ୍ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ଭଲ ପ୍ରଦର୍ଶନ କରିପାରିନଥିଲେ । ସେହିପରି ପ୍ରଥମ ପାଳିରେ ୬ ଓ୍ଵିକେଟ୍ ନେଇଥିଲେ ବୁମ୍ରା । ମେଲବର୍ଣ୍ଣ ଟେଷ୍ଟରେ ଭାରତର ପଲ୍ଲା ଭାରି ଥିବା ବେଳେ ପରାଜୟ ଏଡାଇବାକୁ ଚେଷ୍ଟା କରୁଛି ଅଷ୍ଟ୍ରେଲିଆ । ଦଳର ଓପନିଂ ଯୋଡ଼ି ପ୍ୟାଫିଲିୟନ୍ ଫେରି ସାରିଛନ୍ତି ।