ରାଜ୍ୟ

ନିଜ ମାଟିର ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାଛିଲି, ନିଜ ବିବେକ ଅନୁସାରେ ଭୋଟ୍‌ ଦେଲି: ମହମ୍ମଦ ମୋକିମ

ଭୁବନେଶ୍ୱର(କେନ୍ୟୁଜ୍): ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଲେ ମହମ୍ମଦ ମୋକିମ। NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଇଛନ୍ତି ବାରବାଟୀ-କଟକ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। ନିଜ ବିବେକ ଅନୁସାରେ ଭୋଟ୍‌ ଦେଇଛି ବୋଲି କହିଛନ୍ତି ମୋକିମ। ଏହା ସହ କହିଛନ୍ତି ‘ନିଜ ମାଟିର ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାଛିଲି, ପାର୍ଟି ଭିତରେ ଏହାକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ।’ ଜଣେ ଓଡ଼ିଆ ମହିଳା ଛିଡ଼ା ହୋଇଥିବାରୁ ନିଜର ମୂଲ୍ୟବାନ ଭୋଟ ତାଙ୍କୁ ଦେଇଥିବା ସହିତ ଜଣେ ଓଡ଼ିଆଙ୍କୁ ଦେଶର ସର୍ବୋଚ୍ଚ ସ୍ଥାନରେ ଦେଖି ନିଜକୁ ଗର୍ବିତ ମନେ କରିବେ ବୋଲି କହିଛନ୍ତି ମୋକିମ । ଆଜିର ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ଥିଲା। ଆମେ ଲୋକଙ୍କ ସେବା ପାଇଁ ଆସିଛେ। ‘ମୁଁ ଜଣେ ଓଡ଼ିଆ ହିସାବରେ ତାଙ୍କୁ ଭୋଟ୍‌ ଦେଇଥିବା ସେ କହିଛନ୍ତି।

ସୂଚନା ଥାଉକି, ଆଜି ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ମତଦାନ ଚାଲିଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କୁ ବାଦ୍‌ ଦେଇ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଇଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ତେବେ ମୋକିମଙ୍କ ଏହି ନିଷ୍ପତ୍ତି ପରେ କଂଗ୍ରେସରେ ଆରମ୍ଭ ହୋଇଛି ନୂଆ ବିବାଦ।

 

 

Sonalisa

Recent Posts

ଜାଣନ୍ତୁ କେତେ ରହିଛି ଆଜି ସୁନା ଦର

କେନ୍ୟୁଜ (ବ୍ୟୁରୋ) : ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ୍ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା…

8 mins ago

ବିଦ୍ୟୁତ ଆଘାତରେ ଦନ୍ତା ମୃତ, ଖାଦ୍ୟ ଅନ୍ବେଷଣରେ ଗାଁକୁ ପଶି ଆସିଥିଲା

ସମ୍ବଲପୁର : ବିଦ୍ୟୁତ ଆଘାତରେ ଦନ୍ତା ମୃତ। ସମ୍ବଲପୁର ସଦର ରେଞ୍ଜ ଫରେଷ୍ଟ ଡିଭଜନ ଯୁଯୁମୁରା ରେଞ୍ଜ ବସିଆପଡା ଗାଁରେ…

41 mins ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ, ଦୁଇ ଗୁରୁତର

ନୂଆପଡ଼ା(କେନ୍ୟୁଜ): ଭୟଙ୍କର ସଡ଼କ ଦୁର୍ଘଟଣାରେ ଗଲା ୪ ଜୀବନ । ଦୁଇ ଜଣ ଗୁରୁତର ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି…

1 hour ago

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

9 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

13 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

13 hours ago