Below header

ନୂଆପଡ଼ା: ସରକାରୀ ନିୟମକୁ ବେଖାତିର କରୁଛନ୍ତି ସରକାରୀ ସ୍କୁଲ ଶିକ୍ଷକ, ଛାତ୍ରୀଙ୍କୁ ଝାଡୁ ମାରିବା କାମରେ କରାଯାଉଛି ନିୟୋଜିତ

ନୂଆପଡ଼ା(କେନ୍ୟୁଜ୍): ସରକାର ପ୍ରାଥମିକ ବିଦ୍ୟାଳୟର ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି । ଏହାସହ ପ୍ରାଥମିକ ବିଦ୍ୟାଳୟରେ ଦଣ୍ଡମୁକ୍ତ ଭାବେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିବାକୁ ସରକାରଙ୍କ କଡା ନିର୍ଦ୍ଦେଶ ରହିଛି । ହେଲେ ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଛତା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ନିୟମର ଖୋଲାଖୋଲି ଉଲଘଂନ ହେଉଛି । ସ୍କୁଲର ଜଣେ ୫ଶ୍ରେଣୀର ଛାତ୍ରୀଙ୍କୁ ସ୍କୁଲରେ ଝାଡୁ ମାରିବା କାମରେ ନିୟୋଜିତ କରାଯାଇଥିବା ଦେଖିବାକୁ ମିଳିଛି । ସେହିପରି ସ୍କୁଲରେ ମୋଟ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୧୩୫ ଜଣ ପିଲା ପାଠ ପଢୁଥିବା ବେଳେ ଶିକ୍ଷକ ଅଛନ୍ତି ୭ଜଣ । ତେବେ ସ୍କୁଲକୁ ଠିକ୍‌ ସମୟରେ ଶିକ୍ଷକ ଆସୁନଥିବା ଏବଂ ପିଲା ମାନଙ୍କୁ ଶିକ୍ଷା ଦେବା ବଦଳରେ ସ୍କୁଲ କାମରେ ଲଗାଇବା ଘଟଣାକୁ ସ୍କୁଲ ପରିଚାଳନା କମିଟି ସଭାପତି ଓ ଅଭିଭାବକ ତୀବ୍ର ନିନ୍ଦା କରାଯାଇଛି । ଏଥିସହ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରାହଣ କରିବାକୁ ଦାବି ହୋଇଛି । ଘଟଣା ସମ୍ପର୍କରେ ସ୍କୁଲର ଇନଚାର୍ଜ ପ୍ରଧାନ ଶିକ୍ଷକ କହିଛନ୍ତି, ସ୍କୁଲରେ ପିଲାଙ୍କୁ ଝାଡୁ ମାରିବା ଶିକ୍ଷା ଦିଆଯାଉଛି । ସେପଟେ ଏନେଇ ଖଡିଆଳ ବ୍ଲକ ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଛି । ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ସିଆରସିସିଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.