ଲାଇଫ୍ ଷ୍ଟାଇଲ୍

ଏହିସବୁ ଲକ୍ଷଣ ଯକୃତ ଖରାପ ହେବାର ହୋଇପାରେ କାରଣ, ଜାଣନ୍ତୁ

ଶରୀରରେ ଥିବା ସବୁ ଅଙ୍ଗପ୍ରତ୍ୟଙ୍ଗର ନିଜସ୍ୱ ଦାୟିତ୍ୱ ରହିଛି। ଏମାନଙ୍କ ଆବଶ୍ୟକତା ଶରୀରକୁ ମଧ୍ୟ ରହିଛି। ସୁସ୍ଥ ଶରୀର ପାଇଁ ଅଙ୍ଗପ୍ରତ୍ୟଙ୍ଗ ସୁସ୍ଥ ରହିବା ନିହାତି ଜରୁରୀ। ତେବେ ପ୍ରତିବର୍ଷ ଅପ୍ରେଲ ୧୯କୁ ଆମେ ବିଶ୍ୱ ଯକୃତ ଦିବସ ରୂପେ ପାଳନ କରିଥାଉ । ଏହାକୁ ସୁସ୍ଥ ରଖିବା ପାଇଁ ଯତ୍ନବାନ ହେବାକୁ ଆମେ ଶପଥ ନେଇଥାଉ।

ଯକୃତ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ପାଚନ କ୍ରିୟାରେ ସାହାଯ୍ୟ କରିଥାଏ। ଖାଦ୍ୟକୁ ହଜମ କରାଇବା ସହ ଶରୀରରେ ପିତ୍ତ ସୃଷ୍ଟି ମଧ୍ୟ କରିଥାଏ। ଏହା ଶରୀରକୁ ଡିଟକ୍ସ ଫ୍ରି ରଖିଥାଏ। ଅର୍ଥାତ ଶରୀରରେ ବିଷାକ୍ତ ପଦାର୍ଥକୁ ବାହାରକୁ ନିଷ୍କାସିତ କରିଥାଏ।

ଯକୃତ ଶରୀରେ ସଂକ୍ରମଣକୁ ରୋକିବା ସହ, ବ୍ଳଡ ସୁଗାରକୁ ନିୟନ୍ତ୍ରିତ ରଖିଥାଏ, ଶରୀରରେ ଚର୍ବି କମ୍‌ କରିବା ସହ ପ୍ରୋଟିନ ତିଆରି କରିବାରେ ସାହାଯ୍ୟ କରେ। ଏଥିପାଇଁ ଯକୃତ ବା ଲିଭରକୁ ସୁସ୍ଥ ରଖିବା ଆବଶ୍ୟକ। କିନ୍ତୁ ଦୈନିକ ଆମେ କିଛି ଏମିତି ଖାଦ୍ୟ ଭ୍ରହଣ କରିଥାଉ ଯଦ୍ୱାରା ଆମ ଯକୃତ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ। ତେବେ ଚାଲନ୍ତୁ ଜାଣିବା ଯକୃତ ଖରାପ ହେବାର କିଛି ଲକ୍ଷଣ, ଯାହାକୁ ନଜରଅନ୍ଦାଜ କରିବା ଉଚିତ ନୁହେଁ।

pc: The Economic Times

ପେଟ ବଢ଼ିବା:

କିଛି ଜଣଙ୍କ ଯକୃତରେ ପୀଡ଼ା ଅନୁଭବ ହୋଇ ଦାଗ ପଡିଯାଏ। ଏହାଦ୍ୱାରା ପେଟର ଆକାର ମଧ୍ୟ ବଢ଼ିଯାଏ। ଯଦ୍ୱାରା ସେମାନେ ଏହାକୁ ‘ମୋଟାପା’ ଭାବନ୍ତି। ପରେ ଏଥିପାଇଁ ଅନେକ ସମସ୍ୟା ଦେଖାଯାଏ। ତେବେ ଯଦି ସମୟ କ୍ରମେ ଆପଣଙ୍କ ପେଟ ବଢ଼ିବାକୁ ଲାଗେ, ତାହେଲେ ଖୁବ ଶୀଘ୍ର ଡାକ୍ତରଙ୍କ ସହ ସଂପର୍କ କରିବା ଆବଶ୍ୟକ।

ଆଖି ରଙ୍ଗ ପରିବର୍ତ୍ତନ ହେବା:

ଯକୃତ ଖରାପ ହେଲେ ଆଖିର ରଙ୍ଗ ପରିବର୍ତ୍ତନ ହୋଇଥାଏ। ଏହାସହ ନଖର ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇଥାଏ। ଆଖି ହଳଦିଆ ପଡିଯାଏ। ଏହି ସବୁ ଲକ୍ଷଣ ଦେଖାଦେଲେ ଆପଣ ତୁରନ୍ତ ଡକ୍ଟରଙ୍କ ସହ ପରାମର୍ଶ କରନ୍ତୁ।

ଚର୍ମ କୁଣ୍ଡାଇ ହେବା:

ଚର୍ମ କୁଣ୍ଡାଇହେବା ସମସ୍ୟାକୁ ଆମେ ସମସ୍ତେ ନଜରଅନ୍ଦାଜ କରିଥାଉ। କିନ୍ତୁ ଏହା ଯକୃତ ହେବାର ଲକ୍ଷଣ ହୋଇପାରେ। ତେଣୁ ଏହି ସମସ୍ୟା ବାରମ୍ବାର ଦେଖାଗଲେ ଥରେ ଯାଞ୍ଚ କରାଇନିଅନ୍ତୁ।

pc: TheHealthSite.com

ଭୋକ ନଲାଗିବା :

କିଛି ଲୋକଙ୍କୁ ଭୋକ ଲାଗି ନଥାଏ। ପରେ ଖାଲିପେଟରେ ଗ୍ୟାସ ବଢ଼ିବାର ସମସ୍ୟା ଦେଖାଯାଏ।ଏଭଳି ସମସ୍ୟା ଶରୀର ପାଇଁ ବହୁତ ହାନିକାରକ ହୋଇଥାଏ। ଏହାଦ୍ୱାରା ଲିଭର ବା ଯକୃତ ଖରାପ ହେବାର ସମ୍ଭାବନା ବଢ଼ିଯାଏ।

ଆପଣଙ୍କ ପାଖରେ ଯଦି ଏମିତି ସମସ୍ୟା ଦେଖାଯାଉଥାଏ, ତେବେ ଡେରି ନକରି ଏହାର ଯାଞ୍ଚ କରି ସତର୍କ ରହିବା ସହ ନିରାକରଣର ଉପାୟ ଅବଲମ୍ବନ କରନ୍ତୁ।

KNews Bureau

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

26 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

37 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

50 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

53 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago