ଲାଇଫ୍ ଷ୍ଟାଇଲ୍

ବୟସ ଥିଲେ ବି ବୁଢ଼ା ପରି ଦେଖା ଯାଉଛନ୍ତି କି; ଜାଣି ନିଅନ୍ତୁ ୧୦ଟି ବଡ଼ କାରଣ

ବୟସ ବଢ଼ିବା ସହିତ ଶରୀର ଏବଂ ତ୍ୱଚାରେ ପରିବର୍ତ୍ତନ ସ୍ୱାଭାବିକ କଥା। କିନ୍ତୁ ସମୟ ପୂର୍ବରୁ ଯଦି ଆପଣଙ୍କଠାରେ ବୟସର ଛାପ ଯେପରି, ଚର୍ମ କୁଞ୍ଚନ, ଫାଇନ ଲାଇନ ଏବଂ କଳା ଦାଗ ଦେଖିବାକୁ ମିଳୁଛି, ତ ଏହାର କାରଣ ଆପଣଙ୍କ ବୟସ ନୁହେଁ, ବରଂ ଲାଇଫ୍‌ଷ୍ଟାଇଲରେ ପରିବର୍ତ୍ତନ। ସମୟ ପୂର୍ବରୁ ବୁଢ଼ା ହେବା ବା ଅକାଳ ବୃଦ୍ଧାବସ୍ଥା କିମ୍ବା ପ୍ରିମାଚ୍ୟୋର ଏଜିଙ୍ଗ୍‌ ଏବେ ସାଧାରଣ ସମସ୍ୟା ପାଲଟି ଗଲାଣି। ଏହି କାରଣରୁ ଚେହେରାରେ କୁଞ୍ଚନ, ବହୁତ ଜଲ୍‌ଦି ଥକ୍କାପଣ, ଓଜନ ଉଠାଇବାରେ ଅସୁବିଧା ହେବା, କେଶ ଝଡ଼ିବା, ସମୟ ପୂର୍ବରୁ କେଶ ପାଚିଯିବା ଆଦି ସମସ୍ୟା ଦେଖା ଦେଇଥାଏ। ଆଜି ଆମେ ଆପଣଙ୍କୁ ସେହି କାରଣଗୁଡ଼ିକ ବିଷୟରେ କହିବୁ, ଯାହା ଆପଣଙ୍କୁ ବୟସ ପୂର୍ବରୁ ବୁଢ଼ା କରି ଦେଇଥାଏ।

ଅଧିକ ଚାପ ନେବା/ ଅଧିକ ଚିନ୍ତା କରିବା: ଚାପର ପ୍ରଭାବ ନା କେବଳ ଆପଣଙ୍କ ଚର୍ମ ଉପରେ ପଡ଼ିଥାଏ, ବରଂ ପୂରା ଶରୀର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ। ପ୍ରିମାଚ୍ୟୋର ଏଜିଙ୍ଗ୍‌ର ଏହା ହିଁ ବଡ଼ କାରଣ ହୋଇଥାଏ। ଚାପ ଏବଂ ଚିନ୍ତା ଯୋଗୁ ଆପଣ ସମୟ ପୂର୍ବରୁ ହିଁ ବୁଢ଼ା ଦେଖା ଯିବାକୁ ଲାଗି ଥାଆନ୍ତି।

ସୂର୍ଯ୍ୟକିରଣ: ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମି (UV) ସଂସ୍ପର୍ଶରେ ଆସିଲେ ଚର୍ମ ନଷ୍ଟ ହୋଇଯାଏ। ସୂର୍ଯ୍ୟକିରଣ ଯୋଗୁ ତ୍ୱଚାରେ କଳା ଦାଗ ଏବଂ ଫାଇନ ଲାଇନ ଦେଖା ଯାଇଥାଏ। ଏଥିପାଇଁ ଘରୁ ବାହାରକୁ ବାହାରିବା ସମୟରେ ଚର୍ମରୋଗ ବିଶେଷଜ୍ଞମାନେ ସନସ୍କ୍ରିନ୍‌ ଲଗାଇବାକୁ ପରାମର୍ଶ ଦେଇ ଥାଆନ୍ତି।

ମଦ୍ୟପାନ ଏବଂ ଧୂମପାନ: ଯେତେବେଳେ ଆପଣ କ୍ରମାଗତ ଭାବରେ ମଦ ପିଇବେ କି ସ୍ମୋକିଂ କରିବେ, ତ ଏହାର ସିଧା ପ୍ରଭାବ ଆପଣଙ୍କ ଚର୍ମ ଉପରେ ଦେଖିବାକୁ ମିଳିବ। ଏଭଳି ବଦଭ୍ୟାସ ଦ୍ୱାରା ତ୍ୱଚା ଫୁଲିଯିବା ଏବଂ କୁଣ୍ଡେଇ ହେବା ଭଳି ସମସ୍ୟା ଦେଖା ଦେଇଥାଏ।

