ଲାଇଫ୍ ଷ୍ଟାଇଲ୍

ଶିଶୁଙ୍କ କାନ ସଫା ପାଇଁ ତେଲ ପକାଇବା ସୁରକ୍ଷିତ କି ନୁହେଁ, ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ଶିଶୁଙ୍କର ସ୍ୱାସ୍ଥ୍ୟର ଯେତିକି ଧ୍ୟାନ ରଖିବା ଉଚିତ, ସେତିକି ସ୍କିନର ମଧ୍ୟରଖିବା ଜରୁରୀ। ପିଲାଙ୍କ ସ୍କିନ ବହୁତ ସମ୍ବେଦନଶୀଳ ହୋଇଥାଏ। ତେଣୁ ଅଧିକ ଧ୍ୟାନ ରଖିବା ଉଚିତ। ପିଲାଙ୍କୁ ଲାଳନ ପାଳନ କରିବା ପାଇଁ ଜେଜେ ମା ଏବଂ ଆଈ ବିଭିନ୍ନ ପ୍ରକାର ଉପାୟ ବତାଇଥାନ୍ତି। ପିଲାଙ୍କୁ କ’ଣ ଖୁଆଇବେ, କେମିତି ଶୁଆଇବେ, ଆଖି, ନାକ, କାନର କିପରି ଯତ୍ନ ନେବେ ସେକଥା ଜଣାନ୍ତି। ହେଲେ ଶିଶୁଙ୍କ କାନ ସଫା କରିବା ପାଇଁ କାନରେ ତେଲରେ ପକାଇବା ପାଇଁ କୁହନ୍ତି। କିନ୍ତୁ କ’ଣ କାନରେ ତେଲ ପକାଇବା ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଉତ୍ତର ରହିଥାଏ ? ପିଲାଙ୍କର ଆଖି, କାନ ଏବଂ ନାକ କିପରି ସଫା କରିବେ, ତା ପାଇଁ କିଛି ଟିପ୍ସ ରହିଛି। ଯାହାକୁ ଆପଣ ମାନିବା ଦ୍ୱାରା ପିଲାଙ୍କ ଦେହ ସୁସ୍ଥ ରହିବ।

ପିଲାଙ୍କ ନାକ କେମିତି ସଫା କରିବେ :

ପିଲାଙ୍କ ନାକରେ କିଛି ବି ପକାନ୍ତୁ ନାହିଁ। ନାକ ସଫା କରିବା ପାଇଁ ଆପଣ ଆଙ୍ଗୁଠିର ବ୍ୟବହାର କରୁଥିଲେ କରନ୍ତୁ ନାହିଁ। ଡାକ୍ତରଙ୍କ ପରାମର୍ଶ ନେଇ ନୋଜ ଡ୍ରପ୍‌ ବ୍ୟବହାର କରନ୍ତୁ। ଏମିତି କରିବା ଦ୍ୱାରା ବଲଗମ୍‌ ସଫ୍ଟ ହୋଇଥାଏ। ତା ’ ପରେ ତୁଳା ସାହାଯ୍ୟରେ ମଇଳା ସଫା କରିପାରିବେ। ଆପଣ ଯଦି ଚାହିଁବେ ଓଦା କପଡା ସାହାଯ୍ୟରେ ସଫା କରିପାରିବେ।

କେମିତି କରିବେ କାନ ସଫା :

କାନରେ ଜମା ହୋଇଥିବା ମଇଳା ଦ୍ୱାରା ସଂକ୍ରମଣ ହୋଇଥାଏ। ଶିଶୁଙ୍କ କାନକୁ ସଫା କରିବା ପାଇଁ ପାନରେ ତେଲ ପକାନ୍ତି ନାହିଁ। କାନ ଡ୍ରପ କିମ୍ବା ଗରମ ପାଣିର ବ୍ୟବହାର କରିପାରିବେ। ମଇଳାସଫା କରିବାପାଇଁ କାନର ଚାରିପାଖରେ ଧୀରେ ଧୀରେ ରଗଡନ୍ତୁ। ଏମିତି କଲେ ମଧ୍ୟ ମଇଳା ବାହାରକୁ ଆସିଥାଏ।

କାନ ସଫା କରିବା ସମୟରେ ଇଅରବଡସ ବ୍ୟବହାର କରିବା ଉଚିତ ନୁହେଁ। କାନରେ ତେଲ ପକାନ୍ତୁ ନାହିଁ। ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ପିଲାଙ୍କ କାନରେ କେବେ ବି ଓ୍ଵାଶକ୍ଲଥ ପୁରାନ୍ତୁ ନାହିଁ।

photo credit: BabyCenter

 

କେମିତି ସଫା କରିବେ ଆଖି :

ଅନେକ ଥର ଶିଶୁଙ୍କ ଆଖି କୋଣରୁ ଧଳା କିମ୍ବା ହଳଦିଆ ରଙ୍ଗର ଲିକ୍ୱିଡ ଜମା ହୋଇଥାଏ। ଏହା ଦୁଇ ଆଖିରେ ଦେଖିବାକୁ ମିଳିଥାଏ। ପିଲାଙ୍କ ଆଖିକୁ ମକଚନ୍ତୁ ନାହିଁ। ପିଲାଙ୍କ ଆଖି ସଫା କରିବା ପାଇଁ ଗରମ ପାଣିରେ ତୁଳାକୁ ବୁଡାଇ ଆଖିକୁ ସଫା କରିପାରିବେ। ପିଲାଙ୍କ ଆଖି ନାଲି ପଡିବା ଏବଂ ଲୁହାଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Swagatika

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

15 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

23 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

39 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago