କ୍ରୋନିକ ବ୍ୟାକ୍ ପେନରେ ଅସୁସ୍ଥ ମିଥୁନ ଚକ୍ରବର୍ତ୍ତୀ , ଆମେରିକାରେ ଚାଲିଛି ଚିକିତ୍ସା

ବଲିଉଡର ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ୱାସ୍ଥ୍ୟ ଭଲ ନଥିବା ଜଣାପଡିଛି । ଖବର ଅନୁଯାୟୀ ମିଥୁନ ଚକ୍ରବର୍ତ୍ତୀ ବର୍ତ୍ତମାନ ଆମେରିକାର ଲସ ଏନଜଲ୍ସଠାରେ ଚିକିତ୍ସା ହେଉଛନ୍ତି । ତାଙ୍କ ସହ ତାଙ୍କ ପୁଅ ଏବଂ ବୋହୁ ଅଛନ୍ତି । ସେମାନେ ମିଥୁନଙ୍କର ଯତ୍ନ ନେଉଛନ୍ତି । ଅଶି ଦଶକର ବଲିଉଡର ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କର କ୍ରୋନିକ ବ୍ୟାକ ପେନ ହେଉଛି । ଗତ କିଛି ମାସ ହେଲା ସେ ଏନେଇ ଭାରତରେ ବହୁତ ଭଲ ହସ୍ପିଟାଲରେ ଚିକିତ୍ସା କରାଇଥିଲେ କିନ୍ତୁ କୌଣସି ଉପଶମ ମିଳିନଥିଲା । ଯାହାଫଳରେ ତାଙ୍କୁ ଆମେରିକା ନେଇ ଯାଇଥିଲେ ପରିବାର ଲୋକେ ।

Mithun_Chakraborty1ତେବେ ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଭଲ ନଥିବା ତାଙ୍କ ପରିବାର ତରଫରୁ ସୂଚନା ମିଳିଛି । ସୂଚନାଅନୁଯାୟୀ, ହିନ୍ଦୀ ଫିଲ୍ମ ‘ଲକ’ର ଷ୍ଟଣ୍ଟ ସୁଟିଂ ବେଳେ ପ୍ରଥମଥର ପାଇଁ ତାଙ୍କର ଏହି ସମସ୍ୟା ଦେଖାଦେଇଥିଲା । କାରଣ ଷ୍ଟଣ୍ଟ ସୁଟିଂ ବେଳେ ସେ ଆହତ ହୋଇଥିଲେ । ଅନ୍ୟପଟେ ତାଙ୍କର ଏହି ସମସ୍ଯା ପାଇଁ ସେ ରାଜ୍ୟସଭା ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.