ସନ୍‌ସ୍କ୍ରିନ୍‌, ଫେସ୍‌ପ୍ୟାକ୍‌ ଭଳି କାମ କରିଥାଏ ଡାଳିମ୍ବ ଚୋପା, ଏହି ୫ଟି ଉପାୟରେ କରନ୍ତୁ ବ୍ୟବହାର

ସମସ୍ତେ ଜାଣିଛନ୍ତି, ଡାଳିମ୍ବ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଡାଳିମ୍ବର ଚୋପା ମଧ୍ୟ ସେତିକି ଲାଭଦାୟକ ହୋଇଥାଏ? କାଶରୁ ମୁକ୍ତି ପାଇବାରେ ଡାଳିମ୍ବ ଚୋପା ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଆସନ୍ତୁ ଜାଣିବା, କେଉଁ କେଉଁ ଉପାୟରେ ଆମେ ଡାଳିମ୍ବ ଚୋପା ବ୍ୟବହାର କରିପାରିବା।

୧. ଡାଳିମ୍ବର ଶୁଖିଲା ଚୋପାକୁ ଗୁଣ୍ଡ କରି ୫ ଗ୍ରାମ ନିଅନ୍ତୁ। ସେଥିରେ ୦.୧୦ ଗ୍ରାମ କର୍ପୂର ମିଶାନ୍ତୁ। ଏହି ଚୂର୍ଣ୍ଣକୁ ଦିନରେ ଦୁଇଥର ପାଣିରେ ମିଶାଇ ପିଇଲେ ଭୟଙ୍କର କାଶ ଠିକ୍‌ ହୋଇଯାଇଥାଏ।

୨. ଡାଳିମ୍ବ ଚୋପାକୁ ସନ୍‌ସ୍କ୍ରିନ୍‌ ରୂପେ ମଧ୍ୟ ଲଗାଯାଇ ପାରିବେ। ଶୁଖିଲା ଚୋପାକୁ କୌଣସି ବି ତେଲ ସହିତ ମିଶାଇ ମିକ୍ସ କରି ନିଅନ୍ତୁ। ତା’ ପରେ ଏହାକୁ ମୁହଁରେ ଲଗାଇବା ଦ୍ୱାରା ସନ୍‌ ଟ୍ୟାନିଂ ଦୂର ହୋଇଯାଇଥାଏ।

anaar2

୩. ଡାଳିମ୍ବ ଚୋପା ପାଉଡରକୁ ଏକ ଗ୍ଲାସ ପାଣିରେ ମିଶାଇ ସେଥିରେ ଗର୍‌ଗ୍ଲିଂ କଲେ ଦାନ୍ତ ସମସ୍ୟା, ପାଟି ଦୁର୍ଗନ୍ଧ ଆଦିରୁ ମୁକ୍ତି ମିଳିଥାଏ।

୪. ଡାଳିମ୍ବ ଚୋପା ପାଉଡରରେ ଗୋଲାପ ଜଳ ମିଶାଇ ଏହାକୁ ଫେସ୍‌ପ୍ୟାକ୍‌ ଭଳି ଚେହେରାରେ ଲଗାଇ ପାରିବେ। ଏହାଦ୍ୱାରା ତ୍ୱଚା କୁଞ୍ଚନ ପଡ଼ି ନ ଥାଏ।

୫. ଡାଳିମ୍ବ ଚୋପା ପାଉଡରକୁ ପାଣିରେ ମିଶାଇ ପିଇଲେ ମାସିକ ଧର୍ମ ବେଳେ ଅଧିକ ବ୍ଲିଡିଂ ହୋଇ ନ ଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.