ଭଗବାନଙ୍କ ମୂର୍ତ୍ତି ଉପହାରରେ ଦେବା ବେଳେ ଦ୍ୱିଧାରେ ରହୁଛନ୍ତି କି, ଜାଣନ୍ତୁ କାହାକୁ କି ଉପହାର ଦେବା ହୋଇଥାଏ ଶୁଭଙ୍କର

ବିବାହ, ଜନ୍ମଦିନ କିମ୍ବା କୌଣସି ଶୁଭ ମୁହୂର୍ତ୍ତରେ ଉପହାର ଦେବା ପରମ୍ପରା କାହିଁ କେଉଁ ଯୁଗରୁ ଚାଲିଆସିଛି। ଅଧିକାଂଶ ଲୋକ ଦେବାଦେବୀଙ୍କ ମୂର୍ତ୍ତି ଉପହାରରେ ଦେବାକୁ ପସନ୍ଦ କରିଥାନ୍ତି। କିନ୍ତୁ କିଛି ଲୋକ ଉପହାରରେ ଠାକୁରଙ୍କ ମୂର୍ତ୍ତି ଦେବା ବେଳେ ଦ୍ୱନ୍ଦ୍ୱରେ ରହିଥାଏ। କେଉର୍ଁ ଉତ୍ସବରେ କି ମୂର୍ତ୍ତି ଦେବା ଉଚିତ୍‌ ସେ ନେଇ ଅଧିକାଂଶ ଲୋକ ଜାଣିନଥାନ୍ତି। ଏଣୁ ଠାକୁରଙ୍କ ମୂର୍ତ୍ତି ଦେବାକୁ ଇଚ୍ଛା ଥିଲେ ବି ଆଉ କିଛି ଦେବାକୁ ବାଧ୍ୟ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ଉତ୍ସବରେ କି ମୂର୍ତ୍ତି ଦେବା ଶୁଭ ହୋଇଥାଏ…

ଶାସ୍ତ୍ରବିତ୍‌ଙ୍କ ଅନୁସାରେ ବିବାହରେ ରାମ ଦରବାର, ରାଧାକୃଷ୍ଣ କିମ୍ବା ଶିବ ପରିବାରର ମୂର୍ତ୍ତି ଉପହାର ଦେବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଦେବାଦେବୀଙ୍କ ଫଟୋ ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ବଢ଼ାଇବା ସହ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି କରେ।

ଗୃହ ପ୍ରବେଶ ବେଳେ ଗଣେଶଙ୍କ ପ୍ରତିମା ଉପହାରର ଦେବା ଅତ୍ୟନ୍ତ ଶୁଭ ହୋଇଥାଏ। ଉପହାରରେ ସବୁବେଳେ ଛୋଟ ମୂର୍ତ୍ତି ଦେବା ଉଚିତ।

ଗଣେଶଙ୍କ ମୂର୍ତ୍ତିରେ ଶୁଣ୍ଢ ଡାହାଣ ପଟକୁ ଥିଲେ ତାହାକୁ ଘରେ ରଖନ୍ତୁ। ବାମ ପଟେ ଶୁଣ୍ଢ ଥିବା ମୂର୍ତ୍ତିକୁ ବ୍ୟବସାୟିକ ପ୍ରତିଷ୍ଠାନରେ ରଖିବା ଶୁଭଙ୍କର ହୋଇଥାଏ।

ଉପହାର ଦେବା ବେଳେ ସବୁବେଳେ ପଥର, ମାଟି କିମ୍ବା ଧାତୁ ନିର୍ମିତ ମୂର୍ତ୍ତି ଦିଅନ୍ତୁ। ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ମୂର୍ତ୍ତିକୁ ପୂଜା କରାଯାଏ ନାହିଁ। ଏଣୁ ଏହାକୁ ଉପହାରରେ ଦିଅନ୍ତୁ ନାହିଁ।

ତେବେ ଉପହାରରେ କେବେ ବି କାହାକୁ ଲକ୍ଷ୍ମୀଙ୍କ ମୂର୍ତ୍ତି ଦେବା କଥା ନୁହେଁ। ଏହା ଦ୍ୱାରା ଘରୁ ଲକ୍ଷ୍ମୀ ଚାଲିଯାଆନ୍ତି।

ଆପଣ ଚାହିଁଲେ ଉପହାରରେ ଜଗନ୍ନାଥଙ୍କ ମୂର୍ତ୍ତି ମଧ୍ୟ ଦେଇପାରିବେ।

WCW 11

Recent Posts

ରାଜ୍ୟରେ ଅସ୍ୱାଭାବିକ ମୃତ୍ୟର କାରଣ ପାଇଁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (କେନ୍ୟୁଜ୍‌): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସ୍ୱାଭାବିକ ମୃତ୍ୟକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ମୃତ୍ୟୁର କାରଣ ଜାଣିବାକୁ…

14 mins ago

କାକଟପୁରରେ ଭୋଟ ଦେଲେ ୧୧୧ବର୍ଷର ବୃଦ୍ଧ, ଭାବପ୍ରବଣ ହୋଇ କାନ୍ଦିପକାଇଲେ

କାକଟପୁର(କେନ୍ୟୁଜ୍‌): ଆଜି ଶେଷ ପର୍ଯ୍ୟାୟରେ କାକଟପୁର ନିର୍ବାଚନ ମଣ୍ଡଳୀରେ ୨୮୦ଟି ବୁଥରେ ଭୋଟ ଗ୍ରହଣ କାର୍ଯ୍ୟ ଚାଲୁରହିଛି । ଏହି…

25 mins ago

ବାଇକରେ ଟଙ୍କା ଭତ୍ତି ବ୍ୟାଗ୍‌ ରଖି ଆଖୁ ରସ ପିଉଥିଲେ, କିନ୍ତୁ ପିଇସାରି ମୁହଁ ବୁଲାଇବାବେଳକୁ ଟଙ୍କା ଗାୟବ

ଗଞ୍ଜାମ (କେନ୍ୟୁଜ) : ଆଖୁ ରସ ପିଉଥିଲେ ଏପଟେ ଲୁଟିନେଇ ଚାଲିଗଲେ । ହଁ ଆଜ୍ଞା ଆଖୁ ରସ ପିଉଥିବା…

42 mins ago

CBSE ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା : ରେଜିଷ୍ଟ୍ରେସନ ଆରମ୍ଭ, ଜୁଲାଇ ୧୫ରେ ପରୀକ୍ଷା, ଜାଣନ୍ତୁ କେମିତି କରିବେ ଆବେଦନ

ସିବିଏସଇ ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ୧୫ ଜୁଲାଇରୁ ଆରମ୍ଭ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା…

51 mins ago

କେନ୍ଦ୍ର କର୍ମଚାରୀଙ୍କୁ ବଡ ଉପହାର, ଡିଏ ପରେ ଏବେ ଗ୍ରାଚ୍ୟୁଟିରେ ୨୫% ବୃଦ୍ଧି

କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ ଆଶ୍ବସ୍ତିକର ଖବର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଯିବା ପରେ ସେମାନଙ୍କୁ ଆଉ ଏକ…

59 mins ago

ଦିଲ୍ଲୀ: ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଜଳିଗଲା ବିଲ୍ଡିଂ

ଦିଲ୍ଲୀର କାଶ୍ମୀରୀ ଗେଟ୍ ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ମେ’ ୩୧ ତାରିଖ ରାତିରେ…

1 hour ago