Below header

ରାଉରକେଲା ଭାଇଜାଗ ହଷ୍ଟେଲରେ ରହୁଥିବା ପିଜି ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା(କେନ୍ୟୁଜ୍) : ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ପିଜି କରିବାକୁ ଆସିଥିବା ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ମୃତ ଛାତ୍ରୀ ଜଣକ ଆସାମ ଗୌହାଟି ଅଞ୍ଚଳର । ତାଙ୍କ ନାମ ସୁନୟନା ଡେକାରଜା । ସେ ରାଉରକେଲା ଭାଇଜାଗ ହଷ୍ଟେଲରେ ରହୁଥିଲେ । ସ୍ୱାସ୍ଥ୍ୟ ଖରାପ ଦର୍ଶାଇ ହସ୍ପିଟାଲକୁ ଯାଇନଥିବା ମୃତ ସୁନୟନାଙ୍କ ରୁମ ବହୁ ସମୟ ଧରି ବନ୍ଦ ଥିବା ଦେଖି ତାଙ୍କ ବନ୍ଧୁମାନେ ପୋଲିସକୁ ଖବର ଦେଖିଥିଲେ । ସୁନୟନାଙ୍କ ପରିବାର ଲୋକ ପହଞ୍ଚିବା ପରେ ଝୁଲନ୍ତା ଅବସ୍ଥାରେ ଥିବା ମୃତଦେହକୁ ଉଦ୍ଧାର କରାଯାଇଥିଲା । ପ୍ରାଥମିକ ତଦନ୍ତରୁ ସୁନୟନା ଆତ୍ମହତ୍ୟା କରିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.