କ’ଣ ପାଇଁ ନାନାବାୟା ଗୀତ ଶୁଣିଲେ ଶୋଇପଡେ ଶିଶୁ , ଜାଣନ୍ତୁ ଏହାର ରହସ୍ୟ

ପ୍ରାୟତଃ ସମୟରେ ଛୁଆମାନେ ରାହାଧରି କାନ୍ଦିଥାନ୍ତି । ଯେତେ ବୁଝାଇଲେ ମଧ୍ୟ ବୁଝିନଥାନ୍ତି । କିନ୍ତୁ ଧୋରେ ବାୟା ଧୋ ଗୀତ ଶୁଣିଲେ ପିଲାଟି ଯେତେ କାନ୍ଦୁଥିଲେ ମଧ୍ୟ ଚୁପ୍ ହୋଇ ଶୋଇପଡିଥାଏ । ଛୋଟବେଳେ ଆପଣମାନେ ପ୍ରାୟେ ସମସ୍ତେ ଏହି ନନାବାୟା ଗୀତ ଶୁଣିଥିବେ । ଏପରି ନାନାବାୟା ଲୋକଗୀତ ସବୁ ସ୍ଥାନରେ ସବୁ ଭାଷାରେ ରହିଛି । ଏହି ଗୀତ ଶୁଣିଲା ମାତ୍ରେ କଣ ପାଇଁ ଛୁଆମାନେ ଶୋଇପଡିଥାନ୍ତି କିମ୍ବା କାନ୍ଦୁଥିଲେ ଚୁପ୍ ହୋଇଯାନ୍ତି, କଣ ଆପଣ ସେବିଷୟରେ କିଛି ଜାଣିଛନ୍ତି କି?

ଯଦି ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବେ କଣ ସେହି ରହସ୍ୟ ଯାହା ପାଇଁ ନାନାବାୟା ଗୀତ ଶୁଣିଲା ମାତ୍ରେ ପିଲାଟି ଶାନ୍ତି ଅନୁଭବ କରିଥାଏ :

-ଛୋଟ ଅଝଟ ଶିଶୁଙ୍କୁ ଶୁଆଇବା ପାଇଁ ମା’ମାନେ ନାନାବାୟା ଗୀତର ସାହାରା ନେଇଥାନ୍ତି। ତେବେ ଏହି ଗୀତ ଶୁଣିବା ମାତ୍ରେ ଛୋଟ ଶିଶୁ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡିଥାଏ । ଫଳରେ ଶିଶୁ ସହଜରେ ଶୋଇ ପଡ଼ିଥାଏ।

-ଲଣ୍ଡନର ଗ୍ରେଟ୍ ଔରମଣ୍ଡ ଷ୍ଟ୍ରିଟ୍ ହସ୍ପିଟାଲରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ଉଲ୍ଲେଖ ରହିଛି କି ଏହି ଗୀତ ଶୁଣିବା ମାତ୍ରେ ଶିଶୁଙ୍କର ସବୁ କଷ୍ଟ ଦୂର ହୋଇଯିବା ସହିତ ଶିଶୁମାନଙ୍କ ମସ୍ତିଷ୍କରେ ସୃଷ୍ଟି ହେଉଥିବା କେତେକ ଚାପ ଦୂର ହୋଇଥାଏ।

-ନାନାବାୟା ଗୀତର ପ୍ରଭାବ ସମ୍ପର୍କରେ ଜାଣିବା ପାଇଁ ଗବେଷକ ୩ ବର୍ଷ ବୟସ୍କ ଶିଶୁଙ୍କ ଉପରେ ଅଧ୍ୟୟନ କରିଥିଲେ। ଯେଉଁଥିରୁ ଜଣାପଡ଼ିଥିଲା ନାନାବାୟା ଗୀତ ମାଧ୍ୟମରେ ଶିଶୁ ଏହାକୁ ଗାନ କରୁଥିବା ବ୍ୟକ୍ତିଙ୍କୁ ମନେ ରଖିବାର ପ୍ରୟାସ କରିଥାଏ। ଖାସ୍ କରି ମା ମାନେ ଏହି ଗୀତ ଗାଉଥିବାରୁ ଶିଶୁ ପ୍ରଥମେ କଥା କହିବା ପୂର୍ବରୁ ମା’ ଡାକିବା ଆରମ୍ଭ କରିଥାଏ । ଯାହା ଅତି ରୋକଚର ବିଷୟ ଅଟେ ।

-ନାନାବାୟା ଗୀତ ଆଉ ନିଜ ମା’ର କଣ୍ଠ ସ୍ବର ଶିଶୁକୁ ଅତି ଶାନ୍ତି ପ୍ରଦାନ କରିଥାଏ । ଯାହା ତାକୁ ନିଜର ଲୋକମାନଙ୍କ ସଂସ୍ପର୍ଶରେ ଆସିବାର ପ୍ରଥମ ଜରିଆ ପାଲଟିଥାଏ ।

Sonalisa

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

27 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

29 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

35 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

44 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

44 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago