ଓଜନ କମେଇବା ପାଇଁ ଲୋକେ ଭିନ୍ନ ଭିନ୍ନ ତରିକା ଆପଣାଇ ଥାଆନ୍ତି। ଜିମ୍ ଯାଇ ଓ୍ଵାର୍କଆଉଟ୍ କରି ଝାଳ ବୁହାଇଥାଆନ୍ତି। ଯଦି ଆପଣ ସକାଳେ ଏବଂ ସନ୍ଧ୍ୟାରେ ଏଭଳି କିଛି ତରିକା ଆପଣାଇ ଥକି ଗଲେଣି, ତା’ହେଲେ ସେ ସବୁକୁ ଛାଡ଼ି ଭୋଜନରେ ଖାଆନ୍ତୁ ବିନ୍ସ। ଏହାକୁ ଡାଏଟ୍ରେ ସାମିଲ କରି ଆପଣ ଆପଣଙ୍କ ଓଜନ ହ୍ରାସ କରିପାରିବେ। ଆସନ୍ତୁ ଜାଣିବା ବିନ୍ସର ଫାଇଦା।
-ଶରୀରର କୋଶିକାଗୁଡ଼ିକୁ ଭଲ ଅବସ୍ଥାକୁ ଆଣିବାରେ ବିନ୍ସ ଲାଭଦାୟକ ହୋଇଥାଏ, କାହିଁକି ନା ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଭରପୂର ମାତ୍ରାରେ ମିଳିଥାଏ। ବିନ୍ସ ଖାଇଲେ ସ୍ତନ କର୍କଟ ହେବାର ଭୟ କମିଯାଇଥାଏ। ଏଥିରେ ଫାୟଟୋଷ୍ଟ୍ରୋଜନ ମାତ୍ରା ମହଜୁଦ୍ ଥାଏ।
-ଆଖିର ଉଜ୍ଜ୍ୱଳତା ପାଇଁ ବିନ୍ସ ଖାଇବା ସର୍ବୋତ୍ତମ। ବିନ୍ସରେ କେରୋଟିନଏଡ୍ସ ତତ୍ତ୍ୱ ମିଳିଥାଏ। ଆଖି ଉପରେ ପଡ଼ୁଥିବା ଚାପକୁ କମ୍ କରିବାରେ ଏହା କାର୍ଯ୍ୟ କରିଥାଏ। ଏଥିରେ ଅନେକ ପ୍ରକାର ଲବଣ ମହଜୁଦ୍ ରହିଛି, ଯାହାକି ଆଖି ପାଇଁ ଲାଭଦାୟକ ହୋଇଥାଏ।
-ବିନ୍ସ ଖାଇବା ଦ୍ୱାରା ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯାଏ। ଏହାକୁ ନିୟମିତ ଭାବେ ସେବନ କଲେ, ଗ୍ୟାସ୍, କୋଷ୍ଠକାଠିନ୍ୟ ଭଳି ସମସ୍ୟା ଆଉ ରୁହେନାହିଁ।
-ବିନ୍ସ ହୃତପିଣ୍ଡ ପାଇଁ ଲାଭଦାୟକ। ଏହା ହୃଦ୍ ସମ୍ବନ୍ଧୀୟ ରୋଗକୁ ଭଲ କରିଥାଏ। ଏଥିରେ ଫ୍ଲେଭୋନଏଡ୍ସ ରହିଥିବାରୁ ଏହା ରକ୍ତ ଜମାଟ ବାନ୍ଧିବାକୁ ଦିଏନାହିଁ।
-ଗ୍ରୀନ୍ ବିନ୍ସ ହାଡ଼ର ବିକାଶ ଏବଂ ଦାନ୍ତକୁ ଶକ୍ତ କରିବାରେ ସାହାଯ୍ୟ କରେ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ଯରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା…
ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସେଲିବ୍ରିଟିଙ୍କ ଗହଳି। ଶାହାରୁଖ ଖାନ, ରଜନୀକାନ୍ତ, ଅକ୍ଷୟ କୁମାର ସାମିଲ ହୋଇଥିଲେ। ଅନୀଲ କପୁର,…
ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି । ଶେଷ…
ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ ।…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …
ଯଦି ଆପଣ ଚଳଚ୍ଚିତ୍ରରେ 'ସ୍ପାଇଡରମ୍ୟାନ୍' ଦେଖିଥିବେ, ତେବେ ଆପଣ ବୋଧହୁଏ ଜାଣିଥିବେ ଷଷ୍ଠ ଇନ୍ଦ୍ରୀୟ (sixth sence) କ’ଣ କୁହାଯାଏ…