ଜିମ୍‌ ଯିବା ବନ୍ଦ କରି ଦିଅନ୍ତୁ, ଏହି ପରିବା ଖାଇ ମାତ୍ର ୧୫ ଦିନରେ କମାନ୍ତୁ ଆପଣଙ୍କ ଓଜନ

ଓଜନ କମେଇବା ପାଇଁ ଲୋକେ ଭିନ୍ନ ଭିନ୍ନ ତରିକା ଆପଣାଇ ଥାଆନ୍ତି। ଜିମ୍‌ ଯାଇ ଓ୍ଵାର୍କଆଉଟ୍‌ କରି ଝାଳ ବୁହାଇଥାଆନ୍ତି। ଯଦି ଆପଣ ସକାଳେ ଏବଂ ସନ୍ଧ୍ୟାରେ ଏଭଳି କିଛି ତରିକା ଆପଣାଇ ଥକି ଗଲେଣି, ତା’ହେଲେ ସେ ସବୁକୁ ଛାଡ଼ି ଭୋଜନରେ ଖାଆନ୍ତୁ ବିନ୍ସ। ଏହାକୁ ଡାଏଟ୍‌ରେ ସାମିଲ କରି ଆପଣ ଆପଣଙ୍କ ଓଜନ ହ୍ରାସ କରିପାରିବେ। ଆସନ୍ତୁ ଜାଣିବା ବିନ୍ସର ଫାଇଦା।

-ଶରୀରର କୋଶିକାଗୁଡ଼ିକୁ ଭଲ ଅବସ୍ଥାକୁ ଆଣିବାରେ ବିନ୍ସ ଲାଭଦାୟକ ହୋଇଥାଏ, କାହିଁକି ନା ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଭରପୂର ମାତ୍ରାରେ ମିଳିଥାଏ। ବିନ୍ସ ଖାଇଲେ ସ୍ତନ କର୍କଟ ହେବାର ଭୟ କମିଯାଇଥାଏ। ଏଥିରେ ଫାୟଟୋଷ୍ଟ୍ରୋଜନ ମାତ୍ରା ମହଜୁଦ୍‌ ଥାଏ।

-ଆଖିର ଉଜ୍ଜ୍ୱଳତା ପାଇଁ ବିନ୍ସ ଖାଇବା ସର୍ବୋତ୍ତମ। ବିନ୍ସରେ କେରୋଟିନଏଡ୍ସ ତତ୍ତ୍ୱ ମିଳିଥାଏ। ଆଖି ଉପରେ ପଡ଼ୁଥିବା ଚାପକୁ କମ୍‌ କରିବାରେ ଏହା କାର୍ଯ୍ୟ କରିଥାଏ। ଏଥିରେ ଅନେକ ପ୍ରକାର ଲବଣ ମହଜୁଦ୍‌ ରହିଛି, ଯାହାକି ଆଖି ପାଇଁ ଲାଭଦାୟକ ହୋଇଥାଏ।

-ବିନ୍ସ ଖାଇବା ଦ୍ୱାରା ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯାଏ। ଏହାକୁ ନିୟମିତ ଭାବେ ସେବନ କଲେ, ଗ୍ୟାସ୍‌, କୋଷ୍ଠକାଠିନ୍ୟ ଭଳି ସମସ୍ୟା ଆଉ ରୁହେନାହିଁ।

-ବିନ୍ସ ହୃତପିଣ୍ଡ ପାଇଁ ଲାଭଦାୟକ। ଏହା ହୃଦ୍‌ ସମ୍ବନ୍ଧୀୟ ରୋଗକୁ ଭଲ କରିଥାଏ। ଏଥିରେ ଫ୍ଲେଭୋନଏଡ୍ସ ରହିଥିବାରୁ ଏହା ରକ୍ତ ଜମାଟ ବାନ୍ଧିବାକୁ ଦିଏନାହିଁ।

-ଗ୍ରୀନ୍‌ ବିନ୍ସ ହାଡ଼ର ବିକାଶ ଏବଂ ଦାନ୍ତକୁ ଶକ୍ତ କରିବାରେ ସାହାଯ୍ୟ କରେ।

You might also like