ସମସ୍ତେ ଜାଣିଛନ୍ତି, ଡାଳିମ୍ବ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଡାଳିମ୍ବର ଚୋପା ମଧ୍ୟ ସେତିକି ଲାଭଦାୟକ ହୋଇଥାଏ? କାଶରୁ ମୁକ୍ତି ପାଇବାରେ ଡାଳିମ୍ବ ଚୋପା ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଆସନ୍ତୁ ଜାଣିବା, କେଉଁ କେଉଁ ଉପାୟରେ ଆମେ ଡାଳିମ୍ବ ଚୋପା ବ୍ୟବହାର କରିପାରିବା।
୧. ଡାଳିମ୍ବର ଶୁଖିଲା ଚୋପାକୁ ଗୁଣ୍ଡ କରି ୫ ଗ୍ରାମ ନିଅନ୍ତୁ। ସେଥିରେ ୦.୧୦ ଗ୍ରାମ କର୍ପୂର ମିଶାନ୍ତୁ। ଏହି ଚୂର୍ଣ୍ଣକୁ ଦିନରେ ଦୁଇଥର ପାଣିରେ ମିଶାଇ ପିଇଲେ ଭୟଙ୍କର କାଶ ଠିକ୍ ହୋଇଯାଇଥାଏ।
୨. ଡାଳିମ୍ବ ଚୋପାକୁ ସନ୍ସ୍କ୍ରିନ୍ ରୂପେ ମଧ୍ୟ ଲଗାଯାଇ ପାରିବେ। ଶୁଖିଲା ଚୋପାକୁ କୌଣସି ବି ତେଲ ସହିତ ମିଶାଇ ମିକ୍ସ କରି ନିଅନ୍ତୁ। ତା’ ପରେ ଏହାକୁ ମୁହଁରେ ଲଗାଇବା ଦ୍ୱାରା ସନ୍ ଟ୍ୟାନିଂ ଦୂର ହୋଇଯାଇଥାଏ।
୩. ଡାଳିମ୍ବ ଚୋପା ପାଉଡରକୁ ଏକ ଗ୍ଲାସ ପାଣିରେ ମିଶାଇ ସେଥିରେ ଗର୍ଗ୍ଲିଂ କଲେ ଦାନ୍ତ ସମସ୍ୟା, ପାଟି ଦୁର୍ଗନ୍ଧ ଆଦିରୁ ମୁକ୍ତି ମିଳିଥାଏ।
୪. ଡାଳିମ୍ବ ଚୋପା ପାଉଡରରେ ଗୋଲାପ ଜଳ ମିଶାଇ ଏହାକୁ ଫେସ୍ପ୍ୟାକ୍ ଭଳି ଚେହେରାରେ ଲଗାଇ ପାରିବେ। ଏହାଦ୍ୱାରା ତ୍ୱଚା କୁଞ୍ଚନ ପଡ଼ି ନ ଥାଏ।
୫. ଡାଳିମ୍ବ ଚୋପା ପାଉଡରକୁ ପାଣିରେ ମିଶାଇ ପିଇଲେ ମାସିକ ଧର୍ମ ବେଳେ ଅଧିକ ବ୍ଲିଡିଂ ହୋଇ ନ ଥାଏ।
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…