ଅଧିକ ଚିନି ଖାଇଲେ: ଯଦି ଆପଣ ଅଧିକ ମିଠା ଖାଇବାକୁ ପସନ୍ଦ କରୁଛନ୍ତି, ତ ଆପଣଙ୍କ ଚର୍ମ ଶୀଘ୍ର ବୁଢ଼ା ହୋଇଯିବ। ଚିନିର ମାତ୍ରାଧିକ ସେବନ ବୟସକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ।

ପ୍ରଦୂଷଣ: ପ୍ରଦୂଷଣ ଯୋଗୁ ଚର୍ମର ପ୍ରାକୃତିକ ଚମକ ନଷ୍ଟ ହୋଇ ଯାଇଥାଏ। ଚର୍ମ ଶୁଷ୍କ ହୋଇଯାଏ ଏବଂ ଜଲ୍‌ଦି ହିଁ ଚେହେରାରେ ଫାଇନ ଲାଇନ୍ସ ଦେଖା ଯିବାକୁ ଲାଗିଥାଏ।

ରୋଗ: ରୋଗ ଯୋଗୁ ମଧ୍ୟ ଆପଣ ବୁଢ଼ା ଦେଖା ଯିବାକୁ ଲାଗନ୍ତି। ଚେହେରାର ଚମକ ନଷ୍ଟ ହୋଇଯାଏ।

ବ୍ୟାୟାମର ଅଭାବ: ଯଦି ଆପଣ କୌଣସି ଶାରୀରିକ ବ୍ୟାୟାମ କରୁ ନାହାନ୍ତି, ତା’ ହେଲେ ସମୟ ପୂର୍ବରୁ ବୁଢ଼ା ଦେଖା ଯିବାକୁ ଲାଗିବେ। ଶାରୀରିକ ରୂପେ ସକ୍ରିୟ ରହିବା ଦ୍ୱାରା ଆପଣଙ୍କ ଶରୀର ଏବଂ ତ୍ୱଚା ଯୁବା ଭଳି ରହିଥାଏ। ଆପଣ ବୁଢ଼ା ଦେଖା ଯାଆନ୍ତି ନାହିଁ। ବୟସ ବଢ଼ିବା ସତ୍ତ୍ୱେ ଆପଣ ଯୁବା ଦେଖା ଯାଆନ୍ତି ଏବଂ ତ୍ୱଚାରେ ଚମକ ଆସିଥାଏ।

ଜଙ୍କ୍ ଫୁଡ୍: ଜଙ୍କ୍ ଫୁଡ୍ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ରୋଗ ଡାକି ଆଣିଥାଏ। ଏହା କେବଳ ରୋଗ ସୃଷ୍ଟି କରେ ନାହିଁ, ବରଂ ଆପଣଙ୍କ ଶରୀରକୁ ବୁଢ଼ା କରି ଦେଇଥାଏ, ଯଦ୍ଦ୍ଵାରା ବୟସର ଛାପ ଜଲ୍‌ଦି ହିଁ ଆପଣଙ୍କଠାରେ ଦେଖିବାକୁ ମିଳିଥାଏ।

ପର୍ଯ୍ୟାପ୍ତ ନିଦ ନ ନେବା: ପ୍ରତିଦିନ ଅତି କମରେ ୬ରୁ ୮ ଘଣ୍ଟା ଶୋଇବା ଦରକାର। ନିଦର ଅଭାବ ଦେଖା ଦେଲେ ଏହାର ସିଧା ପ୍ରଭାବ ଆପଣଙ୍କ ତ୍ୱଚା ଉପରେ ଦେଖିବାକୁ ମିଳିଥାଏ। ଆଉ ଏଥିରେ ଆପଣ ବୃଦ୍ଧ ପରି ଦେଖା ଯାଆନ୍ତି।

ତ୍ୱଚାର ଯତ୍ନ ନ ନେବା: ଆପଣଙ୍କୁ ତ୍ୱଚାର ଯତ୍ନ ନେବା ବହୁତ ଜରୁରୀ। ଯଦି ଆପଣ ଏମିତି କରୁ ନାହାନ୍ତି, ତା’ ହେଲେ ଏହା ଆପଣଙ୍କୁ ସମୟ ପୂର୍ବରୁ ବୁଢ଼ା କରିଦେଇ ପାରେ।

Roshni

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

12 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

14 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

55 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago