ଆକାଶରେ ଅସଦାଚରଣ : ଆମେରିକାରେ ଭାରତୀୟ ଶିକ୍ଷାବିତ୍‌ଙ୍କୁ ୯ ବର୍ଷ ଜେଲ୍‌

ଓ୍ଵାଶିଂଟନ୍‌ : ପେସାରେ ସେ ଜଣେ ଶିକ୍ଷାବିତ୍‌ । ତାଙ୍କ ଘର ତାମିଲନାଡୁରେ । ହେଲେ ବିମାନ ଯାତ୍ରା ବେଳେ ଏମିତିକ ଘୃଣ୍ୟ କାମ କଲେ ଯେ ଏବେ ତାଙ୍କୁ ଦୀର୍ଘ ୯ ବର୍ଷ ରହିବାକୁ ପଡ଼ିବ ଆମେରିକା ଜେଲ୍‌ରେ ।

ଏହି ବ୍ୟକ୍ତି ଜଣକ ହେଉଛନ୍ତି ପ୍ରଭୁ ରାମମୂର୍ତ୍ତି । ୩୫ ବର୍ଷ ବୟସ୍କ ରାମମୂର୍ତ୍ତି ଏଚ୍‌-୧ ବି ଭିସାରେ ୨୦୧୫ରୁ ଆମେରିକାରେ ରହୁଛନ୍ତି । ତେବେ ଗତ ଜାନୁଆରୀ ୩ ତାରିଖରେ ବିମାନ ଯାତ୍ରା ବେଳେ ତାଙ୍କ ପାଖ ସିଟ୍‌ରେ ବସିଥିବା ଜଣେ ମହିଳା ଯାତ୍ରୀଙ୍କ ପ୍ରତି ସେ ଅସଦାଚରଣ କରିଥିଲେ । ବିମାନଟି ଲାସଭେଗାସରୁ ଡେଟ୍ରଏଟ୍‌ ଯାଉଥିବା ବେଳେ ମହିଳା ଜଣକ ନିଦରେ ଶୋଇ ଯାଇଥିଲେ । ରାମମୂର୍ତ୍ତି ନିଜ ପତ୍ନୀଙ୍କ ସହ ବିମାନରେ ଯାଉଥିଲା ବେଳେ ସେହି ମହିଳାଙ୍କୁ ଅସଦାଚରଣ କରିଥିଲେ । ତାଙ୍କ ନିଦ ଭାଙ୍ଗିଯିବା ପରେ ସେ ସଂଗେ ସଂଗେ ବିମାନ କର୍ମଚାରୀଙ୍କୁ ଡାକି ଅଭିଯୋଗ କରିଥିଲେ ।
ଏହି ମାମଲାରେ ତାଙ୍କୁ ଡେଟ୍ରଏଟ୍‌ର ଫେଡେରାଲ କୋର୍ଟ ୯ ବର୍ଷ ସଜା ଶୁଣାଇଛନ୍ତି । ଗତ ଅଗଷ୍ଟରେ ରାମମୂର୍ତ୍ତି ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଗତକାଲି ତାଙ୍କର ଦଣ୍ଡବିଧାନ କରାଯାଇଥିଲା ।
ଗତ କିଛି ବର୍ଷ ମଧ୍ୟରେ ବିମାନରେ ଏଭଳି ଅସଦାଚରଣ ଘଟଣା ବଢ଼ି ବଢ଼ି ଚାଲିଛି । ଏଭଳି ମାମଲାରେ ଅନେକ ଭାରତୀୟ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହା ଏକ ଚିନ୍ତାଜନକ ବିଷୟ ବୋଲି ଏଫ୍‌ବିଆଇ କହିଛି । ଏଭଳି ଘଟଣା ଉପରେ ଅଙ୍କୁଶ ଲଗାଇବା ପାଇଁ କଡ଼ା ଏବଂ ଦୃଷ୍ଟାନ୍ତମୂଳକ ଦଣ୍ଡର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଛନ୍ତି ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

13 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

15 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

21 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

30 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

30 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

48 mins ago