Below header

ଆକାଶରେ ଅସଦାଚରଣ : ଆମେରିକାରେ ଭାରତୀୟ ଶିକ୍ଷାବିତ୍‌ଙ୍କୁ ୯ ବର୍ଷ ଜେଲ୍‌

ଓ୍ଵାଶିଂଟନ୍‌ : ପେସାରେ ସେ ଜଣେ ଶିକ୍ଷାବିତ୍‌ । ତାଙ୍କ ଘର ତାମିଲନାଡୁରେ । ହେଲେ ବିମାନ ଯାତ୍ରା ବେଳେ ଏମିତିକ ଘୃଣ୍ୟ କାମ କଲେ ଯେ ଏବେ ତାଙ୍କୁ ଦୀର୍ଘ ୯ ବର୍ଷ ରହିବାକୁ ପଡ଼ିବ ଆମେରିକା ଜେଲ୍‌ରେ ।

PRABHOO RAMMOORTYଏହି ବ୍ୟକ୍ତି ଜଣକ ହେଉଛନ୍ତି ପ୍ରଭୁ ରାମମୂର୍ତ୍ତି । ୩୫ ବର୍ଷ ବୟସ୍କ ରାମମୂର୍ତ୍ତି ଏଚ୍‌-୧ ବି ଭିସାରେ ୨୦୧୫ରୁ ଆମେରିକାରେ ରହୁଛନ୍ତି । ତେବେ ଗତ ଜାନୁଆରୀ ୩ ତାରିଖରେ ବିମାନ ଯାତ୍ରା ବେଳେ ତାଙ୍କ ପାଖ ସିଟ୍‌ରେ ବସିଥିବା ଜଣେ ମହିଳା ଯାତ୍ରୀଙ୍କ ପ୍ରତି ସେ ଅସଦାଚରଣ କରିଥିଲେ । ବିମାନଟି ଲାସଭେଗାସରୁ ଡେଟ୍ରଏଟ୍‌ ଯାଉଥିବା ବେଳେ ମହିଳା ଜଣକ ନିଦରେ ଶୋଇ ଯାଇଥିଲେ । ରାମମୂର୍ତ୍ତି ନିଜ ପତ୍ନୀଙ୍କ ସହ ବିମାନରେ ଯାଉଥିଲା ବେଳେ ସେହି ମହିଳାଙ୍କୁ ଅସଦାଚରଣ କରିଥିଲେ । ତାଙ୍କ ନିଦ ଭାଙ୍ଗିଯିବା ପରେ ସେ ସଂଗେ ସଂଗେ ବିମାନ କର୍ମଚାରୀଙ୍କୁ ଡାକି ଅଭିଯୋଗ କରିଥିଲେ ।
ଏହି ମାମଲାରେ ତାଙ୍କୁ ଡେଟ୍ରଏଟ୍‌ର ଫେଡେରାଲ କୋର୍ଟ ୯ ବର୍ଷ ସଜା ଶୁଣାଇଛନ୍ତି । ଗତ ଅଗଷ୍ଟରେ ରାମମୂର୍ତ୍ତି ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଗତକାଲି ତାଙ୍କର ଦଣ୍ଡବିଧାନ କରାଯାଇଥିଲା ।
ଗତ କିଛି ବର୍ଷ ମଧ୍ୟରେ ବିମାନରେ ଏଭଳି ଅସଦାଚରଣ ଘଟଣା ବଢ଼ି ବଢ଼ି ଚାଲିଛି । ଏଭଳି ମାମଲାରେ ଅନେକ ଭାରତୀୟ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହା ଏକ ଚିନ୍ତାଜନକ ବିଷୟ ବୋଲି ଏଫ୍‌ବିଆଇ କହିଛି । ଏଭଳି ଘଟଣା ଉପରେ ଅଙ୍କୁଶ ଲଗାଇବା ପାଇଁ କଡ଼ା ଏବଂ ଦୃଷ୍ଟାନ୍ତମୂଳକ ଦଣ୍ଡର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.