ଲାଇଫ୍ ଷ୍ଟାଇଲ୍

୩୦ ବର୍ଷ ପରେ ମହିଳାଙ୍କ ଠାରେ ଦେଖା ଦେଇପାରେ ଏହି ସବୁ ଶାରୀରିକ ସମସ୍ୟା, ଟିକେ ସତର୍କ ହୋଇଯାନ୍ତୁ

ବୟସ ବଢିବା ସଂଗେ ସଂଗେ ମହିଳାଙ୍କ ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟା ମାନ ବଢିଥାଏ । ୩୦ ବର୍ଷ ପରେ ମହିଳାଙ୍କ ଠାରେ ଥକା ଲାଗିବା, ଦୁର୍ବଳ ଲାଗିବା ସହ ଅଧିକରୁ ଅଧିକ ରୋଗ ଆକ୍ରାନ୍ତ ହେବାର ମଧ୍ୟ ଆଶଙ୍କା ରହିଛି । ଏକ୍ସପର୍ଟଙ୍କ ଅନୁଯାୟୀ, ବୟସ ସହିତ ମହିଳାମାନେ ନିଜ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇ ସମୟ ସମୟରେ ଯାଞ୍ଚ କରାଇ ନେବା ଉଚିତ । ତେବେ ଆସନ୍ତୁ ଦେଖିବା କଣ କଣ ରୋଗ ଗ୍ରାସ କରିପାରେ ।

ବ୍ରେଷ୍ଟ କ୍ୟାନ୍ସର:

ବିଶ୍ୱ ବ୍ୟାପି ସର୍ବାଧିକ ସଂଖ୍ୟକ ମହିଳା ବ୍ରେଷ୍ଟ କ୍ୟାନ୍ସର ବା ସ୍ତନ କର୍କଟ ପରି ସାଙ୍ଘାତିକ ରୋଗର ଶିକାର ହେଉଛନ୍ତି । ଏକ୍ସପର୍ଟଙ୍କ ଅନୁଯାୟୀ ୩୦ ବର୍ଷ ପରେ ଗମ୍ଭୀର ରୋଗର ଶିକାର ହୋଇପାରନ୍ତି । ଯଦି ଆପଣଙ୍କ ସ୍ତନ କୁଣ୍ଡାଇ ହେଉଥାଏ କିମ୍ବା ଦରଜ ହେଉଥାଏ କିମ୍ବା ଅନ୍ୟ କୌଣସି ପ୍ରକାରର ସମସ୍ୟା ଦେଖାଦିଏ ତେବେ ଡେରି ନକରି ଡାକ୍ତରଙ୍କ ଠାରୁ ଯାଞ୍ଚ କରାଇ ନିଅନ୍ତୁ ।

ଓଜନ ବଢିବା;

ରୋଗ ଦେଖାଦେବାର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ମୋଟାପଣ । ଅଚାନକ ଓଜନ ବଢିବାର ଅନ୍ୟତମ କାରଣ ଥାଇରଏଡ କିମ୍ବା କୋଲେଷ୍ଟେଡ଼ଲ ବି ହୋଇପାରେ । ତେଣୁକରି ବୟସ ବଢିବା ସଂଗେ ସଂଗେ ମହିଳା ମାନେ ନିଜ ନିଜ ଥାଇରଏଡ, କୋଲେଷ୍ଟେରଲ କିମ୍ବା ଡାଏବେଟିଜର ଯାଞ୍ଚ କରାଇନେବା ଉଚିତ । ଏହାବାଦ ପୋଳିସ୍ଟିକ ଓଭାରି ଜନିତ ସମସ୍ୟା ବି ବଢିପାରେ । ଏହା ଏକ ପ୍ରକାର ହର୍ମୋନ ଜନିତ ରୋଗ । ଯେଉଁଥିରେ ମହିଳାମାନେ ଡାଇବେଟିସ କିମ୍ବା ହୃଦରୋଗ ଜନିତ ରୋଗରେ ପୀଡିତ ହୋଇପାରନ୍ତି ।

image credit: best life

ଉଚ୍ଚ ରକ୍ତଚାପ:

ଓଜନ ବଢିବା କିମ୍ବା ଗର୍ଭନିରୋଧକ ବଟିକା ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ବଢ଼ିଯାଇପାରେ । ରିସର୍ଚ୍ଚ ଅନୁଯାୟୀ, ଯେଉଁ ମହିଳାମାନେ ହାଇ ବ୍ଲଡ଼ ପ୍ରେସର ଜନିତ ସମସ୍ୟା ଦେଇ ଗତି କରୁଛନ୍ତି ସେମାନେ ଗର୍ଭାବସ୍ଥା ସମୟରେ ଅନେକ ସମସ୍ୟା ଭୋଗ କରିପାରନ୍ତି । ତେଣୁ ୩୦ ବର୍ଷ ପରେ ଅଧିକ ଲୁଣ କିମ୍ବା ଚିନି ବର୍ଜନୀୟ ।

ଆଖିର ଜ୍ୟୋତି କମିଯାଏ:

୩୦ ବର୍ଷ ପରେ ଶରୀରର ନ୍ୟୁଟ୍ରିସନ ଲେବଲ କମିବାର ଆଶଙ୍କା ବି ଅଧିକ ଅଛି । ଏହି କାରଣରୁ ଆଖିର ଜ୍ୟୋତି ବି କମି ଯାଇପାରେ । ଏହା ସହ ମାଇଗ୍ରେନ ଜନିତ ସମସ୍ୟା ଥିଲେ ମଧ୍ୟ ଆଖିର ଜ୍ୟୋତି କମିଯାଇପାରେ । ତେଣୁ ଖାଦ୍ୟରେ ଭିଟାମିନ ଏ, ସି, ଇ , ଜିଙ୍କ ଆଦିକୁ ସାମିଲ କରିବା ଉଚିତ ।

ଲାଇଫ ଷ୍ଟାଇଲରେ କିପରି କରିବେ ପରିବର୍ତ୍ତନ:

– ମସାଲାଦାର କିମ୍ବା ଅଏଲି ଖାଦ୍ୟ ପରିବର୍ତ୍ତେ ଘରେ ପ୍ରସ୍ତୁତ ଭୋଜନ ଗ୍ରହଣ କରନ୍ତୁ

– ଅଧିକରୁ ଅଧିକ ପାଣି ପିଅନ୍ତୁ | ଜୁସ କିମ୍ବା ପଇଡ଼ ପାଣି ଆଦି ପିଅନ୍ତୁ ।

– ସ୍ନାକ୍ସ ଭାବରେ ସୂର୍ଯ୍ୟମୁଖୀ ମଞ୍ଜି, ଦଳୀୟା, ଭଜା ବାଦାମ ଆଦି ସାମିଲ କରନ୍ତୁ

– ଯଦି ଜିମ ଯାଇପାରୁନାହାନ୍ତି ତେବେ ୩୦ ମିନିଟ ପାଇଁ ଯୋଗ, ମେଡ଼ିଟେସନ କିମ୍ବା ଏକ୍ସରସାଇଜ କରନ୍ତୁ ।

– ନିଜ ପ୍ରତିଦିନର ଖାଦ୍ୟରେ ପ୍ରଡକ୍ଟସ, ଫଳ, ସବୁଜ ପନିପରିବା ଆଦି ସାମିଲ କରନ୍ତୁ |

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

5 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

13 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

19 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

28 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

30 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

37 mins ago