ଲାଇଫ୍ ଷ୍ଟାଇଲ୍

ଟାଇପ୍ – ୧ ଏବଂ ଟାଇପ୍ – ୨ ଡାଇବେଟିସ୍ ମଧ୍ୟରେ ପାର୍ଥକ୍ୟ କ’ଣ ? ଜାଣନ୍ତୁ ଏହାର କାରଣ ଏବଂ ଲକ୍ଷଣ

ଲୋକମାନେ ବର୍ତ୍ତମାନ ବିଭିନ୍ନ ପ୍ରକାରର ରୋଗ ଯୋଗୁ ଚିନ୍ତିତ ରହୁଛନ୍ତି, ତାମଧ୍ୟରୁ ଗୋଟିଏ ହେଉଛି ଡାଇବେଟିସ୍‌ । ଯାହା ଖରାପ ଲାଇଫ୍‌ଷ୍ଟାଇଲ୍‌ ଯୋଗୁ ପିଲାମାନଙ୍କ ମଧ୍ୟରେ ଡାଇବେଟିସ୍‌ ହେବାର ଆଶଙ୍କା ଦ୍ରୁତ ଗତିରେ ବଢିଚାଲିଛି । ତେବେ ଆପଣମାନେ ମଧ୍ୟ ଜାଣିଥିବେ ଯେ ଦୁଇ ପ୍ରକାରର ଡାଇବେଟିସ୍‌, ଗୋଟିଏ ହେଉଛି ଟାଇପ୍ – ୧ ଡାଇବେଟିସ୍ ଏବଂ ଅନ୍ୟଟି ଟାଇପ୍ –୨ ଡାଇବେଟିସ୍ । ଶରୀରରେ ଗ୍ଲୁକୋଜର ପରିମାଣ ବଢିବା ହେତୁ ଏହି ବିପଦ ସୃଷ୍ଟି ହୋଇଥାଏ । କେତେବେଳେ ଆପଣଙ୍କ ମନରେ  ପ୍ରଶ୍ନ ଉଠିଛି ଯେ ଡାଇବେଟିସ୍ ଟାଇପ୍ – ୧ ଏବଂ ଟାଇପ୍ – ୨ ମଧ୍ୟରେ ପାର୍ଥକ୍ୟ କ’ଣ ? ବାସ୍ତବରେ ଯେଉଁମାନେ ଟାଇପ୍ – ୧ ଡାଇବେଟିସ୍ ରୋଗରେ ପୀଡିତ, ସେମାନେ ନିଜ ଶରୀରରେ ଇନସୁଲିନ୍ ଉତ୍ପାଦନ କରନ୍ତି ନାହିଁ  । ଟାଇପ୍ –୨ଡାଇବେଟିସ୍‌ରେ ପୀଡିତ ଲୋକଙ୍କ ଶରୀରରେ ଇନସୁଲିନ୍ ଉତ୍ପନ୍ନ ହୁଏ କିନ୍ତୁ ଆବଶ୍ୟକତା ଅନୁଯାୟୀ ହୋଇଥାଏ । ଏହି ଦୁଇଟି ପ୍ରକାରର ଡାଇବେଟିସ୍‌ରେ ବ୍ଲଡ୍‌ ସୁଗାର ଲେବଲ୍‌ ହାଇ ରହିଥାଏ ।
ଟାଇପ୍ – ୧ ଡାଇବେଟିସ୍ ଏବଂ ଟାଇପ୍ –୨ ଡାଇବେଟିସ୍  ହେବାର ଲକ୍ଷଣ :
ଟାଇପ୍ – ୧ ଏବଂ ଟାଇପ୍ – ୨ ଡାଇବେଟିସ୍‌ର ଲକ୍ଷଣଗୁଡ଼ିକ ପ୍ରାୟତଃ ସମାନ ହୋଇଥାଏ, କିନ୍ତୁ ଏହା ଶରୀରରେ ଭିନ୍ନ ଭାବରେ ଦେଖାଯାଏ । ଯେପରି ଟାଇପ୍ – ୨ ଡାଇବେଟିସ୍‌ରେ ଲକ୍ଷଣ ତୁରନ୍ତ ଦେଖାଯାଏ ନାହିଁ । ଏହା ଜଣା ପଡିବା ପାଇଁ ଅନେକ ବର୍ଷ ଲାଗିଥାଏ ।  ଅନେକ ଥର ଟାଇପ୍ – ୨ ଡାଇବେଟିସ୍‌ ରୋଗୀଙ୍କଠାରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ । ତେବେ ଟାଇପ୍ – ୧ ଡାଇବେଟିସ୍‌ ହେବା ମାତ୍ରେ ଏହାର ଲକ୍ଷଣ ତୁରନ୍ତ ଦେଖା ଯାଇଥାଏ । ବେଳେବେଳେ କିଛି ସପ୍ତାହ ମଧ୍ୟରେ ଲକ୍ଷଣ ଦେଖାଯିବା ଆରମ୍ଭ ହୋଇଥାଏ । ଟାଇପ୍ – ୧ ଡାଇବେଟିସ୍ ଯେକୌଣସି ବୟସରେ ହୋଇପାରେ ।
ତେବେ ଏହି ଦୁଇଟି ଡାଇବେଟିସ୍‌ରେ ପ୍ରାୟତଃ ସାଧାରଣ ଲକ୍ଷଣ ଦେଖାଯାଏ । ଯେପରି ବାରମ୍ବାର ପରିସ୍ରା ଲାଗିବା,ବହୁତ ଶୋସିଲା ଲାଗିବା, ଭୋକ ହେବା, ବହୁତ ଦୁର୍ବଳ ଅନୁଭବ ହେବା, କିଛି ଜିନିଷ ଅସ୍ପଷ୍ଟ ଦେଖାଯିବା, ଆଘାତ ଲାଗିଥିଲେ ଭଲ ହେବା ପାଇଁ ବିଳମ୍ବ ହେବା, ଅଧିକ ରାଗ ଲାଗିବା, ମୁଡ୍ ସୁଇଙ୍ଗ୍, ହଠାତ୍ ଓଜନ କମ ହେବା, ହାତ ଏବଂ ପାଦ ଥରିବା ଏବଂ ହାତ ଏବଂ ପାଦରେ ଝିମ୍‌ଝିମ୍‌ ହେବା ପରି ଅନେକ ଲକ୍ଷଣ ରହିଥାଏ । ଯାହା ସମସ୍ତ ଲୋକଙ୍କ ମଧ୍ୟରେ ସାଧାରଣତଃ ଦେଖାଯାଇଥାଏ ।
ଟାଇପ୍ – ୧ ଡାଇବେଟିସ୍‌ର କାରଣ :
ତେବେ କୁହାଯାଏ ଯେ ଯଦି ପରିବାରରେ ଆଗରୁ କାହାକୁ ଡାଇବେଟିସ୍‌ ହୋଇଥାଏ, ତେବେ ପରିବାରରେ ଅନ୍ୟ ଲୋକଙ୍କୁ ମଧ୍ୟ ଟାଇପ୍ – ୧ ଡାଇବେଟିସ୍ ହେବାର ଆଶଙ୍କା ରହିଥାଏ । ଏପରି ପରିସ୍ଥିତିରେ ଶରୀର ଅଗ୍ନାଶୟ କୋଷ ଉପରେ ପ୍ରଭାବ ପଡିଥାଏ । ଯେଉଁଥିପାଇଁ କୌଣସି ଇନସୁଲିନ୍ ଏପର୍ଯ୍ୟନ୍ତ ତିଆରି ହୋଇନାହିଁ ।
ଟାଇପ୍ – ୨ ଡାଇବେଟିସ୍‌ର କାରଣ :
ଏଥି ସହିତ ଟାଇପ୍ – ୨ ଡାଇବେଟିସ୍‌ରେ ମୋଟା ହେବା, ଖରାପ ଲାଇପ୍‌ଷ୍ଟାଇଲ୍‌, ଖାଇବା ଏବଂ ପିଇବା ଅଭ୍ୟାସ ଏବଂ ଜେନେଟିକ୍ସ କାରଣରୁ ଏପରି ହୋଇପାରେ । ଟାଇପ୍ – ୨ ଡାଇବେଟିସ୍‌ରେ, କୋଷଗୁଡ଼ିକ ଇନସୁଲିନ୍ ସହିତ କନେକ୍ଟ ହୋଇପାରେ ନାହିଁ ।  ଯାହାଫଳରେ ବ୍ଲଡ ସୁଗାର ଲେବଲ୍‌କୁ ମ୍ୟାନେଜ୍‌ କରିପାରେ ନାହିଁ । ତେବେ ଏହା ହେଉଛି ଦୁଇଟି ଡିଇବେଟିସ୍‌ ରୋଗ ମଧ୍ୟରେ ପାର୍ଥକ୍ୟ । ସେଥିପାଇଁ ସମସ୍ତ ଲୋକ ଏହାକୁ ନେଇ ସତର୍କ ରହିବା ଉଚିତ, ନଚେତ ଆକୁ ଯାଇ ବଡ଼ ସମସ୍ୟା ହୋଇପାରେ ।
KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

1 hour ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